କ୍ରୀଡା

‘ଟି୨୦ ପରେ ଆମେ ରିଷଭ୍‌ଙ୍କ ସହ ତୁମର ବିବାହ କରାଇ ଦେବୁ, ଏବେ ବିଲ୍‌କୁଲ ବି କରନ୍ତୁନି ହଇରାଣ’; ଉର୍ବଶୀଙ୍କୁ କାହିଁକି ଏମିତି କହିଲେ ଫ୍ୟାନ୍ସ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜ ଇନ୍‌ଷ୍ଟାଗ୍ରାମରେ ନିଜର ଆଉ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଉର୍ବଶୀ ଏକଦମ୍‌ ସୁହାଗିନୀ ଭଳି ସଜେଇ ହୋଇ ଲାଲ୍‌ ଶାଢିରେ ପୋଜ୍‌ ଦେଉଥିବାର ଦେଖାଯାଉଛନ୍ତି। ମୁଣ୍ଡରେ ସିନ୍ଦୁର, ମଥାରେ ବିନ୍ଦି, ଗଳାରେ ମଙ୍ଗଳସୂତ୍ର ଏବଂ ହାତରେ ଗୋଲ୍ଡେନ ଚୁଡ଼ି ପିନ୍ଧି ସେ କ୍ୟାମେରା ସାମ୍ନାରେ ପୋଜ୍‌ ଦେଉଥିବାର ନଜର ଆସୁଛନ୍ତି। ଏହି ଫଟୋକୁ ସେୟାର କରି ଉର୍ବଶୀ ରୌତେଲା ଏମିତି କିଛି ଲେଖିଛନ୍ତି, ଯେଉଁ କାରଣରୁ ସେ ଟ୍ରୋଲର୍ସଙ୍କ ଟାର୍ଗେଟ୍‌କୁ ଚାଲି ଆସିଛନ୍ତି।

ଉର୍ବଶୀ ରୌତେଲା କ୍ୟାପସନରେ ଲେଖିଛନ୍ତି, ‘ପ୍ରେମରେ ପଡ଼ିଥିବା ପ୍ରେମିକା ପାଇଁ ସିନ୍ଦୁରଠାରୁ ପ୍ରିୟ ଆଉ କିଛି ହୋଇ ନ ଥାଏ, ସମସ୍ତ ନୀତି ନିୟମର ସହିତ ହେବା ଦରକାର, ତୁମ ସହିତ ସାରା ଜୀବନର ସାଥ୍‌’। ଉର୍ବଶୀଙ୍କର ଏହି କ୍ୟାପସନକୁ ସୋସିଆଲ ମିଡିଆ ୟୁଜରମାନେ ତାଙ୍କ ଏକ୍ସ ବୟଫ୍ରେଣ୍ଡ କ୍ରିକେଟର ରିଷଭ ପନ୍ତଙ୍କ ସହ ଯୋଡ଼ି ତାଙ୍କୁ ଟ୍ରୋଲ କରିବାକୁ ଲାଗିଛନ୍ତି।

