ଇତିହାସ ରଚିଲେ ବ୍ରିଟେନର ଏମ୍ମା ରାଦୁକାନୁ, ୧୮ ବର୍ଷ ବୟସରେ ଜିତିଲେ ୟୁଏସ ଓପନ ଟାଇଟଲ

ବ୍ରିଟେନର ଏମ୍ମା ରାଦୁକାନୁ ମାତ୍ର ୧୮ ବର୍ଷ ବୟସରେ ୟୁଏସ ଓପନ ମହିଳା ସିଙ୍ଗଲ ଫାଇନାଲ ମୁକାବିଲା ଜିତି ଇତିହାସ ରଚିଛନ୍ତି। ଏମ୍ମା ରାଦୁକାନୁ ଫାଇନାଲ ମୁକାବିଲାରେ କନାଡାର ଲିଲହ ଫର୍ଣ୍ଣାଣ୍ଡିସକୁ ୬-୪,୬-୩, ସେଟରେ ମାତ୍ ଦେଇ ନିଜ ନାମରେ ୟୁଏସ ଓପନ ଟାଇଟଲ କରିନେଇଛନ୍ତି। ରାଦୁକାନୁ ୫୩ ବର୍ଷ ପରେ ୟୁଏସ ଓପନ ଟାଇଟଲ ଜିତିବାରେ ବ୍ରିଟେନର ପ୍ରଥମ ମହିଳା ଖେଳାଳି।

ଫାଇନାଲ ମୁକାବିଲାରେ ରାଦୁକାନୁ ଲୀଲହକୁ ମାତ୍ ଦେଇଥିଲେ। ୟୁଏସ ଓପନ ଟ୍ବିଟର ହ୍ଯାଣ୍ଡେଲରେ ରାଦୁକାନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୧୯୬୮ ମସିହା ପରେ ୟୁଏସ ଓପନ ଟାଇଟଲ ଜିତିବାରେ ପ୍ରଥମ ବ୍ରିଟିଶ ମହିଳା ଖେଳାଳି ହୋଇଛନ୍ତି।