ଟି-୨୦ ବିଶ୍ୱକପ୍‌ ଫାଇନାଲରେ ମୁହାଁମୁହିଁ ହେବେ ପାକିସ୍ତାନ-ଇଂଲଣ୍ଡ, ହେଲେ ଭାରତୀୟ ଫ୍ୟାନ୍ସଙ୍କ ମନରେ ନାହିଁ ଉତ୍କଣ୍ଠା

ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ ମୁକାବିଲାରେ ପରସ୍ପରକୁ ଟକ୍କର ଦେବେ ଇଂଲଣ୍ଡ ଏବଂ ପାକିସ୍ତାନ । ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଏହି ମହାମୁକାବିଲା ପାଇଁ ଉଭୟ ଟିମ୍‌ ପ୍ରସ୍ତୁତ। ଆଉ ମ୍ୟାଚ୍‌ ପାଇଁ ମଧ୍ୟ ଉତ୍କଣ୍ଠା ଭାବେ ଚାହିଁ ରହିଛନ୍ତି କ୍ରିକେଟ ଫ୍ୟାନ୍ସ । ଆଜି ୧.୩୦ରେ ମ୍ୟାଚ୍‌ ଆରମ୍ଭ ହେବ। ଇଂଲଣ୍ଡ ଭାରତକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ବେଳେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ହରାଇଥିଲା । ତେବେ ଆଜିର ମ୍ୟାଚକୁ ନେଇ ବର୍ଷା ଆଶଙ୍କା ଦେଖାଦେଇଛି ।

୧୯୯୨ଦିନିକିଆ ବିଶ୍ୱକପ୍ ଫାଇନାଲ୍ରେ ପାକିସ୍ତାନ ଓ ଇଂଲଣ୍ଡ ପରସ୍ପରକୁ ଭେଟିଥିଲେ । ମେଲବର୍ଣ୍ଣ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯାଇଥିଲା । ପାକିସ୍ତାନ ଏହି ମ୍ୟାଚ୍ ଜିତି ପ୍ରଥମ କରି ବିଶ୍ୱକପ୍ ଚାମ୍ପିଅନ ହୋଇଥିଲା । ୩୦ ବର୍ଷ ପରେ ପୁଣି ଥରେ ଉଭୟ ଦଳ ମେଲବର୍ଣ୍ଣରେ ବିଶ୍ୱକପ୍ ଫାଇନାଲ୍ ଖେଳିବାକୁ ଯାଉଛନ୍ତି ।

ଫାଇନାଲ ମ୍ୟାଚ୍‌ ପାଇଁ ଭାରତୀୟ ଦର୍ଶକଙ୍କ ମନରେ ଉତ୍କଣ୍ଠା ନାହିଁ। ହେଲେ ପାକିସ୍ତାନୀ ଫ୍ୟାନ୍ସ ମ୍ୟାଚକୁ ଚାହିଁ ରହିଛନ୍ତି। ଆଜି ଉଭୟ ଦଳର ଓପନରଙ୍କ ଉପରେ ନଜର ରହିବ । ଜୋସ ବଟଲର ଓ ଆଲେକ୍ସ ହେଲ୍ସ ଫର୍ମ ଫେରି ପାଇଥିବାରୁ ଇଂଲଣ୍ଡ ବଡ ସ୍କୋର କରିପାରେ। ବାବର ଆଜମ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ଅର୍ଦ୍ଧଶତକ କରି ଫର୍ମକୁ ଫେରିଛନ୍ତି । ବଟଲର ଓ ଶାହିନ ଆଫ୍ରିଦିଙ୍କ ମଧ୍ୟରେ ଜୋରଦାର ଲଢେଇ ଆଶା କରାଯାଇପାରେ ।

ତେବେ ଆଜି ମ୍ୟାଚରେ ବର୍ଷା ହେବାର ରହିଛି। ପୂର୍ବରୁ ମେଲବର୍ଣ୍ଣରେ ବର୍ଷା ଯୋଗୁଁ ଏକାଧିକ ମ୍ୟାଚ୍ ପ୍ରଭାବିତ ହୋଇଛି ।

ଇଂଲଣ୍ଡ : ଜୋସ ବଟଲର(ଅଧିନାୟକ), ଆଲେକ୍ସ ହେଲ୍ସ, ଦାୱିଦ ମଲାନ/ ଫିଲ ସଲ୍ଟ, ବେନ ଷ୍ଟୋକ୍ସ, ହ୍ୟାରୀ ବ୍ରୁକ, ଲାଏମ ଲିଭିଙ୍ଗଷ୍ଟୋନ, ମୋଇନ ଅଲି, ସାମ କୁରାନ, କ୍ରିସ୍ ୱକ୍ସ, ମାର୍କ ଉଡ୍/କ୍ରିସ ଜୋର୍ଡାନ, ଆଦିଲ ରସିଦ ।

ପାକିସ୍ତାନ : ବାବର ଆଜମ(ଅଧିନାୟକ), ମହମ୍ମଦ ରିଜୱାନ, ମହମ୍ମଦ ହ୍ୟାରିସ, ସାନ ମାସୁଦ, ଇଫତିଖର ଅହମ୍ମଦ, ମହମ୍ମଦ ନୱାଜ, ଶଦାବ ଖାନ, ମହମ୍ମଦ ୱାସିମ, ନସିମ ଶାହ, ହ୍ୟାରିସ ରୌଫ, ସହିନ ଆଫ୍ରିଦି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.