ଲକଡାଉନ ଛଡାଇନେଲା ରୋଜଗାର, ଏବେ ରାସ୍ତାକଡରେ ପଥର ହାଣୁଛନ୍ତି ଭାରତୀୟ ହ୍ଵିଲଚେୟାର କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ

ଭାରତୀୟ ହ୍ଵିଲଚେୟାର କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏବଂ ବର୍ତ୍ତମାନ ଉତ୍ତରାଖଣ୍ଡରର କ୍ୟାପଟେନ ରାଜେନ୍ଦ୍ର ସିଂ ଧାମି ଏବେ ରାସ୍ତାକଡରେ ପଥର ହାଣୁଛନ୍ତି। ଆପଣ ଭାବୁଥିବେ ଏହି ଅବସ୍ଥା ତାଙ୍କର କେମିତି ହେଲା। କରୋନା ଯୋଗୁଁ ରୋଜଗାର କରିବାର ବାଟ ବନ୍ଦ ହୋଇଗଲା। ତେଣୁ ପରିବାରର ଭରଣ ପୋଷଣ ପାଇଁ ରାସ୍ତାକଡରେ ଏମିତି କାମ କରୁଛନ୍ତି। ପରିବାରର ପେଟ ପୋଷିବାକୁ ଧାମି ରାସ୍ତାକଡରେ ଏମିତି କାମ କରିବାକୁ ବାଧ୍ୟ ହେଲେ।

44

ଧାମିଙ୍କର ୩ ବର୍ଷ ବୟସରେ ପାରାଲିସିସି ଆଟାକ ହୋଇଥିଲା। ଏହାପରେ ସେ ୯୦ ପ୍ରତିଶତ ଦିବ୍ୟାଙ୍ଗ ହୋଇପଡିଥିଲେ। ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ୱେ କ୍ରିକେଟ ଫିଲ୍ଡରେ ବେଶ୍‌ ନାମ କମାଇଛନ୍ତି। ଏହାଛଡା ସେ ଇତିହାସରେ ଏମଏ ଏବଂ ବିଏଡ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। କିନ୍ତୁ ଏତେ ଶିକ୍ଷାଗତ ଯୋଗ୍ୟତା ମିଳିବା ସତ୍ତ୍ୱେ ମଧ୍ୟ ରାସ୍ତାକଡରେ ପଥର ହାଣୁଛନ୍ତି।

55

ପୂର୍ବରୁ ଧାମି ଭାରତୀୟ ହ୍ଵିଲଚେୟାର କ୍ରିକେଟ ଟିମର ଅଧିନାୟକ ଥିଲେ ପରେ ଉତ୍ତରାଖଣ୍ଡ କ୍ରିକେଟ ଟିମ୍‌ର ପିଲାମାନଙ୍କୁ କୋଚିଂ ଦେଉଥିଲେ। କିନ୍ତୁ କରୋନା ଯୋଗୁଁ ସବୁକିଛି ବନ୍ଦ ହୋଇଗଲା। ଖେଳ ବନ୍ଦ ହୋଇଗଲା। ତେଣୁ ରୋଜଗାରର ମାଧ୍ୟମ ବନ୍ଦ ହେବା ଯୋଗୁଁ ଏପରି କରିବାକୁ ବାଧ୍ୟ ହେଲେ ଧାମି। ରାସ୍ତାକଡରେ କାମ କରି ମଧ୍ୟ ନିଜର ମନୋବଳକୁ କେବେ ବି ଭାଙ୍ଗିବାକୁ ଦେଇନାହାନ୍ତି ଧାମି। ଧାମିଙ୍କ ସାହାଯ୍ୟ ମଧ୍ୟ ସୋନୁ ସୁଦ କରିଛନ୍ତି। ସୋନୁ ତାଙ୍କୁ ୧୧ ହଜାର ଟଙ୍କା ପଠାଇଥିଲେ।

Leave A Reply

Your email address will not be published.