ଭାରତୀୟ ଫୁଟ୍‌ବଲ ମହାସଂଘକୁ ସସ୍‌ପେଣ୍ଡ୍‌ କଲା FIFA, ଆଉ ଭାରତ କରିପାରିବନି ମହିଳା ବିଶ୍ୱକପ୍‌ ହୋଷ୍ଟିଂ

ଇଣ୍ଟରନ୍ୟାସନାଲ ଫେଡେରେସନ୍‌ ଅଫ୍‌ ଆସୋସିଏସନ୍‌ ଫୁଟବଲ (ଫିଫା) ପକ୍ଷରୁ ଭାରତୀୟ ଫୁଟ୍‌ବଲ ମହାସଂଘକୁ ସସ୍‌ପେଣ୍ଡ୍‌ କରି ଦିଆଯାଇଛି। ଏହି ନିଲମ୍ବନର କାରଣ ସମ୍ପର୍କରେ ଫିଫା କହିଛି ଯେ ଅଲ୍‌ ଇଣ୍ଡିଆ ଫୁଟବଲ୍‌ ଫେଡେରେସନ୍‌ (AIFF)ରେ ତୃତୀୟ ପକ୍ଷ ତରଫରୁ ସବୁବେଳେ ଅନାଧିକୃତ ପ୍ରବେଶ ଯୋଗୁ ଭାରତୀୟ ଫୁଟବଲ୍‌ ମହାସଂଘକୁ ନିଲମ୍ବିତ କରାଯାଇଛି। ସୋମବାର ରାତିରେ ଫିଫା ପକ୍ଷରୁ ଭାରତୀୟ ଫୁଟବଲ ସଂଘକୁ ନିଲମ୍ବିତ କରାଯାଇଛି।

ଏହି ନିଲମ୍ବନ ପରେ ଏବେ ଭାରତ ପକ୍ଷରୁ ଅଣ୍ଡର ୧୭ ମହିଳା ଫୁଟବଲ ବିଶ୍ୱ କପ୍‌ର ହୋଷ୍ଟିଂ ମଧ୍ୟ ଛଡ଼ାଇ ନିଆଯିବ। ଏହି ବିଶ୍ୱ କପ୍‌ର ଆୟୋଜନ ୧୧ରୁ ୩୦ ଅକ୍ଟୋବର ଯାଏଁ ହେବାର ଥିଲା। ଫିଫା କହିଛି ଯେ ନିଲମ୍ବନ ତୁରନ୍ତ ଲାଗୁ ହେବ। ଫିଫା ପକ୍ଷରୁ କୁହାଯାଇଛି ଯେ ସବୁବେଳେ ତୃତୀୟ ପକ୍ଷର ପ୍ରବେଶ ଫିଫା ନିୟମର ଗମ୍ଭୀର ଉଲ୍ଲଂଘନ। ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ।


ଏହି ନିଲମ୍ବନ ହଟିବାକୁ ନେଇ ଫିଫା କହିଛି ଯେ ଯେତେବେଳେ ଅଲ୍‌ ଇଣ୍ଡିଆ ଫୁଟବଲ୍‌ ଫେଡେରେସନ୍‌ (AIFF) କର୍ମଚାରୀ ସମିତି ସ୍ଥାନରେ ପ୍ରଶାସକ ସମିତିର ଗଠନ ନିଷ୍ପତ୍ତିକୁ ଫେରାଇ ନିଆଯିବ ଓ ଏଆଇଏଫ୍‌ଏଫ୍‌ ପ୍ରଶାସନକୁ ମହାସଂଘର ନିୟମିତ କାର୍ଯ୍ୟର ପୂରା ନିୟନ୍ତ୍ରଣ ଦିଆଯିବ ସେତେବେଳେ ନିଲମ୍ବନ ହଟିବ।

ଫିଫା କହିଛି ଯେ ଏହି ସସ୍‌ପେନ୍‌ସନ୍‌ ପରେ ପୂର୍ବ ନିର୍ଦ୍ଧାରିତ ଅଣ୍ଡର ୧୭ ମହିଳା ବିଶ୍ୱକପ୍‌ ଭାରତରେ ହେବ ନାହିଁ। ଫିଫା ଭାରତର କ୍ରୀଡ଼ା ମନ୍ତ୍ରାଳୟ ସହ ଲଗାତାର ଯୋଗାଯୋଗରେ ରହିଛି ଓ ଆଗକୁ ସକାରାତ୍ମକ ଫଳାଫଳ ବାହାରିବ ବୋଲି ଆଶା ରଖିଛି।

Also Read: ବ୍ରେକ୍‌ ଫେଲ ହୋଇ ନଦୀକୁ ଖସିଲା ITBP ବସ୍‌, ୬ ଯବାନ ସହିଦ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.