ହକି ବିଶ୍ୱକପ୍ : ସ୍ପେନ୍କୁ ୪-୦ରେ ହରାଇଲା ଇଂଲଣ୍ଡ, ଭାରତ ପାଇଁ ବଢ଼ିଲା ସମସ୍ୟା

ଭୁବନେଶ୍ୱର (କେନ୍ୟୁଜ୍) : ଓଡ଼ିଶାରେ ଚାଲିଥିବା ହକି ବିଶ୍ୱକପ୍ରେ ଆଜି ଗ୍ରୁପ୍ ‘ଡି’ରେ ଇଂଲଣ୍ଡ ଦଳ ୪-୦ ଗୋଲ୍ରେ ସ୍ପେନ୍କୁ ହରାଇ ବିଜୟୀ ହୋଇଛି । ଏହି ବିଜୟ ଫଳରେ ଇଂଲଣ୍ଡର ସିଧାସଳଖ କ୍ୱାର୍ଟରର ଫାଇନାଲକୁ ଯିବା ଆଶା ବଢ଼ି ଯାଇଛି । ଗ୍ରୁପ୍ରେ ଇଂଲଣ୍ଡ ବର୍ତ୍ତମାନ ଶୀର୍ଷରେ ରହିଛି । ଉଭୟ ପଏଣ୍ଟ ଓ ଗୋଲ୍ ବ୍ୟବଧାନରେ ଏହା ଦ୍ୱିତୀୟ ସ୍ଥାନରେ ଥିବା ଭାରତ ଠାରୁ ଆଗରେ ରହିଛି । ଏବେ େଓ୍ଵଲସ ସହ ଖେଳୁଥିବା ଭାରତକୁ ସିଧାସଳଖ କ୍ୱାର୍ଟରଫାଇନାଲ୍କୁ ଯିବା ପାଇଁ ୮ ଗୋଲ୍ ବ୍ୟବଧାନରେ ବିଜୟୀ ହେବାକୁ ପଡ଼ିବ ।
ମାଲେସିୟା ବିଜୟୀ
ଅନ୍ୟ ଏକ ମ୍ୟାଚ୍ରେ ମାଲେସିଆ ୩-୨ ଗୋଲ୍ରେ ବିଜୟୀ ହୋଇଛି । ଆଜି କଳିଙ୍ଗ ଷ୍ଟାଡିୟମ୍ରେ ନ୍ୟୁଜିଲାଣ୍ଡକୁ ସଂଘର୍ଷପୂର୍ଣ୍ଣ ଖେଳରେ ହରାଇ ଦେଇଛି । ମାଲେସିୟା ତରଫରୁ ସାରି ଫେଇଜଲ୍ ୨ଟି ଗୋଲ କରିଥିବା ବେଳେ ରହିମ ରାଜି ଗୋଟିଏ ଗୋଲ କରିଛନ୍ତି । ସେହିପରି ନ୍ୟୁଜିଲାଣ୍ଡ ତରଫରୁ ଫିଲିପ୍ସ ହଇଡେନ୍ ଏବଂ ସେମ୍ ଲେନ୍ ଗୋଟିଏ ଲେଖାଏଁ ଗୋଲ ଦେଇଛନ୍ତି । ସେମ ଲେନ ଏହି ଗୋଲ ସହିତ ବିଶ୍ୱକପର ୨୫୦୦ତମ ଗୋଲ ସ୍କୋର କରିଥିଲେ । ଏହା ସହିତ ପୁଲ ‘ସି’ରେ ଦ୍ଵିତୀୟ ସ୍ଥାନରେ ରହିଛି ମାଲେସିୟା ।