ସମସ୍ତଙ୍କ ସାମ୍ନାରେ ଶିଖର ଧଓ୍ଵନଙ୍କୁ ଚାପୁଡା ମାରିଲେ ବାପା ମହେନ୍ଦ୍ର ପାଲ୍‌ ଧଓ୍ଵନ, ଭାଇରଲ ହେଉଛି ଭିଡିଓ

ଟିମ୍‌ ଇଣ୍ଡିଆର ଷ୍ଟାର ଓପନର ଶିଖର ଧଓ୍ଵନ ନିଜର ଧୂଆଁଦାର ବ୍ୟାଟିଂ ପାଇଁ ବେଶ ଜଣାଶୁଣା। ତାଙ୍କ ଛକା ମାରିବାର ଷ୍ଟାଇଲ ସମସ୍ତେ ଜାଣନ୍ତି। କେବଳ ପଡିଆରେ ଖେଳ ନୁହେଁ ଆକ୍ଟିଂ କରିବାରେ ମଧ୍ୟ ବେଶ ମାହିର ଶିଖର। ଆଉ ଖାସ୍‌ ଏହି କାରଣ ଯୋଗୁଁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରୁହନ୍ତି ଶିଖର ଧଓ୍ଵନ। ଶିଖର ଧଓ୍ଵନ ଆକ୍ଟିଂ ଯୋଗୁଁ ଇନଷ୍ଟାଗ୍ରାମରେ ରିଲ୍ସ କରନ୍ତି। ପୁଣି ଥରେ ଏମିତି ଏକ ଭିଡିଓ ସେୟାର କରିଛନ୍ତି ଶିଖର ଧଓ୍ଵନ। ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କୁ ଚାପୁଡା ମାରୁଥିବା ନଜର ଆସିଛନ୍ତି।

ଶିଖର ଧଓ୍ଵନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଲାଟେଷ୍ଟ ଭିଡିଓରେ ଶିଖର ଧଓ୍ଵନ ବାପା ମହେନ୍ଦ୍ରପାଲ ଧଓ୍ଵନଙ୍କ ସହିତ ନଜର ଆସିଛନ୍ତି। ଏହି ଭିଡିଓରେ ଶିଖର ଧଓ୍ଵନଙ୍କ ବାପା ଧଓ୍ଵନଙ୍କୁ ଚାପୁଡା ମାରୁଥିବାର ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହୋଇଛି। ଏହି ଭିଡିଓକୁ ଫ୍ୟାନ୍ସ ବହୁତ ପ୍ରଶଂସା କରୁଛନ୍ତି। ଏହା ସହିତ ଧଓ୍ଵନ ଲେଖିଛନ୍ତି ‘ ବାପ୍‌ ହମେଶ ବାପ୍‌ ହି ରେହେତା ହୈ’।

ଭିଡିଓରେ ଦେଖିବାକୁ ମିଳିଛି, କି ରୁମ୍‌ ବାହାରେ ଧଓ୍ଵନ ଠିଆ ହୋଇଥିବା ବେଳେ ତାଙ୍କ ବାପା ଆସି କିଛି କହୁଛନ୍ତି, ଆଉ ଏହାର ଜବାବ ଦେଉଥିବା ବେଳେ ତାଙ୍କ ବାପା ତାଙ୍କୁ ଚାପୁଡା ମାରୁଛନ୍ତି। ଆଉ ଘର ଭିତରକୁ ଠେଲି ଠେଲି ନେଇଯାଉଛନ୍ତି।

 

View this post on Instagram

 

A post shared by Shikhar Dhawan (@shikhardofficial)

ଦୀର୍ଘ ସମୟ ବ୍ୟବଧାନ ପରେ ସାଉଥ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଶିଖର ଧଓ୍ଵନଙ୍କୁ ସାମିଲ କରାଯାଇଥିଲା। ସାଉଥ ଆଫ୍ରିକା ସିରିଜରେ ଧଓ୍ଵନ ଦୁଇଟି ଅର୍ଦ୍ଧଶତକ କରିଥିଲେ।

ସୂଚନାଯୋଗ୍ୟ, ଟିମ୍‌ ଇଣ୍ଡିଆର ଆଗଧାଡ଼ିର ବ୍ୟାଟ୍ସମ୍ୟାନ୍‌ ଶିଖର ଧଓ୍ଵନ୍‌ ପତ୍ନୀ ଆୟଶା ମୁଖାର୍ଜୀଙ୍କ ଠାରୁ ଅଲଗା ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିବା ନେଇ ସୂଚନା । ଦୀର୍ଘ ୯ ବର୍ଷର ସମ୍ପର୍କକୁ ଛିନ୍ନ କରିଛନ୍ତି ଏହି କ୍ରିକେଟର। ଶିଖର ଧଓ୍ଵନଙ୍କ ପତ୍ନୀ ଆୟଶା ମଙ୍ଗଳବାର ନିଜ ନୂଆ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏନେଇ ସୂଚନା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.