ରୋହିତଙ୍କୁ ଭେଟିବା ପାଇଁ ପଡ଼ିଆକୁ ମଧ୍ୟକୁ ପସିଗଲେ ଫ୍ୟାନ୍‌, ଏବେ ଜରିମାନା ଦେବେ ୬ ଲକ୍ଷ

ରୋହିତଙ୍କୁ ଦେଖାହେବାକୁ ପଡିଆକୁ ପସିଥିଲେ ଫ୍ୟାନ୍‌। ଏବେ ଗଣିବେ ୬ ଲକ୍ଷ ତଣ୍ଡ ଗଣିବେ । ଗତକାଲି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଭାରତ – ଜିମ୍ବାୱେ ଶେଷ ସୁପର ୧୨ ମ୍ୟାଚ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ମ୍ୟାଚ୍‌ ମଝିରେ ଜଣେ ଯୁବ କ୍ରିକେଟ ପ୍ରଶଂସକ ସୁରକ୍ଷା ବଳୟକୁ ଭେଦ କରି ପଡ଼ିଆ ମଧ୍ୟକୁ ପ୍ରବେଶ କରିଥିଲେ । ଫ୍ୟାନ ଜଣକ ରୋହିତ ଶର୍ମାଙ୍କୁ ଭେଟବା ପାଇଁ ପଡ଼ିଆ ମଧ୍ୟକୁ ପଶିଯାଇଥିଲେ। ସେ ପଡ଼ିଆ ମଧ୍ୟକୁ ପଶିବା ପରେ ରୋହିତ ଶର୍ମାଙ୍କୁ ଦେଖି କାନ୍ଦି ପକାଇଥିଲେ । ଆଉ ସଙ୍ଗେ ସଙ୍ଗେ ତାଙ୍କୁ ସୁରକ୍ଷାକର୍ମୀ ଧରି ନେଇଥିଲେ।

ସୂଚନା ଥାଉ କି, ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ ହରାଇ ଜିମ୍ବାେଓ୍ଵକୁ ୧୮୭ ରନର ଟାର୍ଗେଟ ଦେଇଥିଲା । ଜିମ୍ବାୱେ ଏହି ସ୍କୋରକୁ ପିଛା କରି ୧୭.୨ ଓ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୧୫ ରନ କରିବାକୁ ସକ୍ଷମ ହୋଇଥିଲା । ଜିମ୍ବାୱେ ମ୍ୟାଚର ୧୭ ଓଭର ଚାଲିଥିବା ସମୟରେ ଜଣେ ଭାରତୀୟ ଯୁବ ପ୍ରଶଂସକ ସୁରକ୍ଷା ବଳୟକୁ ଭାଙ୍ଗି ପଡ଼ିଆ ମଧ୍ୟକୁ ପଶି ଆସିଥିବା ସମୟରେ ସୁରକ୍ଷା କର୍ମୀ ତାଙ୍କୁ ଧରି ନେଇଯାଇଥିଲେ । ସେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଭେଟିବାକୁ ଚାହୁଁଥିଲେ ଯେଉଁଥିରେ ସେ ସଫଳ ମଧ୍ୟ ହୋଇଥିଲେ । ତାଙ୍କୁ ସୁରକ୍ଷା ବଳୟକୁ ଭାଙ୍ଗିବା ଅପରାଧରେ ସାଢ଼େ ଛଅ ଲକ୍ଷ ଟଙ୍କା (୧୧ ହଜାର ୯୫ ଡଲାର)ର ଜରିମାନା କରାଯାଇଛି ।

ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ :

ଏହି ମ୍ୟାଚ ପରେ ରୋହିତ ଶର୍ମା କହିଛନ୍ତି, ସେମି ଫାଇନାଲ ମ୍ୟାଚରେ ଇଂଲଣ୍ଡ ସହିତ ଏକ କଡ଼ା ମୁକାବିଲା ହେବ । ଆମକୁ ଏହି ମ୍ୟାଚରେ ସବୁ ପରିସ୍ଥିତିକୁ ସତର୍କତାର ସହିତ ସାମ୍ନା କରିବାକୁ ପଡ଼ିବ । ଇଂଲଣ୍ଡ ବି ବହୁତ ଭଲ ସ୍ଥିତିରେ ଅଛି, ଗୋଟିଏ ଭଲ ଟିମ୍‌ ସହିତ ଆମେ ଟକ୍କର ହେବାକୁ ଯାଉଛୁ । ଆମେ କେଉଁ ପରିସ୍ଥିତିରେ ସେମି ଫାଇନାଳ କୁ ଯାଇଛୁ ତାହା ଆମକୁ ମନେ ରଖିବାକୁ ହେବ। ସେ ଆହୁରି କହିଛନ୍ତି, ଏହି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଚାପ ବି ରହିବ । ଏହି ମ୍ୟାଚର ଭଲ ଫଳାଫଳ ଆମକୁ ଆଗାମୀ ମ୍ୟାଚ ପାଇଁ ପ୍ରେରଣା ଦେବ ଏବଂ ନୂଆ ଷ୍ଟ୍ରାଟେଜି ବନାଇବାରେ ସହାୟକ ହେବ ।

ଶେଷ ସୁପର ୧୨ ମ୍ୟାଚରେ ଭାରତ -ଜିମ୍ବାେଓ୍ଵ ମ୍ୟାଚରେ ସୂର୍ଯ୍ୟ କୁମାରଙ୍କ ବ୍ୟାଟର ଯାଦୁ ଦେଖିବାକୁ ମିଳିଛି, ସେ ୨୫ ବଲରେ ଅପରାଜିତ ୬୧ ରନର ଏକ ଜବରଦସ୍ତ ପାଳି ଖେଳିଥିଲେ । ତା ସହିତ କେଏଲ୍‌. ରାହୁଲଙ୍କ ୫୦ ରନର ଯୋଗଦାନ ଭାରତର ପାଳିକୁ ଏକ ଭଲ ସ୍କୋରରେ ପହଞ୍ଚାଇଥିଲା ।

Also Read : ICC Player of The Month ହେଲେ ବିରାଟ କୋହଲି, ପଛରେ ପଡିଲେ ସିକନ୍ଦର ରଜା ଏବଂ ଡେଭିଡ ମିଲର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.