କହି ରଖୁଛୁ, ଉର୍ବଶୀ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ସେଠାରୁ ସେ କ୍ରମାଗତ ଭାବରେ ନିଜର ଫଟୋଗୁଡ଼ିକୁ ସେୟାର କରୁଛନ୍ତି। ତେବେ ଉର୍ବଶୀ ଅଷ୍ଟ୍ରେଲିଆରୁ ଫଟୋ ସେୟାର କରିବା କାରଣରୁ ଟ୍ରୋଲ ହେଉ ନାହାନ୍ତି, ବରଂ ନିଜ ପୂର୍ବତନ ପ୍ରେମିକ କ୍ରିକେଟର ରିଷଭ୍‌ ପନ୍ତଙ୍କ କାରଣରୁ ଜବରଦସ୍ତ ଟ୍ରୋଲ ହେଉଛନ୍ତି। ସୂଚନାଥାଉ କି, ବର୍ତ୍ତମାନ ରିଷଭ୍‌ ପନ୍ତ ୧୬ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ୨୦୨୨ ପାଇଁ ଭାରତୀୟ ଦଳ ସହିତ ଅଷ୍ଟ୍ରେଲିଆ ପହଞ୍ଚିଛନ୍ତି। ଏମିତିରେ ଲୋକମାନଙ୍କୁ ଅଷ୍ଟ୍ରେଲିଆରେ ଉର୍ବଶୀଙ୍କ ରହଣୀ ଟିକିଏ ଅଡ଼ୁଆ ଲାଗୁଛି। ଦୁଇଜଣଙ୍କ ଅଫେୟାରକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଉର୍ବଶୀଙ୍କ ପୋଷ୍ଟରେ ଜଣେ ୟୁଜର ଲେଖିଛନ୍ତି, ‘ଲାଗୁଛି, ରିଷଭଙ୍କ ପ୍ରେମରେ ପାଗଳ ହୋଇଯାଇଛନ୍ତି’। ଆଉ ଜଣେ ଲେଖିଛନ୍ତି, ‘ରିଷଭ ଭାଇ ଆପଣ ବିବାହ କରି ନିଅନ୍ତୁ। ଭାଉଜ ବହୁତ ଭଲ, କାହିଁକି ଏତେ କଷ୍ଟ ଦେଉଛ’। ସେହିପରି ଅନ୍ୟ ୟୁଜର ଲେଖିଛନ୍ତି, ‘ବିଶ୍ୱକପ୍‌ ପାଇଁ ପନ୍ତଙ୍କୁ ଛାଡ଼ି ଦିଅ ପ୍ଲିଜ୍‌’। କେବଳ ଏତିକି ନୁହେଁ, ଜଣେ ୟୁଜର ମଜାଳିଆ ଢଙ୍ଗରେ କମେଣ୍ଟ କରିଛନ୍ତି, ‘ବିଶ୍ୱକପ୍‌ ପରେ ଆମେ ବିବାହ କରାଇ ଦେବୁ। କିନ୍ତୁ ଦୟାକରି ତାଙ୍କୁ ଡାଇଭର୍ଟ କରନ୍ତୁ ନାହିଁ’।

ମିଡିଆ ରିପୋର୍ଟ ମୁତାବକ, ଉର୍ବଶୀ ଓ ରିଷଭ୍‌ ପନ୍ତ ପରସ୍ପରକୁ ୨୦୧୮ ମସିହାରେ ଡେଟ୍‌ କରିବା ଆରମ୍ଭ କରିଥିଲେ। କିନ୍ତୁ ଉଭୟଙ୍କ ସମ୍ପର୍କ ବହୁତ ଜଲ୍‌ଦି ଭାଙ୍ଗି ଯାଇଥିଲା। ବର୍ଷ ୨୦୧୯ରେ ରିଷଭ୍‌ ପନ୍ତ ନିଜ ଗାର୍ଲଫ୍ରେଣ୍ଡ ଇଶା ନେଗୀଙ୍କ ସହ ଫଟୋ ସେୟାର କରି ଉଭୟଙ୍କ ସମ୍ପର୍କ ବିଷୟରେ ଜଣାଇଥିଲେ। ଏହାପରେ ଉର୍ବଶୀ ଓ ରିଷଭ ପନ୍ତଙ୍କ ସମ୍ପର୍କ ଆହୁରି ତିକ୍ତତା ହୋଇଯାଇଥିଲା। ନିକଟରେ ସୋସିଆଲ ମିଡିଆରେ ଉର୍ବଶୀ ଓ ପନ୍ତଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଏକ ପ୍ରକାର ହଇଚଇ ସୃଷ୍ଟି କରିଥିଲା। ଉଭୟ ଉଭୟଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଏବେ ସୋସିଆଲ ମିଡିଆ ୟୁଜରଙ୍କ କହିବା ହେଲା, ଉର୍ବଶୀ ଜାଣିଶୁଣି ନିଜ ପୂର୍ବତନ ପ୍ରେମିକଙ୍କ ପଛେ ପଛେ ଅଷ୍ଟ୍ରେଲିଆରେ ପହଞ୍ଚି ଯାଇଛନ୍ତି।

Roshni

Recent Posts

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

1 min ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

14 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

31 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

2 hours ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

2 hours ago