ଇଂଲଣ୍ଡ-ଇଟାଲୀ ମଧ୍ୟରେ ଆଜି ଖେଳାଯିବ ୟୁରୋକପ୍‌ ଫାଇନାଲ ମ୍ୟାଚ୍‌

ଆଜି ଖେଳାଯିବ ୟୁରୋକପ ଫାଇନାଲ । ଇଂଲଣ୍ଡ-ଇଟାଲୀ ମଧ୍ୟରେ ଆଜି ଖେଳାଯିବ ଫାଇନାଲ ମ୍ୟାଚ୍‌ । ଐତିହାସିକ ଓ୍ଵିମ୍ବଲୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଚଳିତ ୟୁରୋ କପ୍‌ରେ ଦମଦାର ପ୍ରଦର୍ଶନ କରିଛି ଇଟାଲୀ । ଏକମାତ୍ର ଦଳ ଭାବେ ରବର୍ଟ ମାନସିନିଙ୍କ ପ୍ରଶିକ୍ଷଣପ୍ରାପ୍ତ ଇଟାଲୀ ପ୍ରତିଯୋଗିତାର ଏହାର ସମସ୍ତ ମ୍ୟାଚ ଜିତିଛି । ଏହି ଧାରା ବଜାୟ ରଖି ଇଟାଲୀ ଫାଇନାଲରେ ଇଂଲଣ୍ଡକୁ ମାତ୍‌ ଦେଇ ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି । ଭାରତୀୟ ସମୟ ଅନୁସାରେ ଆଜି ରାତି ୧୨.୩୦ରୁ ଆରମ୍ଭ ହେବ ମ୍ୟାଚ।

ଅପରପକ୍ଷରେ ପ୍ରଥମ ଥର ଲାଗି ୟୁରୋ ଫାଇନାଲରେ ପ୍ରବେଶ କରିଥିବା ଇଂଲଣ୍ଡ ମଧ୍ୟ ଦମଦାର ପ୍ରଦର୍ଶନ କରିଛି । ହ୍ୟାରି କେନ୍‌ଙ୍କ ନେତୃତ୍ୱରେ ଖେଳୁଥିବା ଇଂଲଣ୍ଡ ସେମିଫାଇନାଲରେ ଡେନମାର୍କ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା । ଇଂଲଣ୍ଡ ଘରୋଇ ପ୍ରଶଂସକଙ୍କ ସମର୍ଥନ ପାଇ ପ୍ରଥମଥର ଲାଗି ଏହି ସମ୍ମାନଜନକ ଟ୍ରଫି ଜିତିବା ଲକ୍ଷ୍ୟ ରଖିଛି । ପୁର୍ବରୁ ୫୫ବର୍ଷ ପୂର୍ବେ ୧୯୬୬ରେ ଇଂଲଣ୍ଡ ବିଶ୍ୱକପ ଫାଇନାଲରେ ପ୍ରବେଶ କରିବା ସହ ଚାମ୍ପିଅନ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.