ମହଙ୍ଗା ପଡିଲା ବିରାଟ କୋହଲିଙ୍କ ପାଦ ଛୁଇଁବା, ଫ୍ୟାନ ଗିରଫ

ମହଙ୍ଗା ପଡିଲା ବିରାଟ କୋହଲିଙ୍କ ପାଦ ଛୁଇଁବା । ଆଇପିଏଲ ମ୍ୟାଚ ଚାଲିଥିବା ବେଳେ ସୁରକ୍ଷା ବଳୟ ଭାଙ୍ଗି ବିରାଟଙ୍କ ପାଦ ଛୁଇଁଥିବା ଫ୍ୟାନଙ୍କୁ ଗିରଫ କରିଛି ପୋଲିସ । କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ କେକେଆର ଓ ଆରସିବି ମ୍ୟାଚ ଚାଲିଥିବା ବେଳେ ଜଣେ ଫ୍ୟାନ ସୁରକ୍ଷା ବଳୟ ଭାଙ୍ଗି ବିରାଟ କୋହଲିଙ୍କ ପାଦ ଛୁଇଁବାକୁ ଉଦ୍ୟମ କରିଥିଲେ । ଫଳରେ ମ୍ୟାଚ କିଛି ସମୟ ଅଟକି ରହିଥିଲା । ସୁରକ୍ଷା କର୍ମୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବିରାଟଙ୍କ ଫ୍ୟାନଙ୍କୁ ଷ୍ଟାଡିୟମ ବାହାରକୁ ନେଇଥିଲେ । ପରେ ଖେଳ ପୁଣି ଆରମ୍ଭ ହୋଇଥିଲା ।