ଆଇପିଏଲ୍‌ ଛାଡିବା ଜେସନ ରୟଙ୍କୁ ପଡିଲା ମହଙ୍ଗା, ମ୍ୟାଚରୁ ବାଦ୍‌ ପଡିବା ସହ ଦେବାକୁ ହେବ ଜରିମାନା

ଆଇପିଏଲ ୨୦୨୨ ପାଇଁ ଜେସନ ରୟଙ୍କୁ କିଣିଥିଲା ଗୁଜୁରାଟ ଟାଇଟନ୍ସ। ଆଇପିଏଲରୁ ନିଜ ନାମ ଫେରାଇ ନେବାରୁ ଜେସନଙ୍କ ଉପରେ ମହଙ୍ଗା ହୋଇଛି। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଦୁଇଟି ମ୍ୟାଚରୁ ବିତାଡିତ କରିବା ସହିତ ୨,୫୦୦ ୟୁରୋ ଜରିମାନା ଦେବା ପାଇଁ ମଧ୍ୟ କହିଛି। ଇଂଲଣ୍ଡ କ୍ରିକେଟ ବୋର୍ଡ ମଙ୍ଗଳବାର ଦିନ ଜାରି କରିଥିବା ଏକ ବୟାନରେ କହିଛି, ଜେସନଙ୍କ ଉପରେ ବ୍ୟାନ୍‌ ଏବଂ ଜରିମାନା ତାଙ୍କ ବ୍ୟବହାର ପାଇଁ ଲାଗିଛି। ଯଦି ଜେସନ ରାୟଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ହୁଏ ନାହିଁ, ତେବେ ୧୨ ମାସ ପର୍ଯ୍ୟନ୍ତ ତାଙ୍କୁ ବ୍ୟାନ୍‌ କରାଯାଇପାରେ।

ECB ବୟାନରେ କହିଛି, କ୍ରିକେଟ ଅନୁଶାସନ ସମିତି ଅନୁଶାସନ ପ୍ୟାନେଲ ଜେସନ ରଙ୍କ ବିରୋଧରେ ନିଷ୍ପତ୍ତି ଶୁଣାଇଛି। ଜେସନ ନିଜ ଉପରେ ଲାଗିଥିବା ଅଭିଯୋଗକୁ ମାନି ନେଇଛନ୍ତି। ଯେଉଁ ବ୍ୟବହାର ସେ କରିଥିଲେ, ତାହା କରିବା ଉଚିତ ନଥିଲା। ଏହାଦ୍ୱାରା କ୍ରିକେଟ, ଇସିବି ଏବଂ ତାଙ୍କର ବଦନାମ ହେଉଛି। ଜେସନ ଇସିବିର ନିର୍ଦ୍ଦେଶ ୩.୩କୁ ଉଲ୍ଲଙ୍ଘନ କରିଛନ୍ତି। ଜେସନଙ୍କ ଉପରେ ଲାଗିଥିବା ଫାଇନକୁ ୩୧ ମାର୍ଚ୍ଚ ସୁଦ୍ଧା ଭରିବାକୁ ପଡିବ।

ଜେସନ ଆଇପିଏଲ ୨୦୨୨ରେ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଖେଳିଥାନ୍ତେ। ଗୁଜୁରାଟ ଟିମ୍‌ ଜେସନଙ୍କୁ ୨ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ବାୟୋ ବବଲରେ ରହିବା ଆଗରୁ ସିଜିନରୁ ନିଜ ନାମ ଫେରାଇନେଇଥିଲେ ଜେସନ। ୨୦୨୦ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କିଣିଥିଲା। ସେବେ ମଧ୍ୟ ଜେସନ ଆଉଟ୍‌ ହୋଇଯାଇଥିଲେ।

Leave A Reply

Your email address will not be published.