ନିଜର ଓ୍ଵିନିଙ୍ଗ୍‌ ଶଟ୍‌ରେ କଇଁ କଇଁ ହୋଇ କାନ୍ଦିଥିବା ସେହି କୁନି ଝିଅର ହୃଦୟ ଜିତିନେଲେ ଧୋନୀ, ମ୍ୟାଚ୍‌ ପରେ ଦେଲେ ଏହି ଖାସ୍‌ ଉପହାର

ଚେନ୍ନାଇ ସୁପର କିଙ୍ଗ୍ସକୁ ଶେଷ ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ବିଜୟ ଦେଇ ଫାଇନାଲରେ ପହଞ୍ଚାଇଥିବା ମ୍ୟାଚ୍‌ ଫିନିଶର ମହେନ୍ଦ୍ର ସିଂହ ଧୋନୀ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ଏହି ମ୍ୟାଚ୍‌ରେ ଧୋନୀ ଯେମିତି ଭାବେ ଓ୍ଵିନିଙ୍ଗ୍‌ ଚଉକା ମାରି ମ୍ୟାଚ୍‌ ଫିନିଶ୍‌ କରିଥିଲେ, ତ ଦୁବାଇ ଷ୍ଟାଡିୟମ୍‌ରେ ବସିଥିବା ଜଣେ କୁନି ଝିଅ ତା’ର ମା’କୁ କୁଣ୍ଢେଇ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଥିଲା। ଏବେ ଏହି ଝିଅର କାନ୍ଦିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ମ୍ୟାଚ୍‌ ସମୟରେ ଏହି ଝିଅଟି ପୂରା ଜୋଶ୍‌ର ସହ ଚେନ୍ନାଇ ସୁପର କିଙ୍ଗ୍ସକୁ ସପୋର୍ଟ କରୁଥିବାର ଦେଖିବାକୁ ମିଳିଥିଲା। ଯେତେବେଳେ ଟିମ୍‌ ମୁସ୍କିଲରେ ଫଶିଥିଲା, ତ ଏହି ଝିଅର ଚେହେରାରେ ଟେନ୍‌ସନ ବି ସ୍ପଷ୍ଟ ନଜର ଆସିଥିଲା। କିନ୍ତୁ ଯେମିତି ହିଁ ଧୋନୀ ଚଉକା ମାରି ଟିମ୍‌କୁ ଜିତାଇ ନେଇଥିଲେ, ଝିଅ ଜଣକ ନିଜକୁ ନିୟନ୍ତ୍ରଣ କରିପାରି ନ ଥିଲେ।

ମ୍ୟାଚ୍‌ ପରେ ଧୋନୀ ଏହି ଝିଅକୁ ଏକ ଖାସ୍‌ ଉପହାର ଦେଇଥିଲେ, ଯାହାର ଭିଡିଓ ଭାଇରାଲ ହେଉଛି। ଧୋନୀ ସେହି ମ୍ୟାଚ୍‌ ବଲ୍‌ରେ ନିଜର ସିଗ୍ନେଚର କରି ତାଙ୍କର ଏହି କୁନି ଫ୍ୟାନ୍‌କୁ ଦେଇ ଦେଇଥିଲେ। ଏହି ଭିଡିଓକୁ ଲୋକେ ମଧ୍ୟ ଖୁବ୍‌ ସେୟାର କରିବାରେ ଲାଗିଛନ୍ତି।

dhoni2
photo: Mints of india

ସେହିପରି ଧୋନୀ ଓ୍ଵିନିଙ୍ଗ୍‌ ଶଟ୍‌ ଦେବା କ୍ଷଣି ଷ୍ଟାଡିୟମ୍‌ରେ ଉପସ୍ଥିତ ଥିବା ତାଙ୍କ ପତ୍ନୀ ସାକ୍ଷୀ ଧୋନୀଙ୍କ ଆଖି ଛଳଛଳ ହୋଇଯାଇଥିଲା। ସାକ୍ଷୀଙ୍କ ସହ ତାଙ୍କ ଝିଅ ଜୀଭା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଓ୍ଵିନିଙ୍ଗ୍‌ ଶଟ୍‌ର ତୁରନ୍ତ ପରେ ସାକ୍ଷୀ, ଜୀଭାଙ୍କୁ କଷିକି କୁଣ୍ଢାଇ ପକାଇଥିଲେ। ଧୋନୀଙ୍କ ପତ୍ନୀ ଓ ଝିଅର ଏହି ସେଲିବ୍ରେଶନର ଭିଡିଓ ମଧ୍ୟ ଖୁବ୍‌ ଭାଇରାଲ ହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.