ବିଶ୍ୱକପ୍ରେ ଇଓନ ମୋର୍ଗାନଙ୍କ ଦ୍ୱାରା ଛକା ବର୍ଷା । ଦିନିକିଆ ମ୍ୟାଚର ଗୋଟିଏ ଇନିଂସରେ ୧୭ଟି ଛକ୍କା ମାରିଛନ୍ତି। ବିଶ୍ୱକପ୍ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଇଓନ ମୋର୍ଗାନ ୭୧ ବଲରେ ୧୪୮ ରନ କରଥିଲେ। କେବଳ ୧୭ଟି ଛକ୍କା ମାରି ୧୦୨ ରନ କରିଥିଲେ ମୋର୍ଗାନ। ଦିନିକିଆରେ ଛକ୍କା ମାରିବାରେ ବିଶ୍ୱ ରେକର୍ଡ କରିଛନ୍ତି। ପୂର୍ବରୁ ସର୍ବାଧିକ ୧୬ଟି ଛକ୍କା ମାରି ରେକର୍ଡ କରିଥିଲେ ରୋହିତ ଶର୍ମା, କ୍ରିସ୍ ଗେଲ ଓ ଏ ବି ଡିଭିଲିଅର୍ସ। ଏହି ତିନି ଜଣଙ୍କ ରେକର୍ଡ ଭାଙ୍ଗିଛନ୍ତି ମୋର୍ଗାନ। ବିଶ୍ୱକପ୍ରେ ଦ୍ରୁତତମ ଶତକ କରିବାରେ ମୋର୍ଗାନ ଚତୁର୍ଥ ସ୍ଥାନରେ ଅଛନ୍ତି। ୫୭ଟି ବଲ୍ରେ ଶତକ କରିଥିଲେ ମୋର୍ଗାନ। ବିଶ୍ୱକପରେ ଦ୍ରୁତ ଶତକ କରିବାରେ ରେକର୍ଡ ଆୟରଲାଣ୍ଡର କେଭିନ୍ ଓବ୍ରାଏନଙ୍କ ନାଁରେ ରହିଛି। ସେ ୫୦ଟି ବଲ୍ରେ ଶତକ କରିଥିଲେ। ଆଫଗାନିସ୍ତାନ ବିପକ୍ଷରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୩୯୭ ରନ କରିଥିଲା। ପୁରା ଇନିଂସରେ ଇଂଲଣ୍ଡ ଟିମ୍ ୨୫ଟି ଛକ୍କା ମାରିଥିଲା। ପୂର୍ବରୁ ୱେଷ୍ଟଇଣ୍ଡିଜ ବିରୋଧରେ ଇଂଲଣ୍ଡ ୨୪ଟି ଛକ୍କା ମାରି ରେକର୍ଡ କରିଥିଲା। ଆଜି ଇଂଲଣ୍ଡ ନିଜ ରେକର୍ଡ ଭାଙ୍ଗିଛି। ଆଫଗାନିସ୍ତାନ ତରଫରୁ ଷ୍ଟାର ବୋଲର ରସିଦ ଖାନ ନିଜର ୯ ଓଭରରେ ୧୧୦ରନ ଦେଇଥିଲେ।