ଆଇପିଏଲ୍‌ ଟିମ୍‌ ନିଲାମୀ, କଟକ ଟିମ୍‌ କିଣିବାକୁ ଆଗ୍ରହୀ ଥିଲେ ଧୋନିଙ୍କ ମ୍ୟାନେଜର

ଦୁବାଇ : ଆଇପିଏଲ୍‌ର ନୂଆ ୬ଟି ଫ୍ରାଞ୍ଚାଇଜ୍‌ ପାଇଁ ଏବେ ଦୁବାଇ ତାଜ୍‌ ହୋଟେଲରେ ନିଲାମୀ ପ୍ରକ୍ରିୟା ଜାରି ରହିଛି । ଫ୍ରାଞ୍ଚାଇଜ୍‌ କିଣିବାକୁ ଆଗ୍ରହୀ ଥିବା ୧୦ଟି ପାର୍ଟି ଏଥିରେ ସାମିଲ ହୋଇଛନ୍ତି । ତେବେ ଏଥିମଧ୍ୟରୁ ୯ଟି ଟିମ୍‌ ଦେଇଥିବା ପ୍ରସ୍ତାବକୁ ନେଇ ଯାଞ୍ଚ ଚାଲିଛି । ଏମାନେ ହେଲେ ଅଲ୍‌ କାର୍ଗୋ ଲଜିଷ୍ଟିକ୍‌, ଅଦାନି ଗ୍ରୁପ୍‌, ଆରପି ସଞ୍ଜୀବ ଗୋଏଙ୍କା, ଉଦୟ କୋଟାକ, ଗ୍ଲେଜର୍ସ, ଏଚ୍‌ଟି ମିଡିଆ, ଟୋରେଣ୍ଟ ଫାର୍ମା ।

ନୂଆ ଟିମ୍‌ଗୁଡ଼ିକ ହେଉଛନ୍ତି ଅହମଦାବାଦ, ଲକ୍ଷ୍ନୌ, କଟକ, ଧର୍ମଶାଳା, ଗୁଆହାଟୀ ଏବଂ ଇନ୍ଦୋର । ଚର୍ଚ୍ଚା ହେଉଛି ଯେ କଟକ ଟିମ୍‌କୁ କିଣିବା ପାଇଁ ଖୁବ୍‌ ଆଗ୍ରହୀ ଥିଲେ ଧୋନିଙ୍କ ମ୍ୟାନେଜର ଅରୁଣ ପାଣ୍ଡେ । ଯିଏକି ରିଟି ସ୍ପୋର୍ଟସର ମୁଖ୍ୟ । ବ୍ୟବସାୟୀ ଆନନ୍ଦ ପୋଦ୍ଦାର ହେଉଛନ୍ତି ଏହାର ମାଲିକ । ତେବେ ରିଟି ସ୍ପୋର୍ଟସ ଆଜି ନିଲାମୀ ସ୍ଥାନରେ ଡେରିରେ ପହଞ୍ଚିବା ଯୋଗୁଁ ପ୍ରଥମରୁ କଟି ଯାଇଛି । ତେଣୁ କଟକ ଟିମ୍‌ ଏବେ କାହା ହାତକୁ ଯାଉଛି ଦେଖିବାର କଥା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.