କିଏ ଜିତିବ ଫିଫା ବିଶ୍ୱକପ? କଇଁଛ କରିଛି ଭବିଷ୍ୟବାଣୀ; ଜାଣନ୍ତୁ…

ଆଜି ଫିଫା ବିଶ୍ୱକପ ଫାଇନାଲ । ଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନାକୁ ଭେଟିବ ଫ୍ରାନ୍ସ । ଏହାରି ଭିତରେ ଫିଫା ବିଶ୍ୱକପର ଟାଇଟଲ ବିଜେତା କିଏ ହେବ ? ତାହାକୁ ନେଇ ଅନେକ ପ୍ରେଡିକସନ ତଥା ଭବିଷ୍ୟବାଣୀ ସାମନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଫିଫା ବିଶ୍ୱକପକୁ ନେଇ କଇଁଛ କରିଛି ଭବିଷ୍ୟବାଣୀ । ଏହାସହ କୁକୁର, ବିଲେଇ ଓ ମାଛ ବି କରିଛନ୍ତି ବିଶ୍ୱକପକୁ ନେଇ ଭବିଷ୍ୟବାଣୀ । ଆସନ୍ତୁ ଜାଣିବା…

ଉଭୟ ଫ୍ରାନ୍ସ ଓ ଆର୍ଜେଣ୍ଟିନା ଦୁଇ ଦୁଇ ଥର ବିଶ୍ୱକପ ଟାଇଟଲ ହାତେଇ ଥିବା ବେଳେ ୩ ଥର ଫାଇନାଲ ପାଇଁ ଲଢେଇ କରିଛି ଆର୍ଜେଣ୍ଟିନା । ଗତଥରର ଫିଫା ବିଶ୍ୱକପ ଟାଇଟଲ ବିଜେତା ଫ୍ରାନ୍ସ ଏଥର ବି ସ୍ଥିତି ବଜାଏ ରଖିବ କି, ତାହା ଉପରେ ରହିଛି ସମସ୍ତଙ୍କ ନଜର । କଇଁଛ କରିଥିବା ଭବିଷ୍ୟବାଣୀ କିନ୍ତୁ ଅଲଗା କଥା କହିଛି ।

ଅନେକ ଜୀବ କରିଥିବା ପ୍ରେଡିକସନ ଅନୁଯାୟୀ, ଏଥର ଆର୍ଜେଣ୍ଟିନା ଫିଫା ବିଶ୍ୱକପ ଟାଇଟଲ ବିଜେତା ହେବାକୁ ଯାଉଛି । ୟ୍ୟୁଟୁବରେ ଭାଇରାଲ ହେଉଥିବା ଆଉ ଏକ ଭିଡ଼ିଓରେ କଇଁଛ ଆର୍ଜେଣ୍ଟିନାକୁ ନିଜ ପସନ୍ଦର ଟିମ୍ ଦର୍ଶାଉଥିବା ଦେଖିବାକୁ ମିଳିଛି । ଯଦି ଆର୍ଜେଣ୍ଟିନା ଏଥର ଫିଫା ଫାଇନାଲ ଜିତେ, ତା’ ହେଲେ ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ଟାଇଟଲ ବିଜେତା ହେବାକୁ ଯାଉଛି ଦଳ । ପୂର୍ବରୁ ୧୯୭୮ ଏବଂ ୧୯୮୬ରେ ଟାଇଟଲ ହାତେଇଛି ଆର୍ଜେଣ୍ଟିନା ।

ଏବେ ଦେଖିବାର ବାକି ରହିଲା କିଏ ହାତାଉଛି ଫିଫା ବିଶ୍ୱକପ ଫାଇନାଲ ଟାଇଟଲ । ଯେଉଁ ଦଳ ବି ବିଜେତା ହେବ, ତୃତୀୟ ଥର ପାଇଁ ଟାଇଟଲ ହାତେଇବ । ତେବେ ଆର୍ଜେଣ୍ଟିନା ଟାଇଟଲ ହାତେଇବା ନେଇ ପ୍ରେଡିକସନ କହୁଛି ।

video courtesy: Animal ASMR

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.