ଅଦ୍ବିତୀୟ ଦୂତୀ : ସଂଗ୍ରାମୀ କ୍ରୀଡ଼ାବିତ୍

ପ୍ରତ୍ୟେକ ଖେଳାଳି ଜଣେ ଜଣେ ଯୋଦ୍ଧା । କାରଣ ବିଜୟ ପାଇଁ ସେମାନେ ସଂଘର୍ଷ କରନ୍ତି । ଦୂତୀ ଚାନ୍ଦ । ଏମିତି ଏକ ସଂଘର୍ଷର ନାଁ  । ଏକ ସଂଗ୍ରାମୀ କ୍ରୀଡ଼ାବିତର ନାଁ । ୨୦ ବର୍ଷ ପରେ ଓଡ଼ିଶାର ଏହି ମହିଳା ଆଥଲେଟ୍ ଏସୀୟ କ୍ରୀଡ଼ାର ୧୦୦ ମିଟର ଦୌଡ଼ରେ ଦେଶ ପାଇଁ ପଦକ ଜିତିଛନ୍ତି । ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ରବିବାର ଦିନ ଦୂତୀ ୧୧.୩୨ ସେକେଣ୍ଡ ସମୟ ନେଇ ଦ୍ବିତୀୟ ହେବା ସହ ରୌପ୍ୟ ପଦକ ହାସଲ କରିଛନ୍ତି । ଶେଷଥର ପାଇଁ ୧୯୯୮ ଏସୀୟ କ୍ରୀଡ଼ାରେ ରଚିତା ମିସ୍ତ୍ରୀ ପଣ୍ଡା ୧୦୦ ମିଟର ଦୌଡ଼ରେ ଜିତିଥିଲେ ବ୍ରୋଞ୍ଜ୍ ପଦକ । ଅବଶ୍ୟ ରଚିତା ବି ଜଣେ ଓଡ଼ିଆ । କିନ୍ତୁ ଦୂତୀଙ୍କ ଭଳି କେହି ହୁଏତ ଏତେ ସଂଗ୍ରାମ କରି ନଥିବେ ନିଜ କ୍ୟାରିୟରକୁ ବଞ୍ଚାଇବା ପାଇଁ ।

ନିଶ୍ଚିତ ପଢ଼ନ୍ତୁ : ଆଜି ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ

ଦାରିଦ୍ରରୁ ଆରମ୍ଭ କରି ଲିଙ୍ଗଗତ ପ୍ରତିବନ୍ଧକ ତାଙ୍କୁ ଅନ୍ତର୍ଜାତୀୟ କ୍ରୀଡ଼ାରେ ଆଗକୁ ଯିବାରେ ପ୍ରତିବନ୍ଧକ ସାଜିଥିଲା । ଆର୍ଥିକ ପ୍ରତିବନ୍ଧକ ଯେତିକି ନଥିଲା ତାଠାରୁ ତାଙ୍କୁ ବେଶି ସମସ୍ୟାରେ ପକାଇଥିଲା ଲିଙ୍ଗଗତ ପ୍ରତିବନ୍ଧକ । କେବଳ ଏହି କାରଣରୁ ସେ ଗତ ଏସୀୟ କ୍ରୀଡ଼ାରେ ଭାଗ ନେଇ ପାରିନଥିଲେ । ଶରୀରରେ ନିୟମ ଠାରୁ ଅଧିକ ପୁରୁଷ ହରମୋନ ରହିଥିବାରୁ ତାଙ୍କୁ ୨୦୧୪ରେ ନିଲମ୍ବିତ କରିଥିଲା ଆଇଏଏଏଫ୍ । ସେ ଏହା ବିରୋଧରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସରେ ଆବେଦନ କଲେ ଏବଂ ଦୀର୍ଘ ଦିନ ଧରି ସଂଘର୍ଷ ପରେ ଜିତିଲେ ଦୂତୀ । କଟକଣା ସମୟ ଥିଲା ତାଙ୍କ ପାଇଁ ସବୁଠାରୁ କଷ୍ଟକର । ଠିକ୍ ଯେମିତି ମାଛକୁ ପାଣିରୁ ଆଣି ମାଟି ଉପରେ ପକାଇ ଦେଲେ ଯେମିତି ଅବସ୍ଥା ହୁଏ ସେହିଭଳି ସ୍ଥିତିରେ ଥିଲେ ଦୂତୀ । ମାନସିକ ଭାବେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । କେହି ବି ତାଙ୍କ ସପକ୍ଷରେ ନଥିଲେ ।

କିନ୍ତୁ କିଛି ବଦାନ୍ୟ ବ୍ୟକ୍ତି ଏବଂ ପୂର୍ବତନ କ୍ରୀଡ଼ାବିତଙ୍କ ସହଯୋଗ ଓ ସମର୍ଥନରେ ନିଜ ଲଢ଼େଇରୁ ଓହରି ନଥିଲେ । ଏଥିରେ ସବୁଠୁ ଆଗରେ ଥିଲେ କିଟ୍ ଓ କିସ୍ ପ୍ରତିଷ୍ଠତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ । ଯିଏକି ତାଙ୍କୁ ମାନସିକ ସ୍ତରରେ ସବୁବେଳେ ପ୍ରୋତ୍ସାହିତ କରିବା ସହ ସ୍ବିଜରଲାଣ୍ଡ ସ୍ଥିତ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସରେ ଲଢ଼ିବା ପାଇଁ ଆର୍ଥିକ ସହଯୋଗ ମଧ୍ୟ କରିଥିଲେ । କାରଣ ତାଙ୍କର ଭବିଷ୍ୟବାଣୀ ଥିଲା ଦୂତୀ ନିଶ୍ଚିତ ଭାବେ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ଓ ଦେଶ ପାଇଁ ପଦକ ଜିତିବେ । ଯାହା କରି ଦେଖାଇଛନ୍ତି କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ଦୂତୀ ଚାନ୍ଦ । ସେହିଭଳି ପୂର୍ବତନ ଖେଳାଳି ତଥା ବର୍ତ୍ତମାନ ଭାରତୀୟ ବ୍ୟାଡମିଣ୍ଟନ୍ ଟିମର କୋଚ୍ ପୁଲ୍ଲେଲା ଗୋପୀଚାନ୍ଦ ମଧ୍ୟ ତାଙ୍କୁ କଷ୍ଟକର ସମୟରେ ବହୁତ ସାହାଯ୍ୟ କରିଥିଲେ । ଦୂତୀ ଏବେବି ହାଇଦ୍ରାବାଦ ସ୍ଥିତ ଗୋପୀଚାନ୍ଦଙ୍କ ଏକାଡେମୀରେ ଅଭ୍ୟାସ କରୁଛନ୍ତି ।

ଯାଜପୁର ଜିଲ୍ଲା ଚଣ୍ଡୀଖୋଲ ନିକଟବର୍ତ୍ତୀ ଗୋପାଳପୁର ଗାଁରେ ଜନ୍ମ ନେଇଛନ୍ତି ଦୂତୀ । ଭଉଣୀ ସରସ୍ବତୀ ଚାନ୍ଦ ଜଣେ ଅନ୍ତର୍ଜାତୀୟ ସ୍ତରର ଆଥଲେଟ୍ । ତାଙ୍କରି ପ୍ରୋତ୍ସାହନରେ ମୂଳଦୁଆ ପଡ଼ିଥିଲା ଦୂତୀଙ୍କ ଆଥଲେଟିକ୍ କ୍ୟାରିୟର । ୨୦୧୨ରେ ଦୂତୀ ୧୮ ବର୍ଷରୁ କମ୍ ଜାତୀୟ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ଦୂତୀ ଚାମ୍ପିଅନ୍ ହୋଇଥିଲେ । ୧୧.୧୮ ସେକେଣ୍ଡ ନେଇ ସମସ୍ତଙ୍କ ନଜରକୁ ଆସିଥିଲେ  । ୨୦୧୩ରେ ସେ ପୁନେଠାରେ ଅନୁଷ୍ଠିତ ଏସିୟାନ୍ ଆଥଲେଟିକ୍ ଚାମ୍ପିଅନସିପର ମହିଳା ୨୦୦ ମିଟର ଦୌଡ଼ରେ ଜିତିଲେ ବ୍ରୋଞ୍ଜ ପଦକ । ସେହି ବର୍ଷ ବିଶ୍ବ ଯୁବ ଆଥଲେଟିକ୍ସର ୧୦୦ ମିଟର ଫାଇନାଲରେ ପହଞ୍ଚି ଚମକାଇ ଦେଲେ ।

ନିଶ୍ଚିତ ପଢ଼ନ୍ତୁ : କେବଳ ସୌନ୍ଦର୍ୟ୍ୟ ବଢାଇନଥାଏ ସ୍ବାସ୍ଥ୍ୟ ମଧ୍ୟ ଠିକ୍ ରଖିଥାଏ ବିନ୍ଦି

ପୁଣି ଜାତୀୟ ପ୍ରତିଯୋଗିତାର ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ଚାମ୍ପିଅନ୍ ହେଲେ । ଏହାପରେ ୨୦୧୪ରେ ଆସିଲା ହାଇପର ଆଣ୍ଡରୋଜେନିଜିମ୍ ମାମଲା । ତେବେ ୨୦୧୫ରେ ସ୍ପୋର୍ଟସ କୋର୍ଟ ତାଙ୍କ ସପକ୍ଷରେ ଦେଇଥିବା ନିର୍ଦ୍ଦେଶ ଏବଂ ନିୟମରେ ପରିବର୍ତ୍ତନ ପରେ ପୁଣି ଦୂତୀ ଫେରିଲେ ଟ୍ରାକକୁ । ତେବେ ଏ ଭିତରେ ସେ ଅଭ୍ୟାସ ବନ୍ଦ କରିନଥିଲେ । ୨୦୧୬ରେ ପୁନର୍ବାର ଦୂତୀ ତାଙ୍କର କରିସ୍ମା ଦେଖାଇଲେ । ଶହେ ମିଟର ଦୌଡ଼ରେ ନୂଆ ଜାତୀୟ ରେକର୍ଡ଼, ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ ଭଳି ଅନେକ ସଫଳତା ଲାଭ କରିଛନ୍ତି । ଏବେ ଏସୀୟ କ୍ରୀଡ଼ାରେ ସଫଳତା ପରେ ଲକ୍ଷ୍ୟ ରହିଛି ଟୋକିଓ ଅଲିମ୍ପିକ୍ ପଦକ ଉପରେ ।

ନିଷ୍ଠା ଓ ପରିଶ୍ରମ ଏବଂ ସଫଳତା ହାସଲ କରିବାର ଆଗ୍ରହ ତାଙ୍କୁ ନିଶ୍ଚୟ ଉଜ୍ଜଳ ଭବିଷତ ଆଡ଼କୁ ଆଗେଇ ନେଇଛି । ତା ସହିତ ରହିଛି ରାଜ୍ୟ ଓ ଦେଶବାସୀଙ୍କ ସଦିଚ୍ଛା, ଶୁଭେଚ୍ଛା ଓ ସମର୍ଥନ । ଜାକର୍ତ୍ତାରେ ଥିବା ଓଡ଼ିଆମାନେ ତାଙ୍କୁ ଖୁବ୍ ଉତ୍ସାହିତ କରିଥିଲେ । ଯାହାଫଳରେ ସେ ଶେଷ ଭାଗରେ ଆଖିବୁଜି ନିଜର ବେଗ ବଢ଼ାଇ ଦେଇଥିଲେ ବୋଲି ନିଜେ କହିଛନ୍ତି ଦୂତୀ । ଆର୍ଥିକ ପ୍ରୋତ୍ସାହନ ତୁଳନାରେ ଏଭଳି ସମର୍ଥନ ଓ ପ୍ରଶଂସା ଜଣେ କ୍ରୀଡ଼ାବିତ୍ ପାଇଁ ଅତ୍ୟନ୍ତ ଜରୁରୀ । ଏହି ଅବସରରେ କେନ୍ୟୁଜ୍ ପରିବାର ତରଫରୁ ଦୂତୀ ଏବଂ ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା ସମସ୍ତ ଓଡ଼ିଆ ପ୍ରତିଯୋଗୀଙ୍କୁ ଅନେକ ଶୁଭେଚ୍ଛା  ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago