ଆଜିଠାରୁ ଫିଫା ବିଶ୍ୱକପରେ କ୍ୱାର୍ଟର ଫାଇନାଲ ଲଢେଇ

fifa ନୂଆଦିଲ୍ଲୀ: ଫିଫା ବିଶ୍ୱକପରେ ଆଜିଠାରୁ କ୍ୱାର୍ଟର ଫାଇନାଲ ଲଢେଇ। ଦକ୍ଷିଣ ଆମେରିକା ଏବଂ ୟୁରୋପ ମଧ୍ୟରେ ହେବ କ୍ୱାର୍ଟର ଫାଇନାଲ ମୁକାବିଲା। ଆଜି କ୍ୱାର୍ଟର ଫାଇନାଲରେ ଦୁଇଟି ମ୍ୟାଚ୍ ରହିଛି। ପ୍ରଥମ ମ୍ୟାଚ ଉରୁଗୁଏ ଏବଂ ଫ୍ରାନ୍ସ ମଧ୍ୟରେ ଖେଳାଯିବ। ଫ୍ରାନ୍ସ ୧୯୯୮ର ବିଜେତା ହୋଇଥିବାବେଳେ ଉରୁଗୁଏ ଦୁଇ ଥର ବିଶ୍ୱକପ୍ ଫୁଟବଲ୍ ଚାମ୍ପିୟନ। ଫ୍ରାନ୍ସ ବର୍ତ୍ତମାନ ସୁଦ୍ଧା ଭଲ ପ୍ରଦର୍ଶନ ଜାରି ରଖିଥିବାବେଳେ ଉରୁଗୁଏ ଚଳିତ ବିଶ୍ୱକପ୍ରେ ମାତ୍ର ଗୋଟିଏ ଗୋଲ ବରଣ କରିଛି। ଉରୁଗୁଏର ରକ୍ଷଣଭାଗ ଅତ୍ୟନ୍ତ ଶକ୍ତିଶାଳୀ।

fifa ଉଭୟଙ୍କ ମଧ୍ୟରେ ମୁକାବିଲା ଖୁବ ସଂଘର୍ଷପୂର୍ଣ୍ଣ ହେବ । ସଂଧ୍ୟା ସାଢେ ୭ଟାରେ ଖେଳାଯିବ ଏହି ମ୍ୟାଚ୍। ସେହିଭଳି ଆଜି ଦ୍ୱିତୀୟ ମ୍ୟାଚ୍ରେ ମୁହାଁମୁହିଁ ହେବେ ବ୍ରାଜିଲ ଏବଂ ବେଲଜିୟମ୍। ବ୍ରାଜିଲ ପାରଂପରିକ ଭାବେ ଦକ୍ଷିଣ ଆମେରିକୀୟ ମହାଶକ୍ତି ହୋଇଥିବାବେଳେ ବେଲଜିୟମ ଶେଷ ଥର ପାଇଁ ୧୯୮୬ରେ ସେମିଫାଇନାଲ ଯାଇଥିଲା । ଏହି ଦଳର ଅଧିନାୟକ ସର୍ବାଧିକ ୬ଟି ଗୋଲ ଦେଇ ଗୋଲ୍ଡେନ୍ ବୁଟ୍ ଦୌଡରେ ଅଛନ୍ତି।

Leave A Reply

Your email address will not be published.