ଆଜିଠାରୁ ଫିଫା ବଶ୍ୱକପରେ ସୁପର-୧୬ ଲଢ଼େଇ, ବିଶ୍ୱକପରୁ ବିଦା ହେଲା ୪ଥର ଚାମ୍ପିଅନ ଜର୍ମାନୀ

କେନ୍ୟୁଜ୍ ବ୍ୟୁରୋ: କତାରରେ ଚାଲିଥିବା ଫିଫା ବିଶ୍ୱକପ ୨୦୨୨ରେ ଆଜିଠାରୁ ଆରମ୍ଭ ହେଉଛି ଟପ୍ ୧୬ ଲଢ଼େଇ । ବିଶ୍ୱକପରେ ଭାଗ ନେଇଥିବା ମୋଟ ୩୨ ଟି ଟିମ୍ରୁ ୧୬ଟି ଟିମ୍ ନକ୍ଆଉଟ୍ରେ ପ୍ରବେଶ କରିଛନ୍ତି । ଏଥର ଗ୍ରୁପ୍ ଷ୍ଟେଜ୍ରୁ ୪ଥରର ଚାମ୍ପିଅନ ଟିମ୍ ଜର୍ମାନୀ ଏବଂ ବିଶ୍ୱମାନ୍ୟତାର ୨ୟ ସ୍ଥାନରେ ଥିବା ବେଲଜିୟମ ବିଦାୟ ନେଇଛି । ଏହି ଟିମ୍ମାନଙ୍କ ମଧ୍ୟରୁ ଫ୍ରାନ୍ସ ପ୍ରଥମେ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା । ତା ପରେ ପରେ ବାକି ୧୫ ଟିମ୍ ଆଗାମୀ ରାଉଣ୍ଡରେ ନିଜର ସ୍ଥାନ ପକ୍କା କରିଥିଲେ ।
ଏହି ଟିମ୍ ମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଫ୍ରାନ୍ସ, ବ୍ରାଜିଲ, ପର୍ତ୍ତୁଗାଲ, ନେଦରଲାଣ୍ଡସ, ସେନେଗାଲ, ୟୁଏସ୍ଏ, ଇଂଲଣ୍ଡ, ଆର୍ଜେଣ୍ଟିନା, ପୋଲାଣ୍ଡ, ସ୍ୱିଜରଲାଣ୍ଡ, କ୍ରୋଏସିଆ, ମରକ୍କୋ, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଏବଂ ସ୍ପେନ୍ ।
ଏଏଫ୍ସିର ୩ଟି ଟିମ୍ ପ୍ରି-କ୍ୱାର୍ଟରରେ :
ବିଶ୍ୱକପ ଇତିହାସରେ ପ୍ରଥମ ଥର ଏସିଆନ (ଏଏଫ୍ସି) ରୁ ୩ଟି ଟିମ୍ ନକ୍ଆଉଟ୍ରେ ପ୍ରବେଶ କରିଛନ୍ତି । ଏହି ୩ଟି ଟିମ୍ରେ ସାମିଲ ଅଛନ୍ତି ଜାପାନ, ସାଉଥ କୋରିଆ ଏବଂ ଅଷ୍ଟ୍ରେଲିଆ । ୟୁଏସ୍ଏ ବି ଶେଷ ମୁହୂର୍ତ୍ତରେ ପ୍ରି-କ୍ୱାର୍ଟରରେ ନିଜର ସ୍ଥାନ ପକ୍କା କରି ଦର୍ଶକଙ୍କୁ ଚକିତ କରିଛି । ବିଶ୍ୱକପରେ ସାଉଦି ଆରବର ପ୍ରଦର୍ଶନ ଭଲ ରହଥିବା ବେଳେ ସେ ନକ୍ ଆଉଟ୍ରୁ ବାଦ ପଡ଼ିଛନ୍ତି । ସାଉଦି ଆରବ ଲିଓନେଲ ମେସିଙ୍କର ଆର୍ଜେଣ୍ଟିନାକୁ ଗ୍ରୁପ୍ ଷ୍ଟେଜ୍ରେ ଧୂଳି ଚଟାଇ ଥିଲା ବେଳେ ପ୍ରାରମ୍ଭିକ ମ୍ୟାଚ୍ରୁ ଲଗାତାର ହାରିବା ଫଳରେ ନିଜର ସ୍ଥାନ ବନାଇ ପାରି ନଥିଲା ।
ଫାଇନାଲରେ ମୁହାଁ ମୁହିଁ ହୋଇ ପାରନ୍ତି ମେସି-ରୋନାଲ୍ଡ :
ପ୍ରଶଂସକଙ୍କ ମଧ୍ୟରେ ଏହି ଦୁଇ ଷ୍ଟାର ଫୁଟବଲ ଖେଳାଳିଙ୍କ ଖେଳ ଦେଖିବା ପାଇଁ ଉତ୍ସାହିତ ଥିବେ । ଯଦି ଫାଇନାଲରେ ଲିଓନେଲ ମେସି ଏବଂ କ୍ରିଷ୍ଟିୟାନୋ ରୋନାଲ୍ଡୋ ପରସ୍ପରକୁ ଭେଟିବେ ତେବେ ଟକ୍କର ଜୋରଦାର ହେବ ଏବଂ ମ୍ୟାଚ୍ ବହୁତ ଉତ୍କଣ୍ଠାପୂର୍ଣ୍ଣ ହେବ । ଯଦି ପ୍ରି-କ୍ୱାର୍ଟର ପାଇନାଲରେ ରୋନାଲ୍ଡୋଙ୍କର ଟିମ୍ ସ୍ୱିଜରଲାଣ୍ଡକୁ ହରାଇ ଦିଏ ତେବେ ସୁପର ୮ର ମ୍ୟାଚ୍ରେ ସ୍ପେନ ଏବଂ ମରକ୍କୋ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ରେ ବିଜେତାଙ୍କ ଭିତରେ ହେବ । ଅନ୍ୟ ପଟରେ ଯଦି ଲିଓନେଲ ମେସିଙ୍କ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ଜିତି ଯାଏ ତେବେ କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡସ ଏବଂ ୟୁଏସ୍ଏ ଭିତାରେ ହେବାକୁ ଥିବା ମ୍ୟାଚ୍ରେ ମ୍ୟାଚ୍ର ଓ୍ଵିନରଙ୍କ ସହିତ ହେବ ।
ପ୍ରି-କ୍ୱାର୍ଟର ଫାଇନାଲ ସୂଚୀ (ଭାରତୀୟ ସମୟ ଅନୁସାରେ):
• ୩ ଡିସେମ୍ବର- ନେଦରଲାଣ୍ଡସ ବନାମ ୟୁଏସ୍ଏ ( ରାତି ୮.୩୦)
• ୪ ଡିସେମ୍ବର- ଆର୍ଜେଣ୍ଟିନା ବନାମ ଅଷ୍ଟ୍ରେଲିଆ, (ରାତି ୧୨.୩୦)
• ୪ ଡିସେମ୍ବର – ଫ୍ରାନ୍ସ ବନାମ ପୋଲାଣ୍ଡ, (ରାତି ୮.୩୦)
• ୫ଡିସେମ୍ବର- ଇଂଲଣ୍ଡ ବନାମ ସେନେଗାଲ, (ରାତି ୧୨.୩୦)
• ୫ ଡିସେମ୍ବର- ଜାପାନ ବନାମ କ୍ରୋଏସିଆ , ( ରାତି ୮.୩୦)
• ୬ ଡିସେମ୍ବର- ବ୍ରାଜିଲ ବନାମ ଦକ୍ଷିଣ କୋରିଆ, (ରାତି ୧୨.୩୦)
• ୬ ଡିସେମ୍ବର- ମରକ୍କୋ ବନାମ ସ୍ପେନ, (ରାତି ୮.୩୦)
• ୭ ଡିସେମ୍ବର- ପର୍ତ୍ତୁଗାଲ ବନାମ ସ୍ୱିଜରଲାଣ୍ଡ, (ରାତି ୧୨.୩୦)