ଫିଲ୍ଡିଂ କରିବା ସମୟରେ ବଡ଼ ଦୁର୍ଘଟଣା, ଖେଳାଳିଙ୍କ ହାଡ ଭାଙ୍ଗି ହେଲା ଦୁଇ ଖଣ୍ଡ

କ୍ରିକେଟ୍ ମୈଦାନରେ ଖେଳାଳି ଆହତ ହେବା ସାଧାରଣ କଥା । ହେଲେ ଏହି କାରଣରୁ ଅନେକ ସମୟରେ ଅନେକ ଖେଳାଳିଙ୍କ କ୍ୟାରିୟରରେ ଅଟକି ଯାଏ । କେବେ କେବେ ଦୁର୍ଭାଗ୍ୟବସତଃ ଖେଳାଳି ନିଜ ଜୀବନ ପର୍ଯ୍ୟନ୍ତ ହରାଇଥାନ୍ତି । ଏବେ ସେମିତି ଏକ ଭୟାନକ ଘଟଣା ଇଂଲଣ୍ଡରେ ହୋଇଛି ।

clerkଇଂଲଣ୍ଡରେ ଚାଲୁଥିବା ଡୋମେଷ୍ଟିକ୍ ଦିନିକିଆ ସିରିଜରେ ଖେଳାଳି ଜଣକ ଫିଲ୍ଡିଂ କରିବା ସମୟରେ ହାତର ଆଙ୍ଗୁଠି ଭାଙ୍ଗି ଯାଇଛି । ଖେଳାଳି ଜଣକ ହେଉଛନ୍ତି ଅଲରାଉଣ୍ଡର ରିକି କ୍ଲାର୍କ । ମ୍ୟାଚ୍ ସମୟରେ କ୍ଲାର୍କ ଏକ କ୍ୟାଚ୍ ଧରିବାକୁ ଯାଇ ଡ୍ରାଇଭ୍ ଲଗାଇଥିଲେ । ହେଲେ ଏହି କ୍ୟାଚ୍ ଧରିବା ଚକ୍କରରେ କ୍ଲାର୍କଙ୍କ ଆଙ୍ଗୁଠିରୁ ରକ୍ତ ବାହାରିବାକୁ ଲାଗିଥିଲା । ପରେ ଏକ୍ସରେ କରିବାରୁ ଜଣା ପଡିଲା ଆଙ୍ଗୁଠି ହାତ ଭାଙ୍ଗି ଯାଇଛି । ନିଜର ଏହି ଏକ୍ସରେ ର ଫଟୋ ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି କ୍ଲାର୍କ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.