ଟି-୨୦ ବିଶ୍ୱକପ୍‌ରେ ମେଣ୍ଟରର ଭୂମିକା ନିଭାଇବେ ମହେନ୍ଦ୍ର ସିଂହ ଧୋନୀ, ନେବେ ନାହିଁ କୌଣସି ଫିସ୍‌; ଜୟ ଶାହ ଜଣାଇଲେ ଧନ୍ୟବାଦ

ଆଇପିଏଲ୍‌ ଶେଷ ହେବାର ତୁରନ୍ତ ପରେ ଭାରତୀୟ ଟିମ୍‌ ଟି-୨୦ ବିଶ୍ୱକପ୍‌ର ମିଶନ ପାଇଁ ଲାଗି ପଡ଼ିବ। ଏଥର ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଟିମ୍‌ ଇଣ୍ଡିଆ ସହିତ ମେଣ୍ଟର ରୂପେ ରହିବେ। ଏହା ପ୍ରଥମ ଥର ହେବ, ଯେତେବେଳେ ଧୋନୀ ଏହି ଭୂମିକା ନିଭାଇବେ। ଖାସ୍‌ କଥା ହେଉଛି କି, ମହେନ୍ଦ୍ର ସିଂହ ଧୋନୀ ଏଥିପାଇଁ BCCIରୁ କୌଣସି ଫିସ୍‌ ନେବେ ନାହିଁ।

BCCI ସଚିବ ଜୟ ଶାହ ଏକ ନ୍ୟୁଜ୍‌ ଏଜେନ୍ସିକୁ କହିଛନ୍ତି କି, ଟି-୨୦ ବିଶ୍ୱକପ୍‌ରେ ମେଣ୍ଟରର ଭୂମିକା ନିଭାଇବା ପାଇଁ ଏମ୍‌ଏସ୍‌ ଧୋନୀ କୌଣସି ଫିସ୍‌ ନେବେ ନାହିଁ। ଜୟ ଶାହ BCCI ତରଫରୁ ଧୋନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କହି ରଖୁଛୁ, ଏଥର ଟି-୨୦ ବିଶ୍ୱକପ୍‌ ୟୁଏଇ ଏବଂ ଓମାନରେ ହେଉଛି। ୧୭ ଅକ୍ଟୋବରରେ ଏହାର ପ୍ରଥମ ମ୍ୟାଚ୍‌ ଖେଳାଯିବ। କିନ୍ତୁ ଟିମ୍‌ ଇଣ୍ଡିଆର ପ୍ରଥମ ମ୍ୟାଚ୍‌ ୨୪ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ରହିଛି।

BCCI ଯେବେ ଟି-୨୦ ବିଶ୍ୱକପ୍‌ ପାଇଁ ୧୫ ସଦସ୍ୟ ବିଶିଷ୍ଟ ଟିମ୍‌ର ଘୋଷଣା କରିଥିଲା, ସେବେ ଏହି କଥାର ସୂଚନା ଦିଆଯାଇଥିଲା କି, ଏମ୍‌ଏସ୍‌ ଧୋନୀ ଏଥର ଟିମ୍‌ ଇଣ୍ଡିଆ ସହିତ ମେଣ୍ଟର ରୂପେ କାମ କରିବେ। ଟିମ୍‌ ଇଣ୍ଡିଆ କୋଚ୍‌ ରବି ଶାସ୍ତ୍ରୀ, ଅଧିନାୟକ ବିରାଟ କୋହଲି, ଉପ-ଅଧିନାୟକ ରୋହିତ ଶର୍ମାଙ୍କ ପରାମର୍ଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା। ଟିମ୍‌ ଇଣ୍ଡିଆ ପାଇଁ ଏହି ବିଶ୍ୱକପ୍‌ ବହୁତ ଖାସ୍‌ ହେବାର ଅଛି।

ସେପଟେ ବିରାଟ କୋହଲି ପୂର୍ବରୁ ହିଁ ଘୋଷଣା କରି ସାରିଥିଲେ ଯେ ସେ ଏହି ବିଶ୍ୱକପ୍‌ ପରେ ଟି-୨୦ ଫର୍ମାଟରେ ଭାରତୀୟ ଟିମ୍‌ ପାଇଁ ଅଧିନାୟକତ୍ୱ ଛାଡ଼ିଦେବେ। ଏମିତିରେ ଟିମ୍‌ ଇଣ୍ଡିଆ ଚାହିଁବ କି, ନିଜ କ୍ୟାପଟେନକୁ ଏକ ଭଲ ବିଦାୟ ଦିଆଯାଉ। କହି ରଖୁଛୁ, ଭାରତୀୟ ଟିମ୍‌ ୨୦୦୭ ପରେ କୌଣସି ଟି-୨୦ ବିଶ୍ୱକପ୍‌ ଜିତି ନାହିଁ।

ଟି-୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ: ବିରାଟ କୋହଲି, ରୋହିତ ଶର୍ମା, କେଏଲ୍‌ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଈଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜଡେଜା, ରାହୁଲ ଚାହର, ରବି ଅଶ୍ୱିନ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଜସ୍‌ପ୍ରୀତ୍‌ ବୁମରାହ, ଭୁବନେଶ୍ୱର କୁମାର, ମହମ୍ମଦ ଶାମୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.