ଫିଫା ବିଶ୍ୱକପ୍ ସେମିଫାଇନାଲରେ ଫ୍ରାନ୍ସ

France winନୂଆଦିଲ୍ଲୀ: ଫିଫା ବିଶ୍ୱକପ୍‌ ସେମିଫାଇନାଲରେ ଫ୍ରାନ୍ସ। ସେମିଫାଇନାଲରେ ଫ୍ରାନ୍ସର ମୁକାବିଲା ହେବ ବେଲଜିୟମ୍‌ ସହିତ। କ୍ୱାର୍ଟର ଫାଇନାଲରେ ଉରୁଗୁଏକୁ ୨-୦ ଗୋଲରେ ପରାସ୍ତ କରି ଷଷ୍ଠ ଥର ପାଇଁ ସେମିରେ ପ୍ରବେଶ କରିଛି ଫ୍ରାନ୍ସ। ପୂରା ପ୍ରଧାନ୍ୟ ବିସ୍ତାର କରି ଉରୁଗୁଏର ଶକ୍ତିଶାଳୀ ରକ୍ଷଣଭାଗକୁ ଭେଦ କରିଥିଲା ଫ୍ରାନ୍ସ। ଖେଳର ୪୦ତମ ମିନିଟରେ ଦଳ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ ରାଫେଲ ଭାନ୍ନେ।

france ସେହିପରି ୬୧ ମିନିଟରେ ଆଣ୍ଟୋଇନି ଗ୍ରିଜମ୍ୟାନ୍‌ ଆଉ ଏକ ଗୋଲ ଦେଇ ଦଳକୁ ସେମିରେ ପହଞ୍ଚାଇବାକୁ ରାସ୍ତା ପକ୍କା କରିଥିଲେ। ମ୍ୟାଚରେ କାଭାନୀଙ୍କ ଅନୁପସ୍ଥିତି ଉରୁଗୁଏ ଟିମ ଉପରେ ପ୍ରଭାବ ପକାଇଥିଲା। ୧୯୯୮ ମସିହାରେ ଫ୍ରାନ୍ସ ଚାମ୍ପିଅନ ହୋଇଥିବା ବେଳେ ୨୦୦୬ରେ ରନର୍ସ ଅପ ହୋଇଥିଲା।

 

Leave A Reply

Your email address will not be published.