ଭାରତୀୟ ଜିମ୍ନାଷ୍ଟ ଦୀପା କର୍ମାକରଙ୍କୁ ୨୧ ମାସ ପାଇଁ ବାସନ୍ଦ: କୌଣସି ପ୍ରତିଯୋଗିତାରେ ନେଇ ପାରିବେ ନାହିଁ ଭାଗ

ନୂଆଦିଲ୍ଲୀ : ୨୧ ମାସ ପାଇଁ ଦୀପା କର୍ମାକର ବାସନ୍ଦ । ଭାରତୀୟ ଜିମ୍ନାଷ୍ଟ ଦୀପା କର୍ମାକର ୨୧ ମାସ ପାଇଁ ବାସନ୍ଦ ହୋଇଛନ୍ତି । ନିଷିଦ୍ଧ ନିଶା ସେବନ ପ୍ରମାଣିତ ହେବା ପରେ ତାଙ୍କ ଉପରେ ଏହି କଟକଣା ଲଗାଇଛି ଇଂଟରନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଆଇଟିଏ । ଆଗାମୀ ୨୧ ମାସ ପର୍ଯ୍ୟନ୍ତ ପ୍ରତିଯୋଗିତାରୁ ଦୂରେଇ ରହିବେ ଦୀପା । କୌଣସି ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ ।

ଇଣ୍ଟରନ୍ୟାସନାଲ ଟେଷ୍ଟି ଏଜେନ୍ସି ଏନେଇ ସ୍ପଷ୍ଟ କରିଥିବା ସୂଚନା ମିଳିଛି । ମିିଳିଥିବା ସୂଚନା ଅନୁସାରେ ‘ହିଜେନାମିନ’ ନାମକ ନିଷିଦ୍ଧ ନିଶାର ସେବନ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୨୦୨୧ରେ ‘ହିଜେନାମିନ’କୁ ନିଷିଦ୍ଧ କରାଯାଇଥିଲା । ୨୦୨୧, ଅକ୍ଟୋବର ୧୧ତାରିଖରେ ଦୀପାଙ୍କ ଡୋପିଂ ଟେଷ୍ଟ କରାଯାଇଥିଲା । ଏବଂ ୨୦୨୩ ଜୁଲାଇ ୧୦ତାରିଖ ଯାଏଁ ଏହି ୨୧ମାସର କଟକଣା ବଳବତର ରହିବ ।

Leave A Reply

Your email address will not be published.