ପୂର୍ବତନ କ୍ରିକେଟର ନମନ ଓଝାଙ୍କ ବାପାଙ୍କୁ ୭ ବର୍ଷଜେଲ୍ ଦଣ୍ଡାଦେଶ
() ଦୀର୍ଘ ୧୧ ବର୍ଷ ପରେ ଆସିଲା ରାୟ । ଆଉ ୭ ବର୍ଷ ଜେଲଦଣ୍ଡାଦେଶ ଦେଇଛନ୍ତି ବିଚାରପତି । ଦଣ୍ଡିତ ହୋଇଛନ୍ତି ଭାରତୀୟ ଦଳର ପୂର୍ବତନ କ୍ରିକେଟ୍ ଖେଳାଳି ନମନ ଓଝାଙ୍କ ବାପା । ବ୍ୟାଙ୍କରୁ ଟଙ୍କା ହେରଫେର ଘଟଣାରେ ନମନଙ୍କ ବାପାଙ୍କୁ କୋର୍ଟ ଦଣ୍ଡିତ କରିଛନ୍ତି ।
ଭାରତୀୟ ଦଳର ପୂର୍ବତନ ୱିକେଟକିପର ହେଉଛନ୍ତି ନମନ ଓଝା । ତାଙ୍କ ବାପା ବିନୟ ଓଝା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା । ମଧ୍ୟପ୍ରଦେଶ ବେତୁଲର ମୁଲତାଇ ଥାନା ଅନ୍ତର୍ଗତ ଜୋଲଖେଡ଼ା ଗାଁରେ ଥିବା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ କୋଟି କୋଟି ଟଙ୍କାର ଘୋଟାଲା ହୋଇଥିଲା । ୨୦୧୩ରେ ହୋଇଥିବା ଏହି ଦୁର୍ନୀତିର ଦୀର୍ଘ ୧୧ ବର୍ଷ ଧରି ବିଚାର ଚାଲିଥିଲା । ଏହି ମାମଲାରେ ବିନୟ ଓଜାଙ୍କ ସମେତ ୪ ଜଣଙ୍କୁ ଦଣ୍ଡିତ କରିଛନ୍ତି କୋର୍ଟ ।
ଗତକାଲି ମୁଲତାଇର ଏକ ଅଦାଲତ ଏହି ସଜା ଶୁଣାଇଥିଲେ । ମାମଲାର ମୁଖ୍ୟ ଅଭିଯୁକ୍ତ ଅଭିଷେକ ରତ୍ନମଙ୍କୁ ୧୦ ବର୍ଷ ଜେଲ୍ ସହ ୮୦ ଲକ୍ଷ ଟଙ୍କା ଜରିମାନା ଆଦେଶ ହୋଇଛି । ଘଟଣା ବେଳେ ବିନୟ ଓଝା ବ୍ୟାଙ୍କର ବ୍ୟାନେଜର ଭାବେ କାମ କରୁଥିଲେ । ତାଙ୍କୁ ୭ ବର୍ଷ ଜେଲ୍ ଓ ୭ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି ।