ବୁଧବାର ଠାରୁ ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ଖେଳିବ ଇଣ୍ଡିଆ, କୋହଲି ବାହିନୀର ଅଭ୍ୟାସ ଆରମ୍ଭ

ବୁଧବାର ଲିଡ୍‌ସରେ ଇଂଲଣ୍ଡ-ଇଣ୍ଡିଆ ତୃତୀୟ ଟେଷ୍ଟ । ଏଥିପାଇଁ ଲିଡ୍‌ସରେ ପହଁଚିଛି ଭାରତୀୟ ଟିମ । ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ । ଘରୋଇ ଦଳ ଉପରେ ଚାପ ରହିଥିବା ବେଳେ ବିରାଟ ବାହିନୀର ମନୋବଳ ଦୃଢ଼ ରହିଛି । ଭାରତକୁ ମାତ୍‌ ଦେବା ପାଇଁ ଜୋ ରୁଟ୍‌ ନୂଆ ରଣନୀତି ଆପଣାଇଛନ୍ତି । ଗତକାଲି ଲିଡସରେ ପହଁଞ୍ଚି ଜିମ୍‌ରେ ନଜର ଆସିଛନ୍ତି । ଦ୍ୱିତୀୟ ଟେଷ୍ଟରେ ଖେଳାଳିଙ୍କ ମଧ୍ୟରେ ପଡିଆରେ କିଛି ଅଶୋଭନୀୟ ବ୍ୟବହାର ଦେଖିବାକୁ ମିଳିଥିଲା ।

ତୃତୀୟ ଟେଷ୍ଟରେ ଉଭୟ ଟିମଙ୍କୁ ଓ୍ଵାର୍ଣ୍ଣିଂ ଦିଆଯାଇଛି । ଇଂଲଣ୍ଡ ନିଜ ଟିମ୍‌ରେ ଦୁଇଟି ପରିବର୍ତ୍ତନ କରୁଥିବା ସୂଚନା ମିଳିଛି । ଏପଟେ ଟିମ୍‌ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ସ୍ଥାନ ପାଇପାରନ୍ତି ଆର ଅଶ୍ୱିନୀ । ଉଭୟ ଖେଳାଳି ଆଜି ଓ କାଲି ଦୁଇ ଦିନ ପ୍ରାକ୍ଟିସ କରିବେ । ପ୍ରଥମ ଟେଷ୍ଟକୁ ବର୍ଷା ଧୋଇନେଇଥିବା ବେଳେ ଦ୍ୱିତୀୟ ଟେଷ୍ଟକୁ ନାଟକୀୟ ଢଙ୍ଗରେ ଜିତିଥିଲା ଟିମ ଇଣ୍ଡିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.