ଶୁବମନ ଗିଲ ଏବଂ କେଏଲ ରାହୁଲ ମାଞ୍ଚେଷ୍ଟର ଓଲ୍ଡ ଟ୍ରେଫଡ ପିଚରେ ବ୍ୟାଟିଂ ଜାରି ରଖିଛନ୍ତି । ଭାରତର ଦ୍ବିତୀୟ ଇନିଂସରେ ଇଂଲଣ୍ଡ ପ୍ରଥମ ଓଭରରେ ଦୁଇଟି ୱିକେଟ ନେବା ପରେ ଶୁବମନ ଗିଲ ଏବଂ କେଏଲ ରାହୁଲ ବ୍ୟାଟିଂ କରିବାକୁ ଆସିଥିଲେ । ମାଞ୍ଚେଷ୍ଟ ଟେଷ୍ଟରେ ଇଂଲଣ୍ଡ ବୋଲର ବ୍ରାୟଡନ କୋର୍ସଙ୍କ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ବଲ୍ ସହିତ ଟାମ୍ପରିଂ ହେଉଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଏଣ୍ଟିଂ କମେଣ୍ଟ୍ରିରେ ମଧ୍ୟ ପଏଣ୍ଟ ଆଉଟ କରିଛନ୍ତି ।
ମାଞ୍ଚେଷ୍ଟର ଟେଷ୍ଟର ଚତୁର୍ଥ ଦିନରେ ଭାରତର ଦ୍ବିତୀୟ ଇନିଂସର ୧୨ ଓଭରରେ ଶୁବମନ ଗିଲଙ୍କୁ ବ୍ରାୟଡନ କାର୍ସ ବୋଲିଂ କରୁଥିଲେ । ବ୍ରାୟଡନଙ୍କ ବଲକୁ ଗିଲ ଲଗାତାର ୨ଟି ଚଉକା ମାରିଥିଲେ । ଏହାପରେ ବଲ୍ ଟାମ୍ପରିଂ ହୋଇଥିବା ଅନୁମାନ କରାଯାଉଛି । ବ୍ରାୟଡନ ନିଜ ଫଲୋ ଥ୍ରୁରେ ବଲକୁ ନିଜ ଗୋଡ଼ରେ ରୋକିଥିଲେ । ଏହା କ୍ରିକେଟ ନିୟମରେ ଭୁଲ ନୁହେଁ, କିନ୍ତୁ ବଲକୁ ଧରିବା କିମ୍ବା ଫୁଟବଲ ଭଳି ଡିଆଁଇବା ପରିବର୍ତ୍ତେ ବଲକୁ ଜୋତା ତଳେ ଦବାଇଥିଲେ । ଯାହାର ଭିଡିଓ ଭାଇରଲ ହେଉଛି ।
ରିକି ପଏଣ୍ଟିଂ କମେଣ୍ଟ୍ରି ବକ୍ସରେ ଏହାକୁ ନେଇ କମେଣ୍ଟ୍ରେିଂ କରିଥିଲେ । ବଲର ଗୋଟେ ଭାଗକୁ ଜୋତାରେ ରଗଡି ଖରାପ କରିବାକୁ ଚେଷ୍ଟା କରୁଥିଲେ ବୋଲର । ଏମିତି କରିବା ଦ୍ବାରା ରିଭର୍ସ ସ୍ବିଂଗ ହୋଇପାରିବ ।
ମଞ୍ଚେଷ୍ଟରରେ ଚାଲିଥିବା ୪ର୍ଥ ଟେଷ୍ଟ ମ୍ୟାଚରେ ଭାରତ ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ୨ ଓ୍ବିକେଟ ହରାଇ ୧୭୪ ରନ ସଂଗ୍ରହ କରିଛି । ଅଧିନାୟକ ଶୁବମନ ଗିଲ୍ ଓ କେଏଲ ରାହୁଲଙ୍କ ଲଢ଼ୁଆ ବ୍ୟାଟିଂ । ଗିଲ୍ ୭୮ ଓ ରାହୁଲ ୮୭ ରନ କରି କ୍ରିଜରେ ଅଛନ୍ତି । ଗତକାଲି ଷ୍ଟମ୍ପସ ସୁଦ୍ଧା ଭାରତ ଦୁଇ ୱିକେଟ ହରାଇ ୧୭୨ ରନ କରିଥିଲା ।
ପ୍ରଥମ ପାଳିରେ ଘରୋଇ ଦଳ ଇଂଲଣ୍ଡ ୩୧୧ ରନରେ ଆଗୁଆ ଥିବାବେଳେ ଭାରତ ୪ର୍ଥ ଦିନ ସୁଦ୍ଧା ୧୩୭ରେ ପଛୁଆ ରହିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୩୫୮ ରନ ସଂଗ୍ରହ କରିଥିଲା । ଜବାବରେ ଜୋ ରୁଟଙ୍କ ୧୫୦ ଏବଂ ବେନ ଷ୍ଟୋକ୍ସଙ୍କ ୧୪୧ ରନ ବଳରେ ଘରୋଇ ଦଳ ୬୬୯ ରନର ବିଶାଳ ସ୍କୋର କରିଥିଲା । ୪ ମ୍ୟାଚ ବିଶିଷ୍ଟ ଶୃଙ୍ଖଳରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି ।
Also Read : ଇଂଲଣ୍ଡର ବିଶାଳ ସ୍କୋର ଜବାବରେ ଲଢ଼ୁଛି ଭାରତ, ଗିଲ୍ ଏବଂ ରାହୁଲ ମିଶି କଲେ ରେକର୍ଡ