“ହ୍ୱିଲଚେୟାରରେ ବି ଖେଳିବି”…ରିଟାୟାରମେଣ୍ଟକୁ ନେଇ ଧୋନିଙ୍କ ବଡ଼ ବୟାନ

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ପୂର୍ବତନ CSK ଅଧିନାୟକ ଧୋନି ଏକ ବଡ଼ ବୟାନ ଦେଇଛନ୍ତି  ।  ଧୋନି IPL ଫ୍ୟୁଚର୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଜିଓ ହଟଷ୍ଟାରରେ କଥାବାର୍ତ୍ତା ସମୟରେ ଧୋନି ସେହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଯାହାକୁ ପ୍ରଶଂସକମାନେ ମଧ୍ୟ ଆଲୋଚନା କରୁଛନ୍ତି ।   ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି । ଧୋନି କହିଛନ୍ତି ଯେ ସେ IPLରେ କେତେ ଦିନ ପାଇଁ CSK ପାଇଁ ଖେଳିବେ ।

ମାହି ତାଙ୍କ IPL ଭବିଷ୍ୟତ ବିଷୟରେ କହିଥିଲେ ମୁଁ ଯେପର୍ଯ୍ୟନ୍ତ ଚାହିଁବି ସେପର୍ଯ୍ୟନ୍ତ CSK ପାଇଁ ଖେଳିପାରିବି । ଏହା ମୋର ଫ୍ରାଞ୍ଚାଇଜ୍ । ଯଦି ମୁଁ କେବେ ଭବିଷ୍ୟତରେ ହ୍ୱିଲଚେୟାରରେ ବି ଥାଏ ସେମାନେ ମୋତେ ଟାଣି ନେଇଯିବେ । ଏହା କହିବା ପରେ ଧୋନି ହସି ଦେଇଥିଲେ  ।  ଧୋନିଙ୍କ ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯଦିଓ ଧୋନି ଏହା ମଜାରେ କହିଛନ୍ତି କିନ୍ତୁ ପ୍ରଶଂସକମାନେ ଏହା ଶୁଣି ବହୁତ ଖୁସି ହୋଇଛନ୍ତି ।  ଆପଣଙ୍କୁ ଜଣାଇ ଦେଉଛୁ କି ଧୋନି ୧୮ତମ ସିଜିନରେ ପୁଣି ଥରେ ନିଜର କମାଲ ଦେଖାଇବାକୁ ଯାଉଛନ୍ତି ।  CSK ଏବଂ ମୁମ୍ବାଇ ମଧ୍ୟରେ ମ୍ୟାଚ୍ ୨୩ ମାର୍ଚ୍ଚରେ ହେବାକୁ ଯାଉଛି ।

ତେବେ ଚେନ୍ନାଇ ସୁପରକିଙ୍ଗସରେ ଋତୁରାଜ ଗାୟକୱାଡ (ଅଧିନାୟକ), ମାଥିଶା ପଥିରଣା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନି, ଡେଭନ କନୱେ, ରାହୁଲ ତ୍ରିପାଠୀ, ରଚିନ ରବିନ୍ଦ୍ର, ଆର. ଅଶ୍ୱିନ, ଖଲିଲ ଅହମ୍ମଦ, ନୁର ଅହମ୍ମଦ, ବିଜୟ ଶଙ୍କର, ସାମ୍ କରନ, ଶେଖ ରସିଦ, ଅଂଶୁଲ କାମ୍ବୋଜ, ମୁକେଶ ଚୌଧୁରୀ, ଦୀପକ ହୁଡା, ଗୁରଜପନୀତ ସିଂହ, ନାଥନ ଏଲିସ୍, ଜେମି ଓଭରଟନ୍, କମଲେଶ ନାଗରକୋଟି, ରାମକୃଷ୍ଣ ଘୋଷ, ଶ୍ରେୟସ ଗୋପାଳ, ବଂଶ ବେଦୀ, ଆଣ୍ଡ୍ରେ ସିଦ୍ଧାର୍ଥ ଅଛନ୍ତି ।

ଧୋନିଙ୍କ ପାଖରେ ଆଇପିଏଲରେ ଏକ ବଡ଼ ରେକର୍ଡ ସୃଷ୍ଟି କରିବାର ସୁଯୋଗ ମିଳିବ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ୧୯ ରନ୍ କରିବାରେ ସଫଳ ହୁଅନ୍ତି ତେବେ ସେ ଆଇପିଏଲ୍ ଇତିହାସରେ CSK ପାଇଁ ସର୍ବାଧିକ ରନ୍ ସ୍କୋରର୍ ହୋଇଯିବେ । ଧୋନି ସୁରେଶ ରାଇନାଙ୍କ ରେକର୍ଡ ଭାଙ୍ଗିଦେବେ । ରୈନା CSK ପାଇଁ IPLରେ ୪୬୮୭ ରନ କରିଛନ୍ତି । ସେହି ସମୟରେ, ଧୋନି CSK ପାଇଁ IPLରେ ୪୬୬୯ ରନ କରିଛନ୍ତି ।

Also read: ମାତ୍ର ୧୯ ରନ୍ କରିବା ପରେ ନଂ ୧ ହୋଇଯିବେ ମହେନ୍ଦ୍ର ସିଂ ଧୋନି, ଭାଙ୍ଗିବ ସୁରେଶ ରାଇନାଙ୍କ ରେକର୍ଡ