ଏଏଫ୍‌ସି ଚାମ୍ପିଅନ୍‌ସ ଲିଗ୍‌ ୱେଷ୍ଟ ୨୦୨୦: ମେଡିକାଲ ଡେଲିଗେସନରେ କିମ୍‌ସ ଡାକ୍ତର ପ୍ରଫେସର ସୁଦୀପ ଶତପଥୀଙ୍କୁ ଡୋପିଂ କଣ୍ଟ୍ରୋଲ ଅଫିସର ଭାବେ ଦାୟିତ୍ୱ

ଭୁବନେଶ୍ବର: ଏଏଫ୍‌ସି ଚାମ୍ପିଅନ୍‌ସ ଲିଗ୍‌ ୱେଷ୍ଟ ୨୦୨୦ର ମେଡିକାଲ ଡେଲିଗେସନରେ କିମ୍‌ସ ଡାକ୍ତର ପ୍ରଫେସର ସୁଦୀପ ଶତପଥୀ। ତାଙ୍କୁ ଡୋପିଂ କଣ୍ଟ୍ରୋଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। କିଟ୍‌ ବିଶ୍ୱବିଦ୍ୟାଳୟରେ ଫିଜିଓଲୋଜି ଆଣ୍ଡ ସ୍ପୋର୍ଟ ମେଡିସିନ ପ୍ରଫେସର ଅଛନ୍ତି ସୁଦୀପ ଶତପଥୀ। ଦୋହାରେ ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୪ ତାରିଖ ଯାଏ ଅନୁଷ୍ଠିତ ହେବ, AFC ଚାମ୍ପିଅନ୍‌ସ ଲିଗ।

ରିଓ ଅଲିମ୍ପିକ୍ସ ଓ ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ରେ ମଧ୍ୟ ସେ ସ୍ପୋର୍ଟସ ଡାକ୍ତର ଭାବେ କାମ କରି ସାରିଛନ୍ତି। ଡ. ଶତପଥୀ ଇଣ୍ଟରନ୍ୟାସନାଲ ଅଲିମ୍ପିକ୍ସ କମିଟିରୁ ସ୍ପୋର୍ଟସ ମେଡିସିନରେ ଡିପ୍ଲୋମା କରିଛନ୍ତି। ଏହାସହ ସେ ଇଣ୍ଡିଆନ ସୁପରଲିଗ୍‌ ୨୦୧୫ରେ କେରଳା ବ୍ଲାଷ୍ଟର୍ସ ଏଫ୍‌ସିର ଟିମ୍‌ ଡାକ୍ତର ଥିଲେ।

ଏଏଫ୍‌ସି ଚାମ୍ପିଅନ୍‌ସ ଲିଗ୍‌ ୱେଷ୍ଟ ୨୦୨୦ର ମେଡିକାଲ ଡେଲିଗେସନରେ ସାମିଲ ହେବା ପରେ ପ୍ରଫେସର ସୁଦୀପ ଶତପଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ। ଏପରି ସୁଯୋଗ ପାଇବାରେ ଓଡ଼ିଶାର ପ୍ରଥମ ଡାକ୍ତର। ତେଣୁ କିଟ୍‌ ଓ କିସ୍‌ କ୍ରୀଡ଼ା ପରିବାର ତାଙ୍କ ନିଯୁକ୍ତିରେ ଗୈରାବନ୍ଵିତ ମନେ କରୁଛନ୍ତି। ସେପଟେ ପ୍ରଫେସର ଶତପଥୀ ସାହାଯ୍ୟ ଓ ଆଶୀର୍ବାଦ ପାଇଁ ଡ.ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.