ଫିଫା ବିଶ୍ୱକପ: ଚତୁର୍ଥ କ୍ୱାର୍ଟର ଫାଇନାଲରେ ପରସ୍ପରକୁ ଭେଟିବେ ଫ୍ରାନ୍ସ ଓ ଇଂଲଣ୍ଡ

କତାର ଫିଫା ବିଶ୍ୱକପ୍‌ର ଚତୁର୍ଥ କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ଫ୍ରାନ୍ସ ଓ ଇଂଲଣ୍ଡ । କ୍ୱାର୍ଟର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ୍‌ ଫ୍ରାନ୍ସ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ । ରାଉଣ୍ଡ ୧୬ ମୁକାବିଲାରେ ଫ୍ରାନ୍ସ ୩-୧ ଗୋଲରେ ପୋଲାଣ୍ଡକୁ ପରାସ୍ତ କରିଥିଲା । କିଲିଆନ୍‌ ଏମବାପେ ଡବଲ ଗୋଲ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମ୍ୟାଚର ଶେଷ ୪୪ ମିନିଟରେ ଗୋଲ୍‌ ଖାତା ଖୋଲିଥିଲା ଫ୍ରାନ୍ସ ।

ସେହିପରି ଅନ୍ୟ ଏକ ମ୍ୟାଚରେ ଇଂଲଣ୍ଡ ୩-୦ ଗୋଲରେ ସେନେଗାଲକୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଦଳ ପକ୍ଷରୁ ଜୋର୍ଡାନ ହେଡେରସନ୍‌, କ୍ୟାରୀ କେନ୍‌ ଓ ବୁକାୟୋ ସାକା ଗୋଲ୍‌ କରିଥିଲେ । ଫିଲ ଫୋଡେନ୍‌ ୨ଟି ଗୋଲରେ ସହାୟତା କରିଥିଲେ । ପୂର୍ବରୁ ନେଦରଲାଣ୍ଡସ୍‌ ଓ ଆର୍ଜେଣ୍ଟିନା କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ସାରିଛନ୍ତି ।

Leave A Reply

Your email address will not be published.