ଜାଡେଜାଙ୍କୁ କାଖେଇ ପକାଇଲେ ଧୋନି, ଭିଡିଓ ଦେଖି ଭାବୁକ ହୋଇପଡିଲେ ଫ୍ୟାନ୍ସ
ଶେଷ ବଲରେ ୪ ରନ୍ ଆବଶ୍ୟକତା ପଡୁଥିବା ବେଳେ ଜାଡେଜା କମାଲ କଲେ । ଚଉକା ମାରିବା ପରେ ସିଧା ଧୋନିଙ୍କ ପାଖକୁ ଦୌଡିଯାଇଥିଲେ ଜାଡେଜା । ଆଉ ଜାଡେଜାଙ୍କୁ କାଖେଇ ପକାଇଥିଲେ ଧୋନି । ଯାହାର ଭିଡିଓ ସମସ୍ତଙ୍କୁ ଭାବୁକ କରିଛି ।
ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ୍ ୨୦୨୩ ଟାଇଟଲ ଜିତିସାରିଛି । ୫ମ ଥର ପାଇଁ ଚାମ୍ପିଅନ ହୋଇଛି ସିଏକେ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚେନ୍ନାଇ ୫ ୱିକେଟରେ ଗୁଜରାଟ ଟାଇଟନ୍ସକୁ ହରାଇଛି । ବର୍ଷା ଯୋଗୁଁ DLS ନିୟମ ଅନୁଯାୟୀ ଖେଳ ହୋଇଥିଲା । ଶେଷ ଦୁଇ ବଲରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ମୋହିତ ଶର୍ମାଙ୍କୁ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଡେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ। ଆଉ ଚେନ୍ନାଇ ଜିତିବା ପରେ ଜାଡେଜା ଧୋନିଙ୍କ ପାଖକୁ ଦୌଡି ଯାଇଥିଲେ । ଆଉ ଧୋନି ଜାଡେଜାଙ୍କୁ କୋଳରେ ଉଠାଇ ନେଇଥିଲେ । ଏହାକୁ ଦେଖି
ଆଇପିଏଲ ୨୦୨୩ ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା । ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ୨୧୪ ରନ୍ କରିଥିଲା । ତେବେ ଚେନ୍ନାଇ ଗୋଟେ ଓଭର ଖେଳିଥିବା ବେଳେ ବର୍ଷା ବାଧା ସୃଷ୍ଟି କରିବାରୁDLS ନିୟମ ଅନୁଯାୟୀ ୧୫ ଓଭରରେ ୧୭୧ ରନ୍ କରିବାର ଥିଲା । ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ଆକ୍ରାତ୍ମକ ବ୍ୟାଟିଂ ପାୱାରପ୍ଲେ ୪ ଓଭରରୁ ୫୨ ରନ୍ କରିଥିଲେ । ହେଲେ ଗୁଜରାଟ ବୋଲର ନୂର ଅହମ୍ମଦଙ୍କ ଗୋଟିଏ ଓଭରରେ ଦୁଇ ବ୍ୟାଟରଙ୍କୁ ଆଉଟ୍ କରି ବଡ଼ ସଫଳତା ଦେଇଥିଲେ। କନେଓ୍ଵ ୨୫ ରନ୍, ଶିବମ ଦୁବେ ୩୨ ରନ୍, ଜାଡୋଜା ୬ ବଲରେ ୧୫ ରନ୍ କରିଥିଲେ । ଅମ୍ବାତି ରାୟୁଡୁ ମଧ୍ୟ ୧୯ ରନ ଏବଂ ରାହାଣେ ୨୭ ରନ କରିଥିଲେ ।
M.O.O.D! 🤗
Ravindra Jadeja 🤝 MS Dhoni#TATAIPL | #Final | #CSKvGT | @imjadeja | @msdhoni pic.twitter.com/uggbDA4sFd
— IndianPremierLeague (@IPL) May 29, 2023
୧୫ ଓଭରରେ ଚଉକା ଏବଂ ଛକା ମାରି ମ୍ୟାଚକୁ ଜିତାଇ ଦେଇଥିଲେ । ଶେଷ ବଲରେ ୪ ରନ ଆବଶ୍ୟକ ରହିଥିବା ବେଳେ ଜାଡେଜା କମାଲ କରିଥିଲେ । ଜାଡେଜା ଚଉକା ମାରିବା ପରେ ସିଧା ଧୋନିଙ୍କ ପାଖକୁ ଦୌଡି ଯାଇଥିଲେ । ଆଉ ଧୋନି ତାଙ୍କୁ କାଖେଇ ପକାଇଥିଲେ । ଏହି ଭିଡିଓ ଭାଇରଲ ହେବାରେ ଲାଗିଛି ।
ଏଥିସହ ଚେନ୍ନାଇ ୫ ଥର ଟ୍ରଫି ଜିତିଛି । ପୂର୍ବରୁ ଚେନ୍ନାଇ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଆଇପିଏଲ ବିଜେତା ହୋଇଥିଲା ।