ଇଣ୍ଡିଆନ୍ ଗ୍ରାଁ ପ୍ରି-୧ରେ ଚମକ ଦେଖାଇଲେ ଓଡ଼ିଆ ଆଥଲେଟ୍ ତଥା କିଟ୍ ଛାତ୍ରୀ ଦୂତୀ ଚାନ୍ଦ ଓ କିଟ୍ ଛାତ୍ର ଅମିୟ ମଲ୍ଲିକ

କେନ୍ୟୁଜ୍(ବ୍ୟୁରୋ): ଇଣ୍ଡିଆନ୍ ଗ୍ରାଁ ପ୍ରି-୧ରେ ଚମକ ଦେଖାଇଲେ ଓଡ଼ିଆ ଆଥଲେଟ୍ ତଥା କିଟ୍ ଛାତ୍ରୀ ଦୂତୀ ଚାନ୍ଦ ଓ କିଟ୍ ଛାତ୍ର ଅମିୟ ମଲ୍ଲିକ । ମହିଳା ୧୦୦ ମିଟର ଦୌଡ଼ରେ ଦୂତି ଚାନ୍ଦଙ୍କୁ ମିଳିଛି ସ୍ୱର୍ଣ୍ଣ ପଦକ । ପଟିୟାଲାରେ ଚାଲିଥିବା ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସ-୧ରେ ଦୌଡରାଣୀ ୧୧.୫୧ ସେକେଣ୍ଡରେ ଏହି ସଫଳତା ହାସଲ କରିଛନ୍ତି । ଏହାପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


ସେହିପରି କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ବି ଦୂତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  ସେହିପରି କିଟ୍ ଛାତ୍ର ଅମୀୟ ମଲ୍ଲିକ ପୁରୁଷ ୧୦୦ ମିଟର ରେସରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସଫଳତା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.