କୋଲକାତାରେ ଦୌଡ଼ରାଣୀ ଦୂତୀ ଚାନ୍ଦ, ଅଗଷ୍ଟ ୨୯ ଜାତୀୟ କ୍ରିଡ଼ା ଦିବସରେ ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିବେ ଅର୍ଜୁନ ପୁରସ୍କାର

ଭୁବନେଶ୍ବର: ଅଗଷ୍ଟ ୨୯ ତାରିଖ ଜାତୀୟ କ୍ରିଡ଼ା ଦିବସରେ ରାଷ୍ଟ୍ରପତିଙ୍କଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କରିବେ ଦୌଡ଼ରାଣୀ ଦୂତୀ ଚାନ୍ଦ। ଏଥିପାଇଁ ଦୂତୀ କୋଲକାତାରେ ପହଞ୍ଚିଛନ୍ତି । କୋଲକାତାରେ ପହଞ୍ଚିବା ପରେ ତାଙ୍କୁ ବହୁ ଶୁଭେଚ୍ଛୁ ସ୍ୱାଗତ ଜଣାଇଥିଲେ ।

ଏହି ପୁରସ୍କାର ତାଙ୍କ ମନୋବଳକୁ ଆହୁରି ସୁଦୃଢ କରିଛି ବୋଲି କହିଛନ୍ତି ଦୂତୀ। ତେବେ ସଫଳତାର ଗୋଟିଏ ପରେ ଗୋଟିଏ ସିଢ଼ି ଚଢ଼ିବା ପଛରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅବଦାନକୁ ମନେ ପକାଇଥିଲେ ଦୂତୀ।

ସୂଚନା ଥାଉକି, କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ ତରଫରୁ ଦୂତୀଙ୍କୁ ଅର୍ଜୁନ ପୁରସ୍କାର ମିଳିବା ନେଇ ଘୋଷଣା କରାଯାଇଥିଲା। ପୂର୍ବରୁ ଅର୍ଜୁନ ପୁରସ୍କାର ପାଇଁ ଆଥଲେଟ ଦୂତି ଚାନ୍ଦଙ୍କ ନାଁ ସୁପାରିସ କରାଯାଇଥିଲା । ଯାହା ଉପରେ କ୍ରୀଡା ମନ୍ତ୍ରାଳୟ ତରଫରୁ ମୋହର ବାଜିଥିଲା । ତେବେ ଚଳିତ ବର୍ଷ ୨୭ ଜଣ ଖେଳାଳିଙ୍କୁ ଏହି ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.