ପତ୍ନୀଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସିଲେ ଧୋନୀ, ଝିଅ ଜିଭା ମଧ୍ୟ ଦେଲେ ସାଥ୍

ଭାରତୀୟ ଟିମ୍ ର ପୂର୍ବ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ ଏବେ ନିଜ ପରିବାର ସହ ଦୁବାଇରେ ସମୟ ବିତାଉଛନ୍ତି। ଧୋନୀଙ୍କ ପତ୍ନୀ ସାକ୍ଷୀଙ୍କ ଜନ୍ମଦିନ ଥିଲା ଗତ ସପ୍ତାହରେ । ଏହି ଦିନକୁ ଖାସ୍ କରିବା ପାଇଁ ଧୋନୀ ଦୁବାଇ ଯାଇଛନ୍ତି। ସୂଚନା ମୁତାବକ, ଗତ ୧୫ ଅଗଷ୍ଟରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। ଏହା ବ୍ୟତୀତ ଇଣ୍ଡିଆନ୍ ପ୍ରିମିୟର ଲିଗ ମଧ୍ୟ ଶେଷ ହୋଇସାରିଥିବାରୁ ମାହିଙ୍କୁ ଏବେ ଫୁରୁସତ୍ ହିଁ ଫୁରୁସତ୍‌ । ଆଇପିଏଲ୍ ଶେଷ ହେବା ପରେ ଧୋନୀ ରାଞ୍ଚି ଫେରିଥିଲେ, କିନ୍ତୁ କିଛି ଦିନ ପରେ ପୂନର୍ବାର ଦୁବାଇ ଚାଲିଯାଇଛନ୍ତି। ଏସବୁ ମଧ୍ୟରେ ଦୁବାଇରୁ ଧୋନୀଙ୍କର ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

family-ଧୋନୀଙ୍କର ଏହି ଭିଡିଓକୁ ଚେନ୍ନାଇ ସୁପରକିଂଗ୍ସ ସେୟାର କରିବା ସହ ମଜାଦାର୍ କ୍ୟାପସନ୍ ମଧ୍ୟ ଲେଖିଛନ୍ତି। ଏହି କ୍ୟାପସନ୍ ରେ ସିଏସକେ ଲେଖିଛନ୍ତି, ‘କ’ଣ ଏହି ଭିଡିଓକୁ ଦେଖି ଆମେ ନିଜ ହସ ରୋକିପାରିବୁ?’ ବିଲକୁଲ୍ ନୁହେଁ ’ । ସୂଚନା ମୁତାବକ, ଆଇପିଏଲ୍ ୨୦୨୦ ସମୟରେ ଏହା ଖୁବ୍ ଭାଇରାଲ ହୋଇଥିଲା। ଏଥିସହ ଚେନ୍ନାଇ ସୁପରକିଂଗ ସ୍ପଷ୍ଟ କରିଛି କି ଆଗାମୀ ସିଜନ୍ ଅର୍ଥାତ ଆଇପିଏଲ୍ ୨୦୨୧ ରେ ମଧ୍ୟ ଟିମ୍ ର କ୍ୟାପଟେନ୍ ମେହନ୍ଦ୍ର ସିଂହ ଧୋନୀ ହିଁ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.