Categories: କ୍ରୀଡା

୨୦୦୪ରେ କରିଥିଲେ ଦିନିକିଆ ଡେବ୍ୟୁ, ଏବେ ୧୫ ବର୍ଷ ପରେ ବିଶ୍ବକପ୍ ଖେଳିବାକୁ ସୁଯୋଗ ପାଇଲେ ଏହି ଭାରତୀୟ ଖେଳାଳି

ମୁହାଁମୁହିଁ ହୋଇଛନ୍ତି ବାଂଲାଦେଶ ଏବଂ ଭାରତ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ୍ କୋହଲି । ତେବେ ଏହି ମ୍ୟାଚ୍‌ ଜିତି ସେମି ଫାଇନାଲ୍‌ରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ । ସେହିପରି ସେମି ଫାଇନାଲ୍‌ ରେସରେ ରହିବାକୁ ହେଲେ ବାଂଲାଦେଶକୁ ଆଜିର ମ୍ୟାଚ୍‌ ଜିତିବା ନିହାତି ଜରୁରୀ । ଇନିଂସ ଓପନ କରିଛନ୍ତି ରୋହିତ ଶର୍ମା ଓ କେଏଲ ରାହୁଲ । ଆଜି ଭାରତୀୟ ଦଳରେ କେଦାର ଯାଦବଙ୍କ ସ୍ଥାନରେ ଦିନେଶ କାର୍ତ୍ତିକ ଓ କୁଲଦୀପ ଯାଦବଙ୍କ ସ୍ଥାନରେ ଭୁବନେଶ୍ୱର କୁମାରଙ୍କୁ ସାମିଲ କରାଯାଇଛି ।

ତେବେ ସବୁଠାରୁ ବଡ଼ କଥା ହେଉଛି ଆଜିର ମ୍ୟାଚରେ ୪ ଜଣ ୱିକେଟକିପରଙ୍କ ସହ ମୈଦାନକୁ ଓହ୍ଲାଇଛି ବିରାଟବାହିନୀ । ସେମାନେ ହେଉଛନ୍ତି, ଧୋନୀ, ରିଷଭ ପନ୍ତ, ଦିନେଶ କାର୍ତ୍ତିକ ଏବଂ କେଏଲ୍ ରାହୁଲ୍ ।

ଏହା ସହ ପଢନ୍ତୁ ଖେଳୁଥିଲା ହିନ୍ଦୁସ୍ତାନ, ବିଜୟ ପ୍ରାର୍ଥନା କରୁଥିଲା ପାକିସ୍ତାନ ହେଲେ ପାକ୍‌ର ସେମିଫାଇନାଲ୍ ଆଶାରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଦେଲା ଟିମ୍ ଇଣ୍ଡିଆ

ତେବେ ଆଜିର ମ୍ୟାଚରେ ଏମିତି ଜଣେ ଖେଳାଳିଙ୍କୁ ସାମିଲ୍ କରାଯାଇଛି ଯିଏ ୧୫ ବର୍ଷ ହେବ ଏହି ସୁଯୋଗକୁ ଅପେକ୍ଷା କରିଥିଲେ । କେବଳ ସେତିକି ନୁହେଁ ଚଳିତ ବିଶ୍ବକପ୍ ତାଙ୍କ କ୍ୟାରିୟରର ଶେଷ ବିଶ୍ବକପ୍ ମଧ୍ୟ ହୋଇପାରେ । ଅର୍ଥାତ୍ ଏହି ବିଶ୍ବକପ୍ ତାଙ୍କ କ୍ୟାରିୟରର ପ୍ରଥମ ଏବଂ ଶେଷ ବିଶ୍ବକପ୍ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଜ୍ଞା ହଁ ଆମେ କହୁଛୁ ଦିନେଶ କାର୍ତ୍ତିକଙ୍କ ବିଷୟରେ ।

୩୪ ବର୍ଷୀୟ ୱିକେଟ୍ କିପର୍ ତଥା ବ୍ୟାଟ୍ସମ୍ୟାନ୍ ଦିନେଶ ୧୫ ବର୍ଷ ପୂର୍ବେ ଦିନିକିଆରେ ଡେବ୍ୟୁ କରିଥିଲେ । ୨୦୦୪ରେ ଦିନିକିଆ ଇଣ୍ଟରନ୍ୟାସନାଲରେ ପଦାର୍ପଣ କରିଥିଲେ ଦିନେଶ । ଏବେ ୧୫ ବର୍ଷ ପରେ ବିଶ୍ବକପରେ ଅନ୍ତିମ ୧୧ ଜଣରେ ତାଙ୍କୁ ସ୍ଥାନ ଦିଆଯାଇଛି । ତେବେ ୨୦୦୭ରେ ଦିନେଶଙ୍କୁ ବିଶ୍ବକପରେ ଯଦିଓ ସ୍ଥାନ ଦିଆଯାଇଥିଲା କିନ୍ତୁ ଖେଳିବାର ସୁଯୋଗ ପାଇ ନଥିଲେ ।

ଦିନିକିଆ ଇଣ୍ଟରନ୍ୟାସନାଲରେ ଦିନେଶ କାର୍ତ୍ତିକ :

– ୱନଡେ ଡେବ୍ୟୁ ସେପ୍ଟେମ୍ବର ୨୦୦୪, ଧୋନୀଙ୍କଠୁ ୩ ମାସ ପୂର୍ବରୁ ।

– ଧୋନୀଙ୍କ ବ୍ୟାକ୍ ଅପ୍ ଭାବରେ ୨୦୦୭ ବିଶ୍ବକପ୍ ସ୍କ୍ବାର୍ଡରେ ଥିଲେ । କିନ୍ତୁ ଖେଳିବାକୁ ସୁଯୋଗ ମିଳିଲାନି ।

– ୨୦୧୧ ଏବଂ ୨୦୧୫ ବିଶ୍ବକପରେ ସ୍ଥାନ ପାଇନଥିଲେ ।

– ଶେଷରେ ୧୫ ବର୍ଷର ଅପେକ୍ଷାର ହେଲା ଅନ୍ତ । ୨୦୧୯ ବିଶ୍ବକପରେ ସ୍ଥାନ ପାଇଲେ ଦିନେଶ କାର୍ତ୍ତିକ ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

8 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

16 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

33 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago