ଟି୨୦ ବିଶ୍ୱକପ ୨୦୨୪ : ସୁପର-୮ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ହରାଇଲା ଇଂଲଣ୍ଡ, ପାଇଲା ଏକତରଫା ବିଜୟ

ଟି୨୦ ବିଶ୍ୱକପ ୨୦୨୪ରେ ସୁପର ୮ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ । ଏହି ମ୍ୟାଚକୁ ଇଂଲଣ୍ଡ ଏକତରଫା ଭାବେ ୮ ଓ୍ଵିକେଟରେ ଜିତିନେଇଛି । ଇଂଲଣ୍ଡ ଟିମର ଓପନର ଫିଲ ସ୍ଲଟ ବ୍ୟାଟିଂରରେ କମାଲ କରିଛନ୍ତି । ସେ ୪୭ ବଲରେ ୮୭ ରନ୍‌ କରି ଅପରାଜିତ ରହିଛନ୍ତି । ୱେଷ୍ଟଇଣ୍ଡିଜ ୧୮୧ ରନର ଟାର୍ଗେଟ ଦେଇଥିଲା । ଯାହାକୁ ଇଂଲଣ୍ଡ ୧୭.୩ ଓଭରରେ ହାସଲ କରିଥିଲା ।

ୱେଷ୍ଟଇଣ୍ଡିଜର ୧୮୧ ରନ ଟାର୍ଗେଟକୁ ପିଛା କରି ଇଂଲଣ୍ଡ ଟିମର ଜୋସ ବଟଲର ଏବଂ ଫିଲ ସ୍ଲଟ ଓପିନିଂ ଯୋଡି ଦମଦାର ଆରମ୍ଭ କରିଥିଲା । ପ୍ରଥମ ଓ୍ଵିକେଟ ୬୭ ରନରେ ଯାଇଥିଲା । ବଟଲର ୨୫ ରନରେ ଆଉଟ ହୋଇଥିଲେ । ଏହାପରେ ୩ ନଂ ସ୍ଥାନରେ ମୋଇନି ଅଲ୍ଲୀ ବ୍ୟାଟିଂ କରିବାକୁ ଆସିଥିଲେ । କିନ୍ତୁ ବେଶ୍‌ କିଛି କମାଲ କରିପାରିନଥିଲେ । ସେ ୧୦ଟି ବଲରେ ୧୩ ରନ୍‌ କରି ଆଉଟ ହୋଇଥିଲେ । ଏହାପରେ ସ୍ଲଟ ଏବଂ ବେୟରଷ୍ଟୋ ମିଶି ରନ୍‌ କରିଥିଲେ । ସ୍ଲଟଙ୍କ ୮୭ ରନରେ ୭ଟି ଚଉକା ଏବଂ ୫ଟି ଛକା ସାମିଲ ଥିଲା । ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ।

ୱେଷ୍ଟଇଣ୍ଡିଜର ଆଗାମୀ ମ୍ୟାଚ ଜୁନ୍‌ ୨୨ରେ ଆମେରିକା ଏବଂ ଜୁନ୍‌ ୨୪ରେ ସାଉଥ ଆଫ୍ରିକା ବିପକ୍ଷରେ ଖେଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like