ଆସନ୍ତା ୨୦୨୦ରେ ଭାରତରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ଫୁଟବଲ ବିଶ୍ୱକପର ପ୍ରଥମ ଭେନ୍ୟୁ ଭାବେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ମନୋନୀତ

ଭୁବନେଶ୍ୱର(କେନ୍ୟୁଜ୍) : ଆସନ୍ତା ୨୦୨୦ରେ ଭାରତରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ଫୁଟବଲ ବିଶ୍ୱକପର ପ୍ରଥମ ଭେନ୍ୟୁ ଭାବେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ମନୋନୀତ ହୋଇଛି । ଷ୍ଟାଡିୟମର ଭିତ୍ତିଭୂମି ଖେଳ ଉପଯୋଗୀ ଥିବାରୁ ଏହାକୁ ଭେନ୍ୟୁ ଭାବେ ଚୟନ କରାଯାଇଥିବା ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ ରୋମା ଖନ୍ନା କହିଛନ୍ତି । ପୂର୍ବରୁ ଓଡିଶାରେ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିବାରୁ ଏହାକୁ ଭେନ୍ୟୁ ଭାବେ ସିଲେକ୍ଟ କରାଯାଇଛି । ବିଶ୍ୱକପରେ ଭାରତ ସମେତ ୧୩ ଟି ଟିମ ଭାଗ ନେବେ । ସେପଟେ ଟୁର୍ଣ୍ଣମେଣ୍ଟ ପୂର୍ବରୁ ଭିତ୍ତିଭୂମି ଆହୁରି ସୁଦୃଢ କରାଯିବ ବୋଲି କ୍ରୀଡା ସଚିବ ବିଶାଲ ଦେବ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.