Categories: କ୍ରୀଡା

କ୍ୟାପଟେନ୍ କୁଲଙ୍କ ଜନ୍ମ ଦିନରେ ସବୁ ଆଡୁ ଛୁଟିଲା ଶୁଭେଚ୍ଛା ସୁଅ

୩୮ବର୍ଷରେ ପାଦ ଥାପିଲେ ଭାରତୀୟ କ୍ରିକେଟ ଦଳର ପୁର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ମାହି ଓ କ୍ୟାପେଟନ କୁଲ ଭାବେ ପରିଚିତ ଧୋନିକୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି । କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସି ମଧ୍ୟ ଧୋନିକୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସମେତ ବହୁ ଖେଳାଳୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୧୯୮୧ ଜୁଲାଇ ଆଜିର ତାରିଖରେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ ଧୋନି । ୨୦୦୪ମସିହାରେ ଡିସେମ୍ବର ବାଂଲାଦେଶ ବିପକ୍ଷରେ ଦିନିକିଆ କ୍ୟାରିଅର ଆରମ୍ଭ କରିଥିଲେ ମାହି ।

୨୦୦୫ମସିହାରେ ଡିସେମ୍ବର ୨ତାରିଖରେ ଶ୍ରୀଲଙ୍କା ବିରୋଧରେ ଟେଷ୍ଟ ଡେବ୍ୟୁ କରିଥିଲେ । ଦିନିକିଆ କ୍ରିକେଟରେ ବିଶ୍ୱର ଶ୍ରେଷ୍ଠ ଫିନିସର ଭାବେ ଜଣାଶୁଣା ଧୋନି । ଦିନିକିଆରେ ଏବେସୁଦ୍ଧା ୩୪୮ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୧୦,୭୨୩ ରନ୍ କରିଛନ୍ତି । ୧୦ଟି ଶତକ ସହ ୧୮୩ରନ୍ ହେଉଚି ଧୋନୀଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ୯୦ଟି ଟେଷ୍ଟରେ ୪୮୭୬ରନ୍ ସଂଗ୍ରହ କରିଛନ୍ତି । ଓ୍ଵିକେଟ୍ ପଛରେ ଧୋନୀଙ୍କ ବିଚକ୍ଷଣ ବୁଦ୍ଧି ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଧୋନି । ଭାରତକୁ ଟି-୨୦ବିଶ୍ୱକପ୍, ୨୦୧୧ଦିନିକିଆ ବିଶ୍ୱକପ୍ , ଚମ୍ପିଆନ ଟ୍ରଫି ଦେଇଛନ୍ତି ଧୋନି । ଚଳିତ ବିଶ୍ୱକପ୍ ରେ ମଧ୍ୟ ଧୋନିଙ୍କ ଭୂମିକା ଭାରତ ପାଇଁ ବେଶ ଗୁରୁତ୍ୱ ବହନ କରିଛି।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago