ପୁଣି ଥରେ ଟ୍ରାକରେ ଚମକିଲେ, ଦୂତୀ ଚାନ୍ଦ !

ଭୁବନେଶ୍ବର : ଦୂତୀ ଚାନ୍ଦ ଶହେ ମିଟର ଦୌଡ଼ରେ ନିଜ ରେକର୍ଡ ଭାଙ୍ଗି ସୃଷ୍ଟି କଲେ ନୂଆ ଜାତୀୟ ରେକର୍ଡ ।ଏଥି ସହ ଜିତିଛନ୍ତି ସ୍ୱର୍ଣ୍ଣପଦକ। ସେମିଫାଇନାଲରେ ରେକର୍ଡ଼ କରିବା ସହ ଆସIମର ଗୌହାଟିରେ ଅନୁଷ୍ଠିତ ଜାତୀୟ ସିନିୟର ଆଥଲେଟିକ୍ ମିଟରେ ଫାଇନାଲରେ ସେ ୧୧ ଦଶମିକ ୩୨ ସେକେଣ୍ଡ ନେଇ ସ୍ୱର୍ଣ୍ଣ ଜିତିଛନ୍ତି ।ଏହା ସହିତ ୧୧.୩୯ ସେକେଣ୍ଡ ମିଟ୍‌ ରେକର୍ଡ଼ ମଧ୍ୟ ଭାଙ୍ଗିଛନ୍ତି। ଗତକାଲି ହିଟ୍‌ସରେ ୧୧ ଦଶମିକ ୪୨ ସେକେଣ୍ଡ ନେଇ ଜାକର୍ତ୍ତା ଏସିଆନ୍‌ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ଦୂତୀ।

Leave A Reply

Your email address will not be published.