କମାଲ କଲେ ଅଭିପ୍‌ସା, ହରିଆଣା ରୋହତକରେ ୧୨ ବର୍ଷରୁ କମ ସିଙ୍ଗିଲ୍ସ ଓ ଡବଲ୍ସ ଟେନିସରେ ଜିତିଲେ ଟାଇଟଲ

କେନ୍ୟୁଜ୍(ବ୍ୟୁରୋ):ହରିଆଣା ରୋହତକରେ ଚାଲିଥିବା ଟେନିସ ଟୁର୍ଣ୍ଣାମେଣ୍ଟରେ ଅଭିପ୍‌ସା ଦେହୁରୀଙ୍କୁ ଡବଲ ସଫଳତା । ୧୨ ବର୍ଷରୁ କମ ଟେନିସର ସିଙ୍ଗିଲ୍ସ ଓ ଡବଲ୍ସ ଟାଇଟେଲ ଜିତିଛନ୍ତି ଅଭିପ୍‌ସା । ସିଙ୍ଗିଲ୍ସର ଫାଇନାଲରେ ଅଭିପସା ପ୍ରତିପକ୍ଷ ଖେଳାଳି ଆହନା ଚୌଧୁରୀଙ୍କୁ ୭-୫, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି ।

ସେହିପରି ଡବଲ୍ସରେ ରାଜସ୍ଥାନର ସହଯୋଗୀ ହଭିସା ଚୌଧୁରୀଙ୍କ ସହ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି ଅଭିପସା । ଦିଲ୍ଲୀର ଅରା ମଲ୍ଲିକ ଓ ଅଭିଜ୍ଞା ପଲଙ୍କୁ ୬-୧, ୬-୨ ସେଟରେ ହରାଇଛନ୍ତି । ଅଭିପସା ଦେହୁରୀ ହେଉଛନ୍ତି କିଟ୍‌ ଇଣ୍ଟର ନ୍ୟାସନାଲ ସ୍କୁଲର ଛାତ୍ରୀ । କୋଚ ଫାରାନ ଅଲ୍ଲୀଙ୍କ ତତ୍ତ୍ୱାବଧାନରେ ଟେନିସ ଖେଳିଆସୁଛନ୍ତି । ବିଶ୍ୱରେ ୩୫୦ ର‍୍ୟାଙ୍କରେ ଥିବା ବେଳେ ଦେଶରେ ତାଙ୍କ ର‍୍ୟାଙ୍କ ହେଉଛି ୩୦ ।

Leave A Reply

Your email address will not be published.