ଇଂଲଣ୍ଡ ନିୟନ୍ତ୍ରଣରେ ଏଜବେଷ୍ଟନ ଟେଷ୍ଟ, ବିଜୟ ଠାରୁ ୧୧୯ ରନ ଦୂରରେ

କେନ୍ୟୁଜ୍: ଏଜବେଷ୍ଟନ ଟେଷ୍ଟରେ ଦୃଢ ସ୍ଥିତିରେ ଇଂଲଣ୍ଡ । ଟିମ୍‌ ଇଣ୍ଡିଆର ୩୭୮ ରନ ଟାର୍ଗେଟକୁ ପିଛା କରୁଥିବା ଇଂଲଣ୍ଡ ଦଳ ୩ ଓ୍ଵିକେଟ ହରାଇ ୨୪୫ ରନ କରିଛି । ପଞ୍ଚମ ଟେଷ୍ଟ ମ୍ୟାଚ ଜିତିବାକୁ ଘରୋଇ ଟିମକୁ ଆଉ ୧୧୯ ରନ ଦରକାର ।

ଜୋଏ ରୁଟ୍‌ ଓ ବେରେଷ୍ଟ୍ରୋ କ୍ରିଜରେ ଅଛନ୍ତି । ଉଭୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ଜୋ ରୁଟ୍‌ ୭୬ ଓ ବେରେଷ୍ଟ୍ରୋ ୭୨ ରନ କରି ଅପରାଜିତ ଅଛନ୍ତି । ଆଲେକ୍ସ ୫୬ ଓ ଓଲେ ପୋପେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଭାରତ ପକ୍ଷରୁ ବୁମରା ୨ଟି ଓ୍ଵିକେଟ ନେଇଛନ୍ତି । ଦ୍ୱିତୀୟ ଇନିଂସରେ ୨୮୪ ରନରେ ଅଲଆଉଟ ହୋଇଛି ଭାରତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.