୬ ବର୍ଷର ପରେ ଗ୍ଲାଣ୍ଡସ୍ଲାମ ଟାଇଟଲ ଜିତିଲେ ଜଣେ ନୂଆ ଖେଳାଳି, ଅଷ୍ଟ୍ରିୟାର ଡୋମିନିକ ଥିମ ହେଲେ ୟୁଏସ ଓପନ ଚାମ୍ପିୟନ

ୟୁଏସ ଓପନ ପୁରୁଷ ବର୍ଗରେ ଚାମ୍ପିୟନ ହୋଇଛନ୍ତି ଡୋମିନିକ ଥିମ । ସେ ଆଲେକଜ୍ୟାଣ୍ଡର ଜାଭ୍ରେଵଙ୍କୁ ୨-୬, ୪-୬, ୬-୪, ୬-୩, ୭-୬ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି । ଏହା ସହ ୟୁଏସ ଓପନକୁ ଦୀର୍ଘ ୬ ବର୍ଷର ବ୍ୟବଧାନରେ ଜଣେ ନୂଆ ଚାମ୍ପିୟନ ମିଳି ପାରିଛି । କହି ରଖିବା ଉଚିତ ହେବକି, ଜର୍ମାନୀର ଆଲେକଜ୍ୟାଣ୍ଡର ଓ ଅଷ୍ଟ୍ରିୟାର ଡୋମିନିକ ଥିମ ଉଭୟେ ପ୍ରଥମ ଥର ପାଇଁ ଫାଇନାଲ ମୁକାବିଲାରେ ପହଂଚିଥିଲେ । ୨୩ ବର୍ଷୀୟ ଜାଭ୍ରେଵ କ୍ୟାରିୟାରରେ ପ୍ରଥମ ଥର ପାଇଁ କୌଣସି ଗ୍ଲାଣ୍ଡସ୍ଲାମ ଫାଇନାଲ ମ୍ୟାଚ ଖେଳୁଥିବା ବେଳେ ୨୭ ବର୍ଷୀୟ ଥିମ ଫାଇନାଲରେ ପହଁଚିଥିବା ଅଷ୍ଟ୍ରିୟାର ପ୍ରଥମ ଖେଳାଳି । ବିଶ୍ୱ ରାଙ୍କରେ ବର୍ତ୍ତମାନ ସମୟରେ ତୃତୀୟ ସ୍ଥାନରେ ଥିବା ଥିମ ପ୍ରଥମେ ଦୁଇ ସେଟ ହରାଇବା ପରେ ଖେଳରେ ନିଜ ସ୍ଥିତି ଦୃଢ କରି ପାରିଥିଲେ । ଆଉ ଦୀର୍ଘ ୭୧ ବର୍ଷର ବ୍ୟବଧାନ ପରେ ଥିମ ଏପରି ଏକ ବିରଳ ବିଜୟ ହାସଲ କରି ପାରିଛନ୍ତି ।

ପ୍ରଥମ ଥର ପାଇଁ ବିଜେତା କିଏ ହେବ ତାହା “ଟାଇବ୍ରେକର” ଜରିଆରେ ନିଷ୍ପତ୍ତି ନିଆଯାଇଛି । ଆଉ ବିଗତ ୧୬ ବର୍ଷ ମଧ୍ୟରେ ପ୍ରଥମ ଥର ହୁଏତ ଏମିତି ହୋଇଛି ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ଫେଡେରର, ନାଡ଼ାଲା ଓ ଜୋକୋଭିକଙ୍କ ପରି ଟପ ଖେଳାଳି ସାମିଲ ହୋଇ ପାରି ନାହାନ୍ତି । କରୋନା ମାହମାରୀ କାରଣରୁ ରାଫେଲ ନାଦାଲ ଭାଗ ନେଇନଥିବା ବେଳେ ଆଣ୍ଠୁ ଅପରେସନ କାରଣରୁ ଫେଡେରର ବର୍ତ୍ତମାନ ରେଷ୍ଟରେ ଅଛନ୍ତି । ଯେବେକି କ୍ୱାର୍ଟର ଫାଇନାଲ ମ୍ୟାଚରେ ଅଜାଣତରେ ଜଣେ ଲାଇନ ଜଜଙ୍କ ଠାରେ ବଲ ବାଜିବା କାରଣରୁ ଜୋକୋଭିକଙ୍କୁ ବହିଷ୍କାର ହେବାକୁ ପଡିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.