ଫିଫା ଫାଇନାଲ ପୂର୍ବରୁ ଆର୍ଜେଣ୍ଟିନାଙ୍କୁ ବଡ଼ ଝଟକା, ଟିମର ଷ୍ଟାର ଖେଳାଳି ମେସି ଆହତ

ଫିଫା ବିଶ୍ୱକପ ୨୦୨୨ ଫାଇନାଲ ମ୍ୟାଚ ପୂର୍ବରୁ ଆର୍ଜେଣ୍ଟିନାକୁ ବଡ ଝଟକା ଲାଗିଛି । ଫାଇନାଲ ମ୍ୟାଚ୍‌ ପୂର୍ବରୁ ଆହତ ହୋଇଛନ୍ତି ଲିୟୋନେଲ ମେସି । ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ୧୮ ଡିସେମ୍ବରରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ସେମି ଫାଇନାଲରେ କ୍ରୋଏସିଆ ବିପକ୍ଷରେ ମ୍ୟାଚ୍‌ ଖେଳିବା ସମୟରେ ମେସି ହେମଷ୍ଟ୍ରିଂକୁ ନେଇ ଚିନ୍ତିତ ଥିବା ନଜର ଆସିଥିଲେ। ଆଉ ଏଥିପାଇଁ ଗୁରୁବାର ଟ୍ରେନିଂରେ ମଇଦାନକୁ ଆସିନଥିଲେ ମେସି। ଏହା ବିଷୟରେ ଫ୍ୟାନ୍ସ ଖବର ପାଇବା ପରେ ମେସି ଫାଇନାଲ ମ୍ୟାଚ ଖେଳିବେ କି ନାହିଁ ଏହାକୁ ନେଇ ଚିନ୍ତାରେ ରହିଛନ୍ତି ।

ଆର୍ଜେଣ୍ଟିନା ଫିଫା ବିଶ୍ୱକପ ସେମିରେ କ୍ରୋଏସିଆକୁ ୩-୦ ଗୋଲରେ ହରାଇଛି। ଏହି ମ୍ୟାଚରେ ୩୫ ବର୍ଷୀୟ ମେସିଙ୍କର ମାଂସପେଶୀ ଆଘାତ ଲାଗିଥିବାର ନଜର ଆସିଥିଲେ। ମ୍ୟାଚ୍‌ ଚାଲିଥିବା ସମୟରେ ଏମିତି ସମସ୍ୟା ହୋଇଥିଲା। ଆଉ ଖାସ୍‌ ଏଥିପାଇଁ ଗୁରୁବାର ଦିନ ଟିମ୍‌ ସହିତ ଟ୍ରେନିଂ କରିନଥିଲେ ମେସି। କେବଳ ମେସି ନୁହେଁ ଟିମର ଅନ୍ୟ ଖେଳାଳିଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଥିଲା।

ଏକ ରିପୋର୍ଟ ମୁତାବକ, ମେସି ମାଂସପେଶର ଆଘାତ ଯୋଗୁଁ ଚିନ୍ତାରେ ରହିଛନ୍ତି। ଫାଇନାଲରେ ମେସି ଖେଳିବେ କି ନାହିଁ ତାହାକୁ ନେଇ ଏପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ। ଏହାକୁ ନେଇ ଫ୍ୟାନ୍ସ କେବଳ ଆକଳନ କରୁଛନ୍ତି। ମେସି ଯଦି ଫାଇନାଲ ମ୍ୟାଚ୍‌ ନ ଖେଳନ୍ତି, ତେବେ ଆର୍ଜେଣ୍ଟିନା ପାଇଁ ବିପଦ ଆସିପାରେ ।ଆଉ ଫ୍ୟାନ୍ସ ମଧ୍ୟ ମେସିଙ୍କୁ ମିସ୍‌ କରିବେ ।

୧୮ ତାରିଖରେ ଆର୍ଜେଣ୍ଟିନା ସହ ଟାଇଟଲ୍‌ ପାଇଁ ଲଢ଼ିବ । ଗତକାଲି ଦ୍ୱିତୀୟ ସେମିରେ ମରକ୍କୋକୁ ୨-୦ରେ ପରାସ୍ତ କରିଥିଲା । ଚତୁର୍ଥ ଥର ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ମରକ୍କୋ ପ୍ରଥମ ଦକ୍ଷିଣ ଆଫ୍ରିକୀୟ ଦେଶ ଭାବରେ ଫିଫା ବିଶ୍ୱକପ୍‌ ଖେଳି ଇତିହାସ ରଚିଛି । ୧୮ ତାରିଖରେ ଲଗାତାର ଦ୍ୱିତୀୟ ଥର ବିଶ୍ୱକପ୍‌ ଟ୍ରଫି ପାଇଁ ଆର୍ଜେଣ୍ଟିନା ସହ ଲଢ଼ିବ ଫ୍ରାନ୍ସ । ଶନିବାର ତୃତୀୟ ସ୍ଥାନ ପାଇଁ ଲଢ଼ିବେ କ୍ରୋଏସିଆ ଓ ମରକ୍କୋ ।

Leave A Reply

Your email address will not be published.