Categories: କ୍ରୀଡା

ଚାଂଚଲ୍ୟକର ଖୁଲାସା . . . କ୍ରିକେଟରୁ ସନ୍ୟାସ ନ ନେଲେ ଧୋନିଙ୍କୁ ଟିମରୁ କରିଦିଆଯିବ ବାହାର

କ୍ରିକେଟରୁ ସନ୍ୟାସ ନେବେ କି ନାହିଁ ଧୋନି ? ଯଦି ନେବେ ତାହେଲେ କେବେ ? ଧୋନିଙ୍କ ସନ୍ୟାସ ନେବା ଖବରକୁ ନେଇ ଧମୁନି ଆଲୋଚନା । ଗତ ବର୍ଷ ମଧ୍ୟ ଧୋନି ସନ୍ୟାସ ନେବା କଥା ଉଠିଥିଲା । ହେଲେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଚଳିତ ବର୍ଷ ବିଶ୍ବକପ୍ ଖେଳିଥିଲେ ମାହି । ଏବେ ଏସବୁ ମଧ୍ୟରେ ସାମ୍ନାକୁ ଆସିଛି ଏକ ଚାଂଚଲ୍ୟକର ଖବର । ଯଦି ଧୋନି ସନ୍ୟାସ ନନିଅନ୍ତି ତେବେ ତାଙ୍କୁ ଟିମରୁ କରିଦିଆଯିବ ବାହାର ।

ତେବେ ବିଶ୍ବକପରେ ନିଜ ମନ୍ଥର ଖେଳ ପାଇଁ ଅନେକ ସମୟରେ ସମାଲୋଚନାର ଶିକାର ହୋଇଛନ୍ତି ଧୋନି। ସେମିଫାଇନାଲରେ ଧୋନି ୭୨ ବଲରେ କରିଥିଲେ ମାତ୍ର ୫୦ ରନ୍ । ତେଣୁ ଧୋନିଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ କରିପାରେ ବିସିସିଆଇ । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଆମେ ଆଶ୍ଚର‌୍ୟ୍ୟ ଯେ ଧୋନି ଏଯାଏଁ କାହିଁକି ସନ୍ୟାସ ନେଇନାହାଁନ୍ତି । ଋଷଭ ପନ୍ତଙ୍କ ପରି ଯୁବ ଖେଳାଳି ଧୋନିଙ୍କ ସ୍ଥାନ ନେବା ପାଇଁ ଚାହିଁ ବସିଛନ୍ତି । ବିଶ୍ବକପରେ ଧୋନି ଆକ୍ରମଣାତ୍ମକ ବ୍ୟାଟିଂ କରିନାହାଁନ୍ତି । ନମ୍ବର ୬ କିମ୍ବା ୭ ରେ ଆସିଲେ ବି ସେ ରନକୁ ବଢାଇବା ପାଇଁ ଲଗାତାର ସଂଘର୍ଷ କରୁଛନ୍ତି । ଯାହା ଟିମ୍ ପାଇଁ କ୍ଷତିକାରକ ସାବ୍ୟସ୍ତ ହେଉଛି ।

ଏହା ସହ ପଢନ୍ତୁ ଆଙ୍ଗୁଠିରେ ଆଘାତ, ରକ୍ତ ଜମି ନଖ ପଡିଯାଇଥିଲା କଳା . . . ତଥାପି ମୈଦାନରେ ଚଟାଣ ପରି ଛିଡା ହୋଇଥିଲେ ମାହି

ସେହପରି ସୂଚନା ମିଳିଛି ୨୦୨୦ରେ ହେବାକୁ ଥିବା ଟି ୨୦ରେ ଧୋନିଙ୍କୁ ସାମିଲ୍ କରିନପାରନ୍ତି ଚୟନକର୍ତ୍ତା । ଧୋନି ସମ୍ମାନର ସହ ଇଣ୍ଟରନ୍ୟାସନାଲ୍ କ୍ରିକେଟକୁ ଅଲବିଦା କରିବା ଉଚିତ୍ ବୋଲି କହିଛନ୍ତି ବିସିସିଆଇ ଏହି ଅଧିକାରୀ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago