ଝିଅ ଭାରତ ବିଶ୍ୱକପ୍‌ ଦଳ ଅଧିନାୟିକା, ତାଙ୍କ ନାଁରେ ଚାଲିଛି ସଡ଼କ ତିଆରି ସେଥିରେ କୁଲି କାମ କରୁଛନ୍ତି ବାପା ମା

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଛି ୧୭ ବର୍ଷରୁ କମ୍‌ ଫିଫା ମହିଳା ଫୁଟବଲ ବିଶ୍ୱକପ୍। ଉଭୟ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଉ ସମ୍ମାନର କଥା। ଏଥିରେ ଭାରତୀୟ ଦଳ ଦୁଇଟି ମ୍ୟାଚ୍ ଖେଳି ସାରିଛି। ତେବେ ଦୁଇଟି ଯାକ ମ୍ୟାଚରେ ଭାରତୀୟ ମହିଳା ଦଳ ପରାସ୍ତ ହୋଇଛି। ଆୟାଜକ ଦେଶ ଭାବେ ଭାରତକୁ ଏହି ବିଶ୍ୱକପ୍‌ରେ ପ୍ରତମଥର ଖେଳିବାର ସୁଯୋଗ ମିଳିଛି। ଯଦିଓ ଏହା ଅନ୍ୟ ଦଳ ସହ ସମକକ୍ଷ ନୁହେଁ ତଥାପି ଟିମ୍‌ର ଖେଳାଳିମାନେ ପ୍ରାଣପଣେ ଚେଷ୍ଟା କରିଥିଲେ। ଏଇ ଭାରତୀୟ ଦଳର ଅଧିନାୟିକା ହେଉଛନ୍ତି ଅସ୍ତମ ଓରାଙ୍ଗ। ଉପାନ୍ତ ଓ ଦୁର୍ଗମ ଅଞ୍ଚଳରୁ ଆସିଥିବା ଝିଅଟି ଆଜି ନେତୃତ୍ୱ ନେଉଛନ୍ତି ଭାରତୀୟ ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଦଳର। ତେଣୁ ତାଙ୍କ ଗାଁ ଓ ପରିବାର ଲୋକ ଭାରି ଉତ୍ସାହୀ ଥିଲେ ଏହି ମ୍ୟାଚ୍‌ ଦେଖିବାକୁ । ହେଲେ ନାଁ ଗାଁରେ ବିଜୁଳି ଥିଲା ନା ଥିଲା ଟିଭି। ତେଣୁ ତାଙ୍କ ଜିଲ୍ଲାପାଳ ଅସ୍ତମଙ୍କ ଘର ପାଇଁ ଟିଭି ଓ ଇନଭର୍ଟର ମଧ୍ୟ ଯୋଗାଇ ଦେଇଥିଲେ। କାରଣ ଅସ୍ତମଙ୍କ ପରିବାର ଅତି ନିମ୍ନ ବର୍ଗର ଖୁବ୍‌ ଗରିବ।

Astam family
Astam family

ଆଉ ଗୋଟିଏ କଥା ଜାଣିଲେ ଆପଣମାନଙ୍କ ହୋସ୍‌ ଉଡ଼ିଯିବ। ଝିଅ ଅସ୍ତମ ଏତେ ବଡ଼ ଗୌରବର ଅଧିକାରୀ ହେବା ପରେ ତାଙ୍କ ନାଁରେ ସେ ଅଞ୍ଚଳରେ ରାସ୍ତା ତିଆରି ଚାଲିଛି। ଆଉ ଅତି ଦୁଃଖଦାୟକ କଥା ହେଉଛି, ସେହି ରାସ୍ତା କାମରେ କୁଲି ମଜୁରି କାମ କରୁଛନ୍ତି ଅସ୍ତମଙ୍କ ମା ବାପା । ଦିନକୁ ୩ ଶହ ଟଙ୍କା ପାଉଣାରେ ମଜୁରି ଖଟୁଛନ୍ତି । ମାତ୍ର ୩ ଶହ ଟଙ୍କା ପାଇଁ ମୁଣ୍ଡରେ ଇଟା, ବାଲି, ସିମେଣ୍ଟ ବୋହୁଛନ୍ତି। ଏମିତି ଦୁଃଖଦାୟକ ଜୀବନ ଯାତ୍ରା ଦେଖିବାକୁ ମିଳିଛି ଭାରତୀୟ ୧୭ ବର୍ଷରୁ କମ୍ ମହିଳା ଫୁଟବଲ ଦଳର ଅଧିନାୟିକା ଅସ୍ତମ ଓରାଁଙ୍କ କ୍ଷେତ୍ରରେ।
ଅସ୍ତମ ନିଜ ପ୍ରଭାବଶାଳୀ ଖେଳରେ କୋଟି କୋଟି କ୍ରୀଡ଼ାପ୍ରେମୀଙ୍କ ମନ ଜିତୁଛନ୍ତି ସତ କିନ୍ତୁ ଦୁଃଖର କଥା ହେଉଛି ରହୁଛନ୍ତି ଚାଳ ଛପର କୁଡ଼ିଆ ଘରେ । ମା’ ବାପାଙ୍କ ସହ ତିନି ଭଉଣୀ, ଭାଇ ଏବଂ ପରିବାରର ଅନ୍ୟ ସଦସ୍ୟାମାନେ ତାଙ୍କ ଖେଳ ଦେଖି ପାରୁ ନାହାନ୍ତି। କାରଣ ତାଙ୍କ ଘରେ ନା ଅଛି ଟିଭି ନା ହୋଇଛି ବିଦ୍ୟୁତ୍ ସଂଯୋଗ। ତେବେ ଲକ୍ଷ ଲକ୍ଷ ଝିଅଙ୍କ ପାଇଁ ପ୍ରେରଣା ପାଲଟିଥିବା ଅସ୍ତମଙ୍କ ଘର ହେଉଛି ଝାଡ଼ଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚିଠାରୁ ଦେଢ଼ ଶହ କିଲୋମିଟର୍ ଦୂରରେ ଥିବା ଗୁମଲା ଜିଲ୍ଲାରେ। ଏପରିକି ମାତ୍ର କିଛି ଦିନ ତଳେ ଅସ୍ତମଙ୍କ ଗାଁକୁ ଯିବା ଆସିବା ଲାଗି ପକ୍କା ରାସ୍ତାଟିଏ ମଧ୍ୟ ନଥିଲା। ନାନା ପ୍ରତିବନ୍ଧକ ସହ ଘୋର ଅର୍ଥାଭାବ ସତ୍ତ୍ବେ କଠିନ ପରିଶ୍ରମ, ନିରନ୍ତର ପ୍ରୟାସ ତଥା ଦୃଢ଼ ଏକାଗ୍ରତା ବଳରେ ଅସ୍ତମ ବିଶ୍ବକପ୍ ଭଳି ବୃହତ୍ ପ୍ରତିଯୋଗିତାରେ ଭାରତୀୟ ଦଳର ଅଧିନାୟିକା ପଦ ପାଇଛନ୍ତି। ଏହି ଖବର ଚର୍ଚ୍ଚାକୁ ଆସିବା ପରେ ତାଙ୍କ ଗାଁ’କୁ ଏବେ କଂକ୍ରିଟ୍ ସଡ଼କ ନିର୍ମାଣ ଚାଲିଛି। ଗାଁର ଅଧିକାଂଶ ବାସିନ୍ଦା ଏଥିରେ ଶ୍ରମିକ ଭାବେ କାମ କରୁଛନ୍ତି। କାରଣ ଅସ୍ତମଙ୍କ ଗାଁ ଛାଡ଼ନ୍ତୁ ଏହାର ଆଖପାଖକୁ ଏପର୍ଯ୍ୟନ୍ତ ବିକାଶ ମାଡ଼ିନି କି ଛୁଇଁନି। ଏମିତିକି ତାଙ୍କ ଗ୍ରାମକୁ ଯିବା ଆସିବା କରିବା ପାଇଁ ପକ୍କା ରାସ୍ତା ମଧ୍ୟ ନଥିଲା।
ଅନେକ ସଂଘର୍ଷ ପରେ ଯାଇ ସେ ବିଶ୍ଵକପ ଭଳି ବୃହତ୍ ପ୍ରତିଯୋଗିତାରେ ଭାରତୀୟ ଦଳର ଅଧିନାୟିକା ପଦ ପାଇଛନ୍ତି। ଏହି ଖବର ଚର୍ଚ୍ଚାକୁ ଆସିବା ପରେ ତାଙ୍କ ଗାଁ’କୁ ବର୍ତ୍ତମାନ କଂକ୍ରିଟ ସଡ଼କ ନିର୍ମାଣ ଚାଲିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗାଁର ଅନେକ ବାସିନ୍ଦା ଏଠାରେ ଶ୍ରମିକ ଭାବେ କାମ କରୁଛନ୍ତି। କାରଣ ଅସ୍ତମଙ୍କ ଗାଁ ପାଖରେ କୌଣସି ସୁବିଧା ନାହିଁ ଓ ଏଠାକୁ କୌଣସି ବିକାଶ ମଧ୍ୟ ଏପର୍ଯ୍ୟନ୍ତ ଛୁଇଁନି। ତେଣୁ ଗାଁର ଲୋକ ହିଁ ସବୁ କାମ କରୁଛନ୍ତି ।
ବିଷ୍ଣୁପୁର ବ୍ଲକ୍ର ଅତି ମଫସଲ ଗାଁ ଗୋରାତୋଲାରେ ବଡ଼ ହୋଇଛନ୍ତି ଅସ୍ତମ। ସେ ଏହିଠାରେ ହିଁ ରୁହନ୍ତି ତାଙ୍କ ପରିବାର ସହିତ। ପିଲାଟି ଦିନରୁ ଜଣେ ଭଲ ଫୁଟବଲ ଖେଳାଳି ହେବାକୁ ଇଚ୍ଛା ରଖିଥିଲେ। ଯେତେ ଅର୍ଥାଭାବ ଥିଲେ କି ସମସ୍ୟା ଆସିଲେ ମଧ୍ୟ ସେ ପଛ ଘୁଂଚା ଦେଇ ନାହାନ୍ତି। ତାଙ୍କ ମା’ ବାପା କୁହନ୍ତି ଆମ ଝିଅ ଏଇ ପାହାଡ ପର୍ବତର ପବନ ସହିତ ଓ ଏଠିକାର ପାଣି ପିଇ ଏହି ଜାଗାର ଖାଦ୍ୟ ଖାଇ ଟାଣ ହୋଇଛି ।
ଅସ୍ତମଙ୍କ ମା’ ତାରା ଦେବୀ ଏବଂ ବାପା ହୀରାଲାଲ ଉଭୟ ଦିନ ମଜୁରିଆ। ଏମିତିକି ଅଧିକାଂଶ ସମୟ ନିଜ ଚାଷ ଜମିରେ କାମ କରନ୍ତି ଓ ସମୟ ମିଳିଲେ ମନରେଗା ଯୋଜନା ଅଧୀନରେ ମୂଲ ଲାଗନ୍ତି । ଅତ୍ୟନ୍ତ ଗରିବ ହୋଇଥିବାରୁ ବହୁ କଷ୍ଟରେ ନିଜ ପେଟ କାଟି ଅସ୍ତମଙ୍କ ସହ ଚାରି ଝିଅ ଓ ପୁଅକୁ ବଢ଼ାଇଛନ୍ତି ବାପା ମା। ଦିନକୁ ପ୍ରାୟ ୧୦ରୁ ୧୨ ଘଣ୍ଟା କଠିନ ପରିଶ୍ରମ କରି ଅସ୍ତମଙ୍କୁ ଫୁଟ୍ବଲ୍ ଉପକରଣ ଯୋଗାଇବା ସହ ତାଙ୍କୁ ଭାରତୀୟ ଦଳରେ ପହଞ୍ଚାଇଛନ୍ତି। ଅସ୍ତମ ହେଉଛନ୍ତି ତାଙ୍କ ଗ୍ରାମର ପ୍ରଥମ ମହିଳା ଯିଏ ଫୁଟବଲ୍ ବିଶ୍ଵକପ ପାଇଁ ମନୋନୀତ ହୋଇଥିଲେ।
ତେବେ ନିଜେ ଅଧାପେଟ ଖାଇ ନିଜ ଝିଅକୁ ସୁବିଧା ସୁଯୋଗ ଦେଇଛନ୍ତି ତାଙ୍କ ମା’ ବାପା। ଅସ୍ତମ ଭାରତୀୟ ଦଳର ଅଧିନାୟିକା ନିଯୁକ୍ତ ହେବା ପରେ ଯାଇ ଝାଡ଼ଖଣ୍ଡ ସରକାରଙ୍କ ନଜର ଏହି ଗରିବ ପରିବାର ଉପରେ ପଡ଼ିଛି। ଏମିତିକି ଅସ୍ତମଙ୍କ ଗାଁକୁ ତୁରନ୍ତ ସଡ଼କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। କିନ୍ତୁ ଆଉ ଏକ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ସେହି ସଡ଼କରେ ଅସ୍ତମଙ୍କ ବାପା ମା’ ହୀରାଲାଲ ଓ ତାରାଦେବୀ କାମ କରୁଛନ୍ତି। ଯାହାର ଦୃଶ୍ୟ ଏବେ ସମଗ୍ର ଭାରତ ବର୍ଷକୁ ଦୋହଲାଇ ଦେଇଛି।

ତେବେ ଏନେଇ ଖବର ପ୍ରକାଶ ପାଇବା ପରେ ଗୁମ୍ଲା ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବାର ପାଇଁ ଅସ୍ତମଙ୍କ ଖେଳ ଦେଖିବାର ବ୍ୟବସ୍ଥା କରାଯାଇଛି। କହିବାକୁ ଗଲେ ଖାସ କରି ଲୋକନିନ୍ଦା ଓ ସମାଲୋଚନାରୁ ବଞ୍ଚିବା ପାଇଁ ତରବରରେ ଏକ ୪୩ ଇଞ୍ଚ ଟେଲିଭିଜନ୍ ସହ ଇନଭର୍ଟର୍ ଏବଂ କିଛି ଚେୟାର ଯୋଗାଇ ଦିଆଯାଇଛି ତାଙ୍କ ପରିବାରକୁ। ଏହାକୁ ପାଇ ହୀରାଲାଲ, ତାରା ଦେବୀ ଏବଂ ସମସ୍ତ ପରିବାର ଖୁସିରେ ଭାବବିହ୍ବଳ ହୋଇଯାଇଥିଲେ। ଝିଅ ପାଇଁ ଗାଁକୁ ସଡ଼କ ନିର୍ମାଣ ହେଉଥିବାରୁ ସମସ୍ତେ ବେଶ୍ ଗର୍ବ ଅନୁଭବ କରୁଛନ୍ତି।

ଏହି ସଡ଼କ ନିର୍ମାଣରେ ଅସ୍ତମଙ୍କ ମା’-ବାପା ମଜୁରିଆ କାମ କରୁଥିବା କଥା କିନ୍ତୁ ଗୁମ୍ଲା ପ୍ରଶାସନ ଜାଣିନି। ଏଣୁ ଆଗାମୀ ସମୟରେ ଅସ୍ତମଙ୍କ ପରିବାରର ଆର୍ଥିକ ସ୍ଥିତି ସୁଧାରିବା ଲାଗି ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି। ଏମିତିକି ଆଗକୁ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ଅସ୍ତମଙ୍କ ଗାଁ ପାଖରେ ଏକ ଷ୍ଟାଡିୟମ୍ ନିର୍ମାଣ କରାଯିବ ବୋଲି ଝାଡ଼ଖଣ୍ଡ ସରକାର ଘୋଷଣା କରିଛନ୍ତି। ଯାହାର ନାଁ ମଧ୍ୟ ଅସ୍ତମଙ୍କ ନାମରେ ନାମିତ ହେବ ।

Astam
Astam

ଟେଲିଭିଜନ୍‌ରେ ଝିଅକୁ ଖେଳୁଥିବାର ଦେଖି ପରିବାର ଲୋକ ଖୁବ୍ ଖୁସି ଅଛନ୍ତି। ଅସ୍ତମଙ୍କ ଆଉ ଜଣେ ଭଉଣୀ ମଧ୍ୟ ଫୁଟ୍ବଲ୍ ଖେଳୁଛନ୍ତି। ତାଙ୍କ ବାପା ହୀରାଲାଲ ନିଜ ସମୟରେ ଜଣେ ଜିଲ୍ଲା ସ୍ତରୀୟ ଫୁଟ୍ବଲ୍ ଖେଳାଳି ଥିଲେ। ହେଲେ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଆଗକୁ ବଢ଼ି ପାରି ନଥିଲେ। ଏବେ ଝିଅର ସଫଳତାରେ ସେ ନିଜ ସ୍ବପ୍ନ ପୂରଣ ହେଉଥିବା ଦେଖୁଛନ୍ତି । ଆଉ ଏକ ବଡ଼ କଥା ହେଲା ଭୁବନେଶ୍ବରରେ ବିଶ୍ବକପ୍ ଖେଳୁଥିବା ଭାରତୀୟ ଦଳରେ ଅସ୍ତମଙ୍କ ସମେତ ଝାଡ଼ଖଣ୍ଡର ୬ ଜଣ ଝିଅ ସାମିଲ ଅଛନ୍ତି। ଭାରତୀୟ ଦଳର ଅନ୍ୟତମ ସଦସ୍ୟା ସୁଧା ଅଙ୍କିତା ତିର୍କି ମଧ୍ୟ ଗୁମ୍ଲା ଜିଲ୍ଲାର ବାସିନ୍ଦା।

ଛୋଟ ପାଦରେ ଦୁନିଆ ଜିତିବାର ସ୍ବପ୍ନକୁ ଆଗେଇ ନେଉଛନ୍ତି ଅସ୍ତମ । ତାଙ୍କ ଗାଁ’କୁ ରାସ୍ତା ତିଆରି ହେବା ସହ ପରିବାରକୁ ଟେଲିଭଜିନ୍ ସେଟ୍ ମିଳିବା ଖବର ଶୁଣି ବେଶ୍ ଖୁସି ଅଛନ୍ତି। ସେ କହିଛନ୍ତି ‘‘ମୋ ପରିବାର ଲୋକ ଏବେ ଭାରି ଖୁସି । ସବୁବେଳେ ଭଲ ଖେଳିବାକୁ ସେମାନେ ମୋତେ ପରାମର୍ଶ ଓ ପ୍ରେରଣା ଦେଉଛନ୍ତି। କାରଣ ମୁଁ ହେଉଛି ଭାରତୀୟ ଦଳର ଅଧିନାୟିକା। ମୋ ନାଁରେ ଗାଁ ରାସ୍ତା ନିର୍ମାଣ ହେଉଥିବାରୁ ବହୁତ ଭଲ ଲାଗୁଛି। ଗାଁର ଟେକ ରଖିଥିବାରୁ ମୋତେ ଗର୍ବ ଲାଗୁଛି ବୋଲି ଅସ୍ତମ କହିଛନ୍ତି ।
ଏକଥା ସତ ଯେ ଫୁଟବଲ୍‌ ବିଶ୍ୱର ସବୁଠାରୁ ଅଧିକ ଲୋକପ୍ରିୟ ଖେଳ ହୋଇଥିଲେ ମଧ୍ୟ ଭାରତ ଅପେକ୍ଷା ଅନ୍ୟ ଦେଶରେ ଏହି ଖେଳକୁ ଅଧିକ ପ୍ରୋତ୍ସାହନ ଦିଆ ଯାଉଛି। କିନ୍ତୁ ଆମ ଦେଶରେ ସେଭଳି କୌଣସି ସୁବିଧା ଖେଳାଳିଙ୍କୁ ମିଳୁନି। ବିନା ପ୍ରୋତ୍ସାହନରେ ଅସ୍ତମଙ୍କ ଭଳି ଖେଳାଳି ଯଦି ବିଶ୍ୱ କପ୍‌ ଖେଳି ପାରୁଛନ୍ତି ତେବେ ଟିକିଏ ସହଯୋଗ କିଳିଲେ ଏମାନେ କିଭଳି କମାଲ କରି ପାରିବେ ଏଥିରୁ ବୁଝି ନିଅନ୍ତୁ । ସେଥିପାଇଁ ଆଜି ଅସ୍ତମ ମଧ୍ୟ ସଂଘର୍ଷ କରୁଛନ୍ତି। ହେଲେ ତାଙ୍କ ଯୋଗୁଁ ଆଜି ତାଙ୍କ ଅଞ୍ଚଳର ଗୌରବ ବଢ଼ିଛି ଓ ସେହି ଜାଗାରେ ବିକାଶର ଧାରା ପହଞ୍ଚୁଛି । ଏଥିରୁ ଅନ୍ୟମାନେ ଅନେକ ପ୍ରେରଣା ନେଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.