ଫିଫା ବିଶ୍ୱକପ୍ ଫାଇନାଲରେ ଫ୍ରାନ୍ସ : ଆଜି ଦ୍ୱିତୀୟ ସେମିରେ କ୍ରୋଏସିଆ-ଇଂଲଣ୍ଡ ମୁକାବିଲା

brazil-belgiumନୂଆଦିଲ୍ଳୀ : ଚଳିତ ଫିଫା ବିଶ୍ୱକପ୍ର ପ୍ରଥମ ଫାଇନାଲିଷ୍ଟ ହୋଇଛି ଫ୍ରାନ୍ସ। ବେଲଜିୟମକୁ ୧-୦ରେ ହରାଇ ପ୍ରଥମ ଦଳ ଭାବେ ଫ୍ରାନ୍ସ ଫାଇନାଲକୁ ଯାଇଛି। ମ୍ୟାଚର ପ୍ରଥମାର୍ଦ୍ଧରେ କୌଣସି ଗୋଲ ହୋଇନଥିଲା। ତେବେ ୫୧ ମିନିଟରେ ଆଣ୍ଟୋନି ଗ୍ରିଜ୍ମ୍ୟାନ୍ କର୍ଣ୍ଣର ବଲ କରିଥିଲେ। ଏହାକୁ ହେଡର ଜରିଆରେ ଗୋଲରେ ପରିଣତ କରିଥିଲେ ଡିଫେଣ୍ଡର ସାମୁଏଲ। ଫଳରେ ୧-୦ରେ ବାଜି ମାରିନେଇଥିଲା ଫ୍ରାନ୍ସ । ଏହା ସହ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ। ୧୯୯୮ ଓ ୨୦୦୬ରେ ଫାଇନାଲକୁ ଯାଇଥିଲା। ୧୯୯୮ରେ ବିଶ୍ୱକପ୍ ବିଜେତା ହୋଇଥିବା ବେଳେ ୨୦୦୬ରେ ରନର୍ସଅପ୍ ହୋଇଥିଲା।

ସେହିପରି ଆଜି ଦ୍ୱିତୀୟ ସେମିରେ କ୍ରୋଏସିଆକୁ ଭେଟିବ ଇଂଲଣ୍ଡ। ଇଂଲଣ୍ଡ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରି, ୨୮ ବର୍ଷ ପରେ ସେମିରେ ପ୍ରବେଶ କରିଛି । ଦଳରେ ଅଛନ୍ତି ଅନେକ ଷ୍ଟାର ଖେଳାଳି। ସେପଟେ କ୍ରୋଏସିଆ ଦ୍ୱିତୀୟ ଥର ପାଇଁ ସେମି ଫାଇନାଲରେ ପହଞ୍ଚିଛି। ଦଳ ପୂର୍ବରୁ ୧୯୯୮ରେ ସେମିଫାଇନାଲ ଖେଳିଥିଲା। ଆଜିର ମ୍ୟାଚରେ ଫ୍ରାନ୍ସ ସହ ଆସନ୍ତା ୧୫ ତାରିଖରେ ଫାଇନାଲ୍ ଖେଳିବ।