ଟିମ୍ ଇଣ୍ଡିଆକୁ ବିସିସିଆଇ ଭେଟି ଦେଲା ‘ବ୍ରହ୍ମୋସ୍’, କାହିଁକି ଜାଣନ୍ତୁ ?

ଓ୍ବେଷ୍ଟଇଣ୍ଡିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚକୁ ବଡ଼ ବ୍ୟବଧାନରେ ଜିତିଛି ଭାରତ । ଘରୋଇ ମାଟିରେ ଖେଳାଳିମାନେ ଭଲ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ପୂର୍ବରୁ ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ ପୂରା ଫ୍ଲପ୍ ମାରିଥିଲା । ସିରିଜ ହାତଛଡା କଲା । ଆଗକୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଗସ୍ତ ଏବଂ ୨୦୧୯ରେ ରହିଛି ବିଶ୍ବକପ୍ । ତାପୂର୍ବରୁ ବିଶ୍ବବିଜୟୀ ସ୍କ୍ୱାଡ୍ ପ୍ରସ୍ତୁତ ଅଭିଯାନ ଆରମ୍ଭ ହୋଇଛି । ବ୍ୟାକ୍-ଟୁ ବ୍ୟାକ୍ ସିରିଜ୍ । ହାତରେ ବି ବେଶି ସମୟ ନାହିଁ । ତେଣୁ ସ୍ବତନ୍ତ୍ର ମିଶନ୍ ପାଇଁ ଖାସ୍ ମେସିନର ବ୍ୟବହାର କରୁଛି ଟିମ୍ ଇଣ୍ଡିଆ । ଏମିତି ଏକ ମେସିନ୍, ଯାହା ଦ୍ବାରା ଦଳର ସବୁଠୁ ବଡ଼ ଦୁର୍ବଳତାରେ ସୁଧାର ଆସିବ । ବିଦେଶ ମାଟିରେ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଭଳି ଦଳକୁ ଚେକମେଟ୍ ଦେଇ ପାରିବ ଭାରତ । ସେହି ସମସ୍ୟା ହେଲା ଫିଲଡିଂ । ଇଂଲଣ୍ଡ ଗସ୍ତ ବେଳେ ସାମ୍ନାକୁ ଆସିଥିଲା ଭାରତର ଖରାପ ଫିଲଡିଂ । ଦଳ ଟେଷ୍ଟ ଓ ଦିନିକିଆ ସିରିଜ ହାରିବା ପଛରେ ଅନ୍ୟତମ ମୁଖ୍ୟ କାରଣ ଥିଲା ଖରାପ ଫିଲଡିଂ । ତେଣୁ ଆଗାମୀ ସିରିଜ ପାଇଁ ଏହି ରୋଗର ଚିକିତ୍ସା ନିମନ୍ତେ ମେସିନର ସହାୟତା ନିଆଯାଇଛି ।

FIELDING MECHINE-2

ବିସିସିଆଇ ଦେଇଛି ସ୍ବତନ୍ତ୍ର ଫିଲଡିଂ ମେସିନ୍ । ଟ୍ରେନିଂ ଦେଉଛନ୍ତି ଫିଲଡିଂ କୋଚ୍ ଶ୍ରୀଧର । ମେସିନ୍ ସାହାଯ୍ୟରେ ଖେଳାଳି ଫିଲଡିଂ ଓ କ୍ଯାଚ୍ ଅଭ୍ଯାସ କରୁଛନ୍ତି । ବିଶେଷ କରି ସ୍ଲିପ୍ ଏରିଆରେ କ୍ଯାଚିଂକୁ ଗୁରୁତ୍ବ ଦେଉଛନ୍ତି କୋଚ୍ । ଏହି ମେସିନ୍ ଜରିଆରେ କ୍ଯାଚ୍ ଓ ଫିଲଡିଂ ଅଭ୍ୟାସ ଦ୍ବାରା ଖେଳାଳିମାନଙ୍କର ଲକ୍ଷ୍ୟ ଆହୁରି ଶାଣିତ ହୋଇପାରିବ । ପଡିଆ ଭିତରେ ବଲକୁ ନିଜ ନିୟନ୍ତ୍ରଣରେ ରଖି ପାରିବେ । ମେସିନରେ ଅଭ୍ୟାସର ଭିଡିଓ ଟ୍ବିଟରରେ ଅପଲୋଡ୍ କରିଛି ବିସିସିଆଇ ।

TEAM INDIA-2

ପୂର୍ବରୁ ବୋଲିଂ ମେସିନ୍ ଥିଲା । ବିନା ବୋଲରରେ ମେସିନ ଦ୍ବାରା ବୋଲିଂ କରାଇ ଖେଳାଳିମାନେ ବ୍ୟାଟିଂ ଅଭ୍ୟାସ କରୁଥିଲେ । ଏବେ ଫିଲଡିଂ ଅଭ୍ୟାସ ପାଇଁ ବେଶ୍ ସହାୟକ ହେଉଛି ଏହି ମେସିନ୍ । ଠିକ୍ ବ୍ରହ୍ମୋସ କ୍ଷେପଣାସ୍ତ୍ର ଭଳି ଏଥିରୁ ବଲ୍ ଫିଙ୍ଗା ଯାଉଛି । ଆଉ ଖେଳାଳିମାନେ କ୍ୟାଚ୍ ଧରୁଛନ୍ତି ଓ ଗ୍ରାଉଣ୍ଡ ଫିଲଡିଂରେ ବି ଦକ୍ଷ ହେଉଛନ୍ତି । ଏବେ ଦେଖିବାର କଥା ଆଗାମୀ ଦରିଆ ପାରି ସିରିଜରେ ଏଇ ମେସିନର ଟ୍ରେନିଂ ବିରାଟ ବାହିନୀର ମଣିଷମାନଙ୍କୁ କେତେ ସହାୟକ ହେଉଛି ।

You might also like