କ୍ରୀଡା ମାନଚିତ୍ରରେ ଯାଜପୁରକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ଉଦ୍ୟମ ଆରମ୍ଭ

କଳା, ସଂସ୍କୃତି, କୃଷି, ଶିଳ୍ପ, ଶିକ୍ଷା, ରାଜନିତୀ ଠାରୁ ଆରମ୍ଭ କରି ପ୍ରାକୃତିକ ସଂପଦ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଆଗୁଆ ରହିଛି ଯାଜପୁର । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପୋଂକସରେ ରହିଥିବା ଏହି ଜିଲାରେ ଉତ୍ତମ କ୍ରୀଡା ଭିତିଭୂମି ସୃଷ୍ଟି କରି ଆଗାମୀ ଦିନରେ କ୍ରୀଡା ହବ କରିବାକୁ ଯୋଜନା କରାଯାଇଛି । ରାଜ୍ୟର କ୍ରୀଡା ମାନଚିତ୍ରରେ ଯାଜପୁର ଜିଲ୍ଲାକୁ ଏକ ସ୍ୱତନ୍ତ୍ର ମାନ୍ୟତା ଦେବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ ।

ଯାଜପୁର ଟାଉନ (କେନ୍ୟୁଜ୍‌) :  ପ୍ରାଚୀନ ଉତ୍କଳ ଠାରୁ ନୂତନ ଓଡିଶା ପର୍ଯ୍ୟନ୍ତ ସବୁବେଳେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଯାଜପୁର ଜିଲ୍ଲା । ପ୍ରତିଟି କ୍ଷେତ୍ରରେ ରାଜ୍ୟର ବିକାଶ ଯାତ୍ରାରେ ନିଜକୁ ସାମିଲ କରି ଯାଜପୁର ଅନ୍ୟ ଜିଲ୍ଲା ଠାରୁ ଆଗକୁ ଯାଇପାରିଛି । କଳା, ସଂସ୍କୃତି, କୃଷି, ଶିଳ୍ପ, ଶିକ୍ଷା, ରାଜନିତୀ ଠାରୁ ଆରମ୍ଭ କରି ପ୍ରାକୃତିକ ସଂପଦ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଆଗୁଆ ରହିଛି ଯାଜପୁର । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପୋଂକସରେ ରହିଥିବା ଏହି ଜିଲାରେ ଉତ୍ତମ କ୍ରୀଡା ଭିତିଭୂମି ସୃଷ୍ଟି କରି ଆଗାମୀ ଦିନରେ କ୍ରୀଡା ହବ କରିବାକୁ ଯୋଜନା କରାଯାଇଛି ।

ରାଜ୍ୟର କ୍ରୀଡା ମାନଚିତ୍ରରେ ଯାଜପୁର ଜିଲ୍ଲାକୁ ଏକ ସ୍ୱତନ୍ତ୍ର ମାନ୍ୟତା ଦେବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ଆନ୍ତର୍ଜାତୀୟ ସ୍ତରର କ୍ରୀଡା ଭିତିଭୂମି ସୃଷ୍ଟି କରି ଜାତୀୟ ଓ ଆନ୍ତଜାତୀୟ ସ୍ତରର କ୍ରୀଡାବିତ ସୃଷ୍ଟିକରିବା ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଏଭଳି ଉଦ୍ୟମ ଆରମ୍ଭ ହୋଇଛି । ଯାହା ଫଳରେ ଆଗାମୀ ଦିନରେ ଏହା ରାଜ୍ୟର ଅନ୍ୟତମ କ୍ରୀଡା ହବ୍ ଭାବେ ପରିଣତ ହୋଇପାରିବ । ଯାଜପୁର ଜିଲ୍ଲା ସଦର ମହକୁମାରେ ଅନେକ ପ୍ରକଳ୍ପ ସରିଥିବା ବେଳେ ଅନେକ ପ୍ରକଳ୍ପ କାମ ଜାରି ରହିଛି ।

ଯାଜପୁର ହକି ପ୍ରଶିକ୍ଷଣ କେନ୍ଦ୍ର କାମ ସରିଥିବା ବେଳେ ଏଠାରେ ପ୍ରଶିକ୍ଷଣ କାମ ଆରମ୍ଭ ହୋଇଛି । ଜିଲ୍ଲାର କୋଣ ଅନୁକୋଣରୁ କ୍ରୀଡାବିତ ମାନେ ପ୍ରଶିକ୍ଷଣ ନେଉଛନ୍ତି । ଅତ୍ୟାଧୁନିକ ଲାଇଟ ସାଙ୍ଗକୁ ସିନ୍ଥେଟିକ ଆର୍ଷ୍ଟୋଟର୍ପଂ ଗ୍ରାଉଣ୍ଡରେ ଏହି ପ୍ରଶିକ୍ଷଣ ଦିଆଯାଉଛି । ଖେଳାଳୀ ଚୟନ କରି ସେମାନଙ୍କୁ ଏଠାରେ ପ୍ରଶିକ୍ଷଣ ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି । ପ୍ରଥମ ଥର ଯାଜପୁର ଜିଲାରେ ଏହି ହକି ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇଥିବାରୁ ଏହାକୁ ନେଇ କ୍ରୀଡାବିତ ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

jajpur

ଜିଲ୍ଲାରେ ଅନେକ କ୍ରିଡାବିତ ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଛନ୍ତି । ସେଥିପାଇଁ ସବୁ ଖେଳକୁ ଗୁରୁତ୍ୱ ଦେବାକୁ ଯାଜପୁରରେ ନିର୍ମାଣ ସରିଛି ଇଣ୍ଡୋର ଷ୍ଟାଡିୟମ । ଏଠାରେ କରାଟେ, ଟାଇକୋଣ୍ଡୋ, କବାଡି, ଭଲିବଲ, ବାସ୍କେଟବଲ, ଖୋ ଖୋ, ବ୍ୟାଡମିଂଟନ, ଟେବୁଲଟେନିସ ଭଳି ଅନେକ ଖେଳ ସଂପର୍କରେ ତାଲିମ ଦିଆଯିବ । ଏଥିସହିତ ରାଜ୍ୟ ଓ ଜାତୀୟ ସ୍ତରର ମ୍ୟାଚ ଆୟୋଜନ ହେବାର ସମ୍ଭାବନା ରହିଛି । ଷ୍ଟାଡିୟମ ନିକଟରେ ତିଆରି ହୋଇଥିବା ସ୍ପୋଟ୍‌ର୍ସ କଂପ୍ଲେକ୍ସ ରେ ଆର୍ଟିପିଂସିଆଲ ପୁଂଟବଳ, ସ୍କ୍ୱାସ, ରେସଲିଂ, ଆଥଲେଟିକ ଟ୍ରାକ କାମ ଜାରି ରହିଛି ।

ଜିଲ୍ଲାରେ ସବୁ ଖେଳର ଭିତିଭୂମି ସୃଷ୍ଟି କରିବା ସହିତ ଯେଉଁ ଖେଳ ପ୍ରତି କ୍ରୀଡାବିତ ଙ୍କ ଆଗ୍ରହ ରହିିଥିବ ସେହି ଖେଳର ତାଲିମ ନେଇପାରିବେ କ୍ରିଡାବିତ । ପ୍ରତ୍ୟେକ ଖେଳର ସଫଳ ହେଉଥିବା କ୍ରୀଡାବିତ ମାନେ ବିଭିନ୍ନ ପ୍ରତିଯୋଗୀତା ମୂଳକ ପରିକ୍ଷାରେ ନିଯୁକ୍ତିର ସୁଯୋଗ ମଧ୍ୟ ପାଇପାରିବେ । ପୂର୍ବରୁ ଜିଲାରୁ ଦୌଡ ରାଣୀ ଦୂତି ଚାନ୍ଦ,ସରସ୍ୱତୀ ଚାନ୍ଦ,କବାଡି ଖେଳରେ ରଶ୍ମିତା ସାହୁ ଙ୍କ ଭଳି ଅନେକ ପ୍ରତିଭା ସୃଷ୍ଟି ହୋଇପାରିଛନ୍ତି ।

ସାରା ଦେଶରେ କ୍ରିକେଟ ପ୍ରତି ସ୍ୱତନ୍ତ୍ର କ୍ରେଜ ରହିଥିବା ଦୃଷ୍ଟିରୁ ଯାଜପୁରରେ ମଧ୍ୟ ଏହାକୁ ନେଇ କ୍ରିଡାବିତ ବିଶେଷ ଆଗ୍ରହ ଦେଖାଉଛନ୍ତି । ଏଥିପାଇଁ ଜିଲ୍ଲାରେ ଉନ୍ନତ କ୍ରିକେଟ ଭିତିଭୂମି ସୃଷ୍ଟି କରିବା ଲକ୍ଷ୍ୟ ରେ ଓଡିଶା କ୍ରିକେଟ ଆସୋସିଏସନ ଉଦ୍ୟମ ଆରମ୍ଭ କରିଛି । ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବେ ଓସିଏ ସଭାପତି ଅଛନ୍ତି । ତେଣୁ ଜିଲାର ବିଭିନ୍ନ ସ୍ଥାନରେ କ୍ରିକେଟ ଭିତିଭୂମି ପାଇଁ ଉଦ୍ୟମ ଜାରି ରହିଛି । ଯାଜପୁର ବ୍ଲକ ନାଥସାହି ପଂଚାୟତ ନୂଆପଡା ଠାରେ ଉଭୟ ପୁରୁଷ ଓ ମହିଳା ଖେଳାଳୀ ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଯାଜପୁର ରେ ମଲ୍ଟି ସ୍ପୋଟ୍ସ ଷ୍ଟାଡିୟମ ମଧ୍ୟ ନିର୍ମାଣ ଚାଲିଛି । ପୂର୍ବରୁ ମହିଳା କ୍ରିକେଟର ସ୍ୱାଗତିକା ରଥ ଭାରତର ପ୍ରତିନିିଧିତ୍ୱ କରି ବେଶ ପ୍ରଶଂସିତ ହୋଇଛନ୍ତି । କେବଳ କ୍ରିକେଟ ନୁହେଁ ଅନ୍ୟ ସବୁଖେଳ ପ୍ରତି କ୍ରିଡାବିତ ଙ୍କ ଆଗ୍ରହ ସୃଷ୍ଟି କରିବା ଏବଂ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ମ୍ୟାଚ ଆୟୋଜନ କରିବା ଲକ୍ଷ୍ୟରେ ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ ପାଖାପାଖି ୫୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସ୍ପୋଟ୍ସ କମ୍ପେ୍ଳକ୍ସ ।

ଯାଜପୁର ଜିଲ୍ଲାରେ ପାଖାପାଖି ୧୦୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଖେଳ ପାଇଁ ଭିତିଭୂମି ପ୍ରସ୍ତୁତ ହେଉଛି । ଯାହାକି ସଂପୁର୍ଣ୍ଣ ହେବା ପରେ ଅଧିକରୁ ଅଧିକ ଜାତୀୟ ଓ ଆନ୍ତଜାତୀୟ ସ୍ତରର କ୍ରିଡାବିତ ସୃଷ୍ଟି ହୋଇପାରିବେ ଏବଂ ଓଡିଶାର ଏହା ଅନ୍ୟତମ ପ୍ରମୁଖ କ୍ରିଡା ହବ ପାଲଟିପାରିବ ନିଶ୍ଚୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.