ଫିପା ବିଶ୍ୱକପ୍‌ ୨୦୨୨ ପାଇଁ ଖେଳସୂଚୀ ଜାରି, ନଭେମ୍ବର ୨୧ରେ ଉଦ୍‌ଘାଟନୀ ମ୍ୟାଚ

କାତାରରେ ହେବାକୁ ଥିବା ୨୦୨୨ ଫିଫା ବିଶ୍ୱକପ୍ ମ୍ୟାଚସୂଚୀ ଜାରି କରାଯାଇଛି। ଟୁର୍ଣ୍ଣାମେଣ୍ଟ ନଭେମ୍ବର ୨୧ରୁ ଆରମ୍ଭ ହୋଇ ଡିସେମ୍ବର ୧୮ ତାରିଖରେ ଶେଷ ହେବ । ୨୧ ନଭେମ୍ବରେ ୬୦ ହଜାର ଦର୍ଶକ କ୍ଷମତା ରଖୁଥିବା ଅଲବାୟତ ଷ୍ଟାଡିୟମରେ ମ୍ୟାଚ ଉଦ୍‌ଘାଟନ କରାଯିବ। ଏହାସହିତ ଫାଇନାଲ ମ୍ୟାଚ ୮୦ ହଜାର ଦର୍ଶକ କ୍ଷମତା ରଖୁଥିବା ଲୁସେଲ ଷ୍ଟାଡିୟମରେ ହେବ।କାତାରରେ ଏହା ସବୁଠୁ ବଡ଼ ଫୁଟବଲ୍ ଷ୍ଟାଡିୟମ ।

ପ୍ରଥମ ଥର ପାଇଁ ଆରବ ଦେଶରେ ଫୁଟବଲ ବିଶ୍ୱକପ୍‌ ମ୍ୟାଚ ହେବ। ୩୨ଟି ଦଳକୁ ନେଇ ୫ଟି ସହରର ୮ଟି ଷ୍ଟାଡିୟମରେ ମ୍ୟାଚ୍ ଆୟୋଜିତ ହେବ । ଗ୍ରୁପ୍ ପର୍ଯ୍ୟାୟରେ ପ୍ରତିଦିନ ୪ଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ନଭେମ୍ବର ୨୧ରୁ ଗ୍ରୁପ୍ ପର୍ଯ୍ୟାୟ ଆରମ୍ଭ ହୋଇ ଡିସେମ୍ବର ୨ ତାରିଖରେ ଶେଷ ହେବ । ଡିସେମ୍ବର ୩ ତାରିଖରୁ ରାଉଣ୍ଡ ୧୬ ଆରମ୍ଭ ହେବ । ଡିସେ ମ୍ବର ୭ ଓ ୮ ତାରିଖ ଦୁଇ ଦିନ ବିଶ୍ରାମ ଦିବସ । ଏହାପରେ ଡିସେମ୍ବର ୯ ଓ ୧୦ ତାରିଖରେ କ୍ୱାର୍ଟର ଫାଇନାଲ ଏବଂ ୧୧ ଓ ୧୨ ତାରିଖ ବିଶ୍ରାମ ପରେ ୧୩ ଓ ୧୪ ତାରିଖରେ ସେମି ଫାଇନାଲ୍ ଖେଳାଯିବ ।

ଫିଫାର ଟୁର୍ଣ୍ଣାମେଣ୍ଟ ଓ ଇଭେଣ୍ଟ ଅଫିସର କଲିନ ସ୍ମିଥ୍ କହିଛନ୍ତି, ବିଶ୍ୱକପ୍ ହେଉଛି ଫୁଟବଲରେ ଏକ ବିରାଟ ଉତ୍ସବ । ସେହି ପ୍ରଶଂସକମାନେ ପ୍ରକୃତରେ ସେଲିବ୍ରେସନ କରନ୍ତି ଯେଉଁମାନେ ଷ୍ଟାଡିୟମକୁ ଆସି ମ୍ୟାଚ୍ ଦେଖିଥାନ୍ତି । ଆଶା କରୁଛୁ କାତାରରେ ଏକ ନୂଆ ପରିବେଶରେ କେବଳ ୩୨ଟି ଦଳର ନୁହଁ ବରଂ ସାରା ବିଶ୍ୱର ପ୍ରଶଂସକ ଆସି ଏହି ବିରାଟ ଉତ୍ସବରେ ସାମିଲ ହେବେ ।’

Leave A Reply

Your email address will not be published.