ଆଜି ଦିଲ୍ଲୀରୁ ଟୋକିଓ ଯାତ୍ରା କରିବେ ଦୌଡରାଣୀ ଦୂତି ଚାନ୍ଦ

ନୂଆଦିଲ୍ଲୀ: ଆଜି ଦୌଡରାଣୀ ଦୂତି ଚାନ୍ଦଙ୍କ ଟୋକିଓ ଗସ୍ତ । ହାଇଦ୍ରାବାଦରୁ ବାହାରିଲେ ଦୂତି ଚାନ୍ଦ । ହାଇଦ୍ରାବାଦରୁ ଦିଲ୍ଲୀ ଯାଇଛନ୍ତି । ଦିଲ୍ଲୀରୁ ସେ ଟୋକିଓ ଯାତ୍ରା କରିବେ । ଦିଲ୍ଲୀରୁ ଆଜି ଟୋକିଓ ଅଲିମ୍ପିକ୍ସ ପାଇଁ ଯାତ୍ରା କରିବେ ।

୨୦୧୬ ରିଓ ଅଲିମ୍ପିକ ପରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ୨୦୨୦ ଟୋକିଓ ଅଲିମ୍ପିକସରେ ପ୍ରତିନିଧିତ୍ୱ କରିବେ ଦୂତି ଚାନ୍ଦ । ସେ ୧୦୦ ଓ ୨୦୦ ମିଟର ଦୌଡ଼ରେ ପ୍ରତିନିଧିତ୍ୱ କରିବେ । ସେହିଭଳି କିଟ ଛାତ୍ର ଶିବପାଲ ସିଂ ମଧ୍ୟ ଆଜି ଟୋକିଓ ଯାତ୍ରା କରିବେ । କିଟ୍‌ ବିବିଏ ଛାତ୍ର ଶିବପାଲ୍‌ ସିଂହ ମାର୍ଚ୍ଚ ମାସରେ ଦକ୍ଷିଣ ଆଫ୍ରିକାର ଏସିଏନ୍‌ ଡବ୍ଲୁ ମିଟ୍‌ରେ ୮୫.୪୭ ମିଟର ଜାଭେଲିନ୍‌ ଥ୍ରୋ କରି ସ୍ୱର୍ଣ୍ଣ ପଦକ ସହ ଅଲିମ୍ପିକସ ପାଇଁ ଯୋଗ୍ୟତା ହାସଲ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.