କ୍ରୀଡା

ଲକ୍ଷ୍ମୌ ସୁପରଜିଆଣ୍ଟ ଟ୍ଵିଟ୍‌ କଲା ‘ କେଏଲ ରାହୁଲ ଝୁକେଗା ନେହିଁ’: ଫ୍ୟାନ୍ସ କହିଲେ, ତ ସ୍ୱିପ ସଟ୍‌ କେମିତି ମାରିବେ..

ଚଳିତବର୍ଷ ଆଇପିଏଲ୍‌ ସିଜନରେ ନୂଆ ଟିମ୍‌ ଲକ୍ଷ୍ମୌ ସୁପରଜିଆଣ୍ଟ ସ୍ଥାନ ପାଇଛି। ଆଉ ଏହି ଟିମ୍‌ର ଦାୟିତ୍ୱ ନେବେ କେଏଲ ରାହୁଲ। ଟିମରେ ରାହୁଲଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାର୍କସ ଷ୍ଟୋନିସ ଏବଂ ରବି ବିଶ୍ନୋଇ ରହିଛନ୍ତି। ଆସନ୍ତା ଶନିବାର ଓ ରବିବାର ହେବାକୁ ଥିବା ନିଲାମୀରେ ନୂଆ ଖେଳାଳିଙ୍କୁ ଟିମ୍‌ କିଣିବ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିନଥିଲେ କେଏଲ ରାହୁଲ। ଆଜି ମ୍ୟାଚରେ ଖେଳିବେ। ଏହା ମଧ୍ୟରେ ଫ୍ରାଞ୍ଚାଇଜ୍‌ ଲକ୍ଷ୍ମୌ ସୁପରଜିଆଣ୍ଟ ରାହୁଲଙ୍କ ସପୋର୍ଟରେ ସୋସିଆଲ ମିଡିଆରେ ‘ପୁଷ୍ପା ଫିଲ୍ମ’ର ଷ୍ଟାଇଲରେ ଅଧିନାୟକଙ୍କ ଫଟୋ ସେୟାର କରି ଲେଖିଛି, ‘କେଏଲ ରାହୁଲ ଝୁକେଗା ନେହିଁ’। ଟିମ୍‌ର ଏପରି ପୋଷ୍ଟ ପରେ ଫ୍ୟାନ୍ସ ଜବରଦସ୍ତ ଟ୍ରୋଲ କରିଛନ୍ତି।

ଫ୍ୟାନ୍ସ ଲେଖିଛନ୍ତି, ‘କେଏଲ ରାହୁଲ ଝୁକେଗା ନେହିଁ’ ତୋ ସ୍ୱିପ ସର୍ଟ କେସେ ମାରେଗା। ଆଉ ଜଣେ ଫ୍ୟାନ ଲେଖିଛନ୍ତି, ‘ଦୁନିଆ ଝୁକତି ହୈ, ବସ୍‌ ଝୁକାନେ ବାଲା ଚାହିଁହୈ। ପୂର୍ବରୁ ରାହୁଲ ୨ ଥର ଆଇପିଏଲରେ ପଞ୍ଜାବ କିଙ୍ଗସ ଟିମର ଅଧିନାୟକ ରହିଥିଲେ। କିନ୍ତୁ ଗତ ସିଜିନରେ ପଞ୍ଜାବ କିଙ୍ଗସରେ ତାଙ୍କ ପ୍ରଦର୍ଶନ ନୈରାଶଜନକ ରହିଥିଲା। ସେହିପରି ଇଣ୍ଟରନ୍ୟାସନାଲ ମ୍ୟାଚରେ ମଧ୍ୟ ରାହୁଲଙ୍କ ଅଧିନାୟକ ଭଲ ରହିନଥିଲା। ତାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ଟିମ୍‌ ଇଣ୍ଡିଆ ୦-୩ରେ ହାରିଥିଲା।

Swagatika

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

7 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

21 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

34 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

35 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago