ଇଂଲଣ୍ଡ କ୍ରିକେଟରଙ୍କ ୨ ବର୍ଷର ଶିଶୁକନ୍ୟା ମୃତ, ବାତ ରୋଗରେ ଥିଲେ ପୀଡିତ

ଇଂଲଣ୍ଡ କ୍ରିକେଟର ମେଟ୍ ଡନଙ୍କ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି । ବାତ ରୋଗରେ ପୀଡିତ ଥିଲେ ଶିଶୁକନ୍ୟା । ଶିଶୁକନ୍ୟାର ବିୟୋଗରେ ସମସ୍ତ ଖେଳ ଜଗତ ଦୁଃଖରେ ଭାଙ୍ଗି ପଡିଛି । ଇନଷ୍ଟାଗ୍ରାମରେ ଝିଅଙ୍କ ଫଟୋ ପୋଷ୍ଟ କରି ଜଣାଇଛନ୍ତି ଇଂଲଣ୍ଡ କ୍ରିକେଟର ।

କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର । ଇଂଲଣ୍ଡ କ୍ରିକେଟର ମେଟ୍ ଡନଙ୍କ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି ।ଛୋଟ ଝିଅର ଫଲୋରେନ୍ସ ଓ ବୟସ ମାତ୍ର ୨ ବର୍ଷ ବୋଲି ଜଣାପଡିଛି । ମେଟ୍‌ ଡନ ଇନଷ୍ଟାଗ୍ରାମରେ ଝିଅଙ୍କ ଫଟୋ ପୋଷ୍ଟ କରି ସେମାନଙ୍କ ସହିତ ଘଟିଯାଇଥିବା ଏହି ଦୁଃଖଦ ଘଟଣା ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି।

ଇନଷ୍ଟାଗ୍ରାମରେ ମୃତ ଶିଶୁ କନ୍ୟାଙ୍କ ବାପା ମା’ ଲେଖିଛନ୍ତି, ‘ଆମ ଝିଅ କଷ୍ଟରୁ ମୁକ୍ତି ପାଇଛି। ବାତରୁ ରକ୍ଷା ପାଇଗଲା । ଝିଅକୁ ଆମେ ଅବିଶ୍ବାସନୀୟ ଭାବେ ଭଲ ପାଉଥିଲୁ। ଫଲୋରେନ୍ସ ସିନା ଚାଲିଗଲ। ଏବେ ଆମେ କେମିତି ବଞ୍ଚିବୁ ଭାବି ପାରୁନାହିଁ। ଘରକୁ ଆସିଲା ଦିନଠାରୁ ତୁମେ ଚମକ ଭରି ଦେଇଥିଲ। ତୁମ ପାଇଁ ଆମେ ଗର୍ବ କରୁ।’

କ୍ରିକେଟର ମେଟ୍ ଡନ ଇନଷ୍ଟାଗ୍ରାମରେ ଫଲୋରେନ୍ସଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ତୁମେ ସବୁବେଳେ ମୋ ହୃଦୟରେ ରହିବ।’

 

View this post on Instagram

 

A post shared by Florrie💜 (@florriesdravetjourney)

ତେବେ କ୍ରିକେଟର ମେଟ ଡନଙ୍କ ଶିଶୁକନ୍ୟାର ବିୟୋଗରେ ସମସ୍ତ ଖେଳ ଜଗତରେ ଦୁଃଖରେ ଭାଙ୍ଗି ପଡିଛି । ଭଗବାନ ଏମିତି ଦୁଃଖ କାହାକୁ ନ ଦିଅନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରୁଛନ୍ତି ।

 

View this post on Instagram

 

A post shared by Florrie💜 (@florriesdravetjourney)

୩୦ ବର୍ଷୀୟ ମେଟ୍ ଡନ ଏଯାବତ ଇଂଲଣ୍ଡ ପାଇଁ ଡେବ୍ୟୁ କରି ନାହାନ୍ତି। ସେ ଇଂଲଣ୍ଡ ଅଣ୍ଡର -୧୯ ଓ ଇଂଲଣ୍ଡ ଲାଏନ୍ସର ପ୍ରତିନିଧିତ୍ବ କରିଛନ୍ତି। ସେ ଗତ ୧୧ ବର୍ଷ ମଧ୍ୟରେ ୧୮ଟି ଲିଷ୍ଟ ଏ ଏବଂ ୨୩ଟି ଟି-୨୦ ମ୍ୟାଚ୍‌ ଖେଳିସାରିଛନ୍ତି ।

Leave A Reply

Your email address will not be published